fbpx

ହକି ବିଶ୍ୱକପ୍‌ରେ ପରାଜୟ ପରେ ଭାରତୀୟ ପୁରୁଷ ହକି ମୁଖ୍ୟ ପ୍ରଶିକ୍ଷକ ପଦରୁ ଇସ୍ତଫା ଦେଲେ ଗ୍ରାହାମ୍ ରିଡ୍, କହିଲେ

ନୂଆଦିଲ୍ଲୀ: ଗତକାଲି ତୃତୀୟ ଥର ପାଇଁ ହକି ବିଶ୍ଵକପ ଟାଇଟଲ ହାତେଇଛି। ଓଡ଼ିଶାରେ ଖେଳାଯାଇଥିବା ବିଶ୍ବକପ୍‌ରେ ୨୦୧୮ ଚାମ୍ପିଅନ୍‌ ବେଲଜିୟମ୍‌କୁ ସୁଟ୍‌ଆଉଟ୍‌ରେ ପରାସ୍ତ କରି ହକି ବିଶ୍ବ ହାତେଇଛି ଜର୍ମାନୀ । ଏହା ସହିତ ଭାରତୀୟ ଦଳକୁ ମଧ୍ୟ ଏକ ଝଟକା ଲାଗିଛି । ଭାରତୀୟ ହକି ଦଳର ମୁଖ୍ୟ ପ୍ରଶିକ୍ଷକ ଗ୍ରାହାମ ରିଡ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ପୁରୁଷ ହକି ବିଶ୍ୱକପ୍ ରେ ଟିମ୍ ଇଣ୍ଡିଆର ଖରାପ ପ୍ରଦର୍ଶନ ପରେ ରିଡ୍ ଏହି ନିଷ୍ପତ୍ତି ନେଇଥିଲେ। ଗ୍ରାହାମ୍ ରିଡଙ୍କ ପ୍ରଶିକ୍ଷଣରେ ଟୋକିଓ ଅଲିମ୍ପିକ୍ସରେ ଭାରତ ବ୍ରୋଞ୍ଜ ପଦକ ଜିତିଥିଲା।

ରିଡଙ୍କ ବ୍ୟତୀତ କ୍ଲାର୍କ ଏବଂ ଡେଭିଡ ମଧ୍ୟ ସୋମବାର ଇସ୍ତଫା ଦେଇଛନ୍ତି। ଓଡିଶାରେ ଖେଳାଯାଇଥିବା ପୁରୁଷ ହକି ବିଶ୍ୱକପ୍ ରେ ଟିମ୍ ଇଣ୍ଡିଆର ପ୍ରଦର୍ଶନ ବିଶେଷ କିଛି ଭଲ ନଥିଲା ଏବଂ ଏହା ପାଇଁ ଦଳ କ୍ୱାର୍ଟର ଫାଇନାଲରେ ମଧ୍ୟ ପହଞ୍ଚିପାରି ନଥିଲା। ଏବେ ଖରାପ ପ୍ରଦର୍ଶନ ପରେ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗ୍ରାହାମ୍ ରିଡ୍ ଇସ୍ତଫା ଦେଇଛନ୍ତି। ରିଡଙ୍କ ବ୍ୟତୀତ ବିଶ୍ଳେଷଣ ପ୍ରଶିକ୍ଷକ ଗ୍ରେଗ କ୍ଲାର୍କ ଏବଂ ବୈଜ୍ଞାନିକ ପରାମର୍ଶଦାତା ମିଚେଲ ଡେଭିଡ ପେମ୍ବରଟନ୍ ମଧ୍ୟ ଇସ୍ତଫା ଦେଇଛନ୍ତି। ଏହି ତିନିଜଣଙ୍କ ଇସ୍ତଫାକୁ ହକି ଇଣ୍ଡିଆ ଗ୍ରହଣ କରିଛି।

୫୮ ବର୍ଷିୟ ରିଡ ଭୁବନେଶ୍ୱରରେ ବିଶ୍ୱକପ ସମାପ୍ତ ହେବାର ଗୋଟିଏ ଦିନ ପରେ ହକି ଇଣ୍ଡିଆର ସଭାପତି ଦିଲୀପ ତିର୍କିଙ୍କୁ ତାଙ୍କ ଇସ୍ତଫା ପତ୍ର ଦାଖଲ କରିଛନ୍ତି। ଇସ୍ତଫା ପରେ ଗ୍ରାହାମ୍ ରିଡ୍ କହିଛନ୍ତି, ‘ବର୍ତ୍ତମାନ ସମୟ ଆସିଛି ଯେ ମୁଁ ମୋ ପଦ ରୁ ଇସ୍ତଫା ଦେଉଛି । ଭାରତୀୟ ଦଳ ଏବଂ ହକି ଇଣ୍ଡିଆ ସହିତ କାମ କରିବା ଏକ ଗୌରବର ଏବଂ ସୌଭାଗ୍ୟର ବିଷୟ ଏବଂ ମୁଁ ଏହି ଚମତ୍କାର ଯାତ୍ରା ର ପ୍ରତ୍ୟେକ ମୁହୂର୍ତ୍ତକୁ ଉପଭୋଗ କରିଛି । ମୁଁ ଦଳକୁ ଶୁଭେଚ୍ଛା ଜଣାଉଛି ।

ଇସ୍ତଫା ଦେବା ପରେ ଏହି ତିନିଜଣ ଆସନ୍ତା ମାସ ପାଇଁ ବିଜ୍ଞପ୍ତି ଅବଧିରେ ରହିବେ। ରିଡ୍ ଏବଂ ତାଙ୍କ ଦଳ ସହିତ ଭାରତ ୪୧ ବର୍ଷ ପରେ ଅଲିମ୍ପିକ୍ ବ୍ରୋଞ୍ଜ ପଦକ ଜିତିଥିଲା ​। ଏହା ବ୍ୟତୀତ ଭାରତୀୟ ଦଳ ବର୍ମିଂହାମ କମନୱେଲଥ ଗେମ୍ସରେ ରୌପ୍ୟ ଏବଂ FIH ପ୍ରୋ ଲିଗ୍ ୨୦୨୧-୨୨ ସିଜନରେ ତୃତୀୟ ସ୍ଥାନ ଅଧିକାର କରିଥିଲା । କିନ୍ତୁ ଚଳିତ ଥର ଦଳ ଯେଉଁଭଳି ପ୍ରଦର୍ଶନ କରିଲା ତାହା ବହୁ ଦୁଃଖଦାୟକ ଥିଲା ଯାହା ପରେ ସେ ତାଙ୍କ ପଦ ରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି ।

 

Get real time updates directly on you device, subscribe now.