fbpx

ସାମ୍ନାକୁ ଆସିଲା ବଡ ଦୁଃଖଦ ଖବର, ରେଜଲ୍ଟ ଆସିବାର ମାତ୍ର କିଛି ଘଣ୍ଟା ଭିତରେ ଆତ୍ମହତ୍ୟା କଲେ ୭ ଛାତ୍ରଛାତ୍ରୀ

ହାଇଦ୍ରାବାଦ: ତେଲେଙ୍ଗାନାରେ ଇଣ୍ଟରମିଡିଏଟ୍ ରେଜଲ୍ଟ ଘୋଷଣା ହେବାର ମାତ୍ର କିଛି ଘଣ୍ଟା ଭିତରେ ରାଜ୍ୟର ଅଲଗା ଅଲଗା ସ୍ଥାନରେ ୭ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ଏହି ସମସ୍ତ ଛାତ୍ରଙ୍କ ବୟସ ୧୭ ବର୍ଷରୁ କମ୍ ରହିଛି । ସେହିପରି ବର୍ଷ ୨୦୧୯ରେ ବି ଇଣ୍ଟରମିଡିଏଟ୍ ରେଜଲ୍ଟ ଘୋଷଣା ହେବାର କିଛି ସମୟ ଭିତରେ ୨୨ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିଲେ ।

ମିଳିଥିବା ରିପୋର୍ଟ ଅନୁସାରେ ତେଲେଙ୍ଗାନା ଷ୍ଟେଟ୍ ବୋର୍ଡ ଅଫ୍ ଇଣ୍ଟରମିଡିଏଟ୍ ଏଜୁକେସନ ବା TSBIE ଫଳାଫଳ ଆସିବାର ୩୦ ଘଣ୍ଟା ଭିତରେ ୭ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ଏପରି ଘଟଣା ବିଷୟରେ ରାଜ୍ୟର ଅଲଗା ଅଲଗା ସ୍ଥାନରୁ ଖବର ଆସୁଥିବା ନେଇ ପୋଲିସ ସୂଚନା ଦେଇଛି ।
ପ୍ରଥମ ଘଟଣା ମଛେରିଆଲ ଜିଲ୍ଲା ତନ୍ଦୁରର ଥିଲା ଯେଉଁଠି ଜଣେ ୧୬ବର୍ଷର ଛାତ୍ର ଆତ୍ମହତ୍ୟା କରିଥିଲେ । ପୋଲିସର କହିବା ଅନୁଯାୟୀ ସେ ପ୍ରଥମ ବର୍ଷରେ ୪ ଗୋଟି ବିଷୟରେ ଫେଲ୍ ହୋଇଯାଇଥିଲେ । ଅନ୍ୟ ଘଟଣାରେ ଆତ୍ମହତ୍ୟା କରିଥିବା ସମସ୍ତ ବିଦ୍ୟାର୍ଥୀ ଛାତ୍ରୀ ଥିଲେ ଓ ସେମାନଙ୍କ ବୟସ ୧୬ରୁ ୧୭ ମଧ୍ୟରେ ଥିଲା । ଏମାନେ ସମସ୍ତେ ଗୋଟିଏ କିମ୍ବା ଅଧିକ ପରୀକ୍ଷାରେ ଫେଲ୍ ହୋଇଥିଲେ ।

ତେଲେଙ୍ଗାନାରୁ ଗୋଟିଏ ପଟେ ଏହି ଦୁଃଖଦ ଖବର ଆସିଥିବା ବେଳେ ଅନ୍ୟପଟେ ଜେଇି ମୁଖ୍ୟ ପରୀକ୍ଷାରେ ରାଜ୍ୟରୁ ସବୁଠାରୁ ଅଧିକ ସଂଖ୍ୟାରେ ପରୀକ୍ଷାର୍ଥୀ ସଫଳ ହୋଇଛନ୍ତି । ଗତ ୩ ବର୍ଷ ଭିତରେ ତେଲେଙ୍ଗାନାରୁ ସବୁଠାରୁ ଅଧିକ ସଂଖ୍ୟାରେ ଟପର୍ସ ବାହାରିଛନ୍ତି ।
ଏଠାରେ ସୂଚାଇ ଦିଆଯାଇପାରେ କି ଫେବୃୟାରୀ ମାର୍ଚ୍ଚରେ ହୋଇଥିବା ଇଣ୍ଟରମିଡିଏଟ୍ ପରୀକ୍ଷାରେ ୯.୮ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ଏଥିରେ ୬୧.୦୬% ପରୀକ୍ଷାର୍ଥୀ ପ୍ରଥମ ବର୍ଷରେ ଉତ୍ତୀର୍ଣ୍ଣ ହୋଇଛନ୍ତି ଓ ୬୯.୪୬% ଦ୍ୱିତୀୟ ବର୍ଷରେ ପାସ୍ କରିଛନ୍ତି । ଫେଲ୍ ହୋଇଥିବା ପରୀକ୍ଷାର୍ଥୀଙ୍କ ଲାଗି ପୂରକ ପରୀକ୍ଷା ମେ’ ୨୪ରୁ ଆରମ୍ଭ ହେବ ।

Get real time updates directly on you device, subscribe now.