fbpx

BJPରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା

ଭୁବନେଶ୍ୱର : ଆଗକୁ ନିର୍ବାଚନ ଥିବାବେଳେ ଏବେ ନେତାମାନେ ଦଳ ଅଦଳବଦଳ କରୁଥିବା ଦେଖତବାକୁ ମିଳୁଛି । ସେହିପରି ଆଜି ବିଜେପିରେ ସାମିଲ ହୋଇଛନ୍ତି ସୋର ବିଧାୟକ ପର୍ଶୁରାମ ଧଡ଼ା । ଶୁକ୍ରବାର ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି । ଟିକେଟ୍ ନ ଦେବାରୁ ନିକଟରେ ବିଜେଡି ଛାଡ଼ିଥିଲେ ପର୍ଶୁରାମ ।

ତେବେ ୨୦୦୯ ନିର୍ବାଚନରେ ସୋରରୁ ବିଜେପି ଟିକେଟରେ ନିର୍ବାଚନ ଲଢ଼ି ମାତ୍ର ୩୬୦ ଭୋଟ୍ରେ ପରାଜିତ ହୋଇଥିଲେ । ପରେ ବିଜେଡ଼ିରେ ଯୋଗଦେଇ ୨୦୧୪ ଏବଂ ୨୦୧୯ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଚଳିତ ନିର୍ବାଚନରେ ବିଜେଡ଼ି ସୋରରୁ ମାଧବ ଧଡ଼ାଙ୍କୁ ପ୍ରାର୍ଥୀ କରିଛି । ଯାହାକୁ ନେଇ ପର୍ଶୁରାମ ଅସନ୍ତୁଷ୍ଟ ହୋଇ ଦଳ ଛାଡିଥିଲେ । ଏବେ ସେ ପୁଣି ବିଜେପି ଦଳରେ ଯୋଗଦେଇଛନ୍ତି ।

Get real time updates directly on you device, subscribe now.