fbpx
BJD SKY
BJD SKY

କଂଗ୍ରେସ ନେତାଙ୍କ ଘରେ ଲୋକାୟୁକ୍ତଙ୍କ ରେଡ୍, ଜବତ ହେଲା ୩୦ ଲକ୍ଷ କ୍ୟାସ ସହ କୋଟି କୋଟି ଟଙ୍କାର ଅଳଙ୍କାର

BJD

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପ୍ରଚାର ମଧ୍ୟରେ ଲୋକାୟୁକ୍ତ ଟିମ୍ ଦ୍ୱାରା ଏକ ବଡ କାର୍ଯ୍ୟନୁଷ୍ଠାନ ନିଆଯାଇଛି । ଲୋକାୟୁକ୍ତ ପୋଲିସ ଟିମ ଆୟ ଠାରୁ ଅଧିକ ସଂପତ୍ତିର ମାମଲାରେ ବେଙ୍ଗାଲୁରୁ, ଶିବମେଦ୍ଗନା, ଚିତ୍ରଦୁର୍ଗ, କୋଲାର ଏବଂ ବିଦର ଜିଲ୍ଲାରେ ସରକାରୀ ଅଧିକାରୀ ମାନଙ୍କ ସହ ରାଜନେତାଙ୍କ ବାସଭବନରେ ଚଢାଉ କରାଯାଇଛି । ଜଣେ କଂଗ୍ରେସ ନେତାଙ୍କ ବାସଭବନରେ ୩୦ ଲକ୍ଷ ଟଙ୍କା କ୍ୟାସ ସହିତ କୋଟିକୋଟି ଟଙ୍କାର ସୁନା ରୂପା ମଧ୍ୟ ଜବତ କରାଯାଇଛି ।

ସୂଚନା ଅନୁଯାୟୀ, ପାଣ୍ଠିର ଉତ୍ସ ପ୍ରକାଶ କରିବାକୁ ଟିମ୍ କଂଗ୍ରେସ ନେତାଙ୍କୁ ନୋଟିସ ଜାରି କରିଛି । ଆଜି ଚଢାଉ କରାଯିବା ମଧ୍ୟରେ ଟାଉନ ପ୍ଲାନିଙ୍ଗର ଆସିଷ୍ଟାଣ୍ଡ ଗଙ୍ଗାଧରୈୟା ବାସଭବନରେ ଖୋଜାଖୋଜି ଚାଲିଛି । ସେହିପରି ଦକ୍ଷିଣ କନ୍ନଡ ଜିଲ୍ଲାରେ ବେଲଥାଙ୍ଗଡିରେ ଲୋକାୟୁକ୍ତ ଟିମ ପୂର୍ବ ମନ୍ତ୍ରୀ ଗଙ୍ଗାଧର ଗୌଡା ଏବଂ ତାଙ୍କ ପୁଅ ରଞ୍ଜନ ଗୌଡାଙ୍କ ପରିବାରର ଖୋଜା ଚାଲିଛି । ଗଙ୍ଗାଧର ଗୌଡ କଂଗ୍ରେସ ନେତା ଅଟନ୍ତି ଏବଂ ବେରଲଥାଂଗଡୀ କଂଗ୍ରେସ ୟୁନିଟର ସଭାପତି ଅଟନ୍ତି ।

ଲୋକାୟୁକ୍ତ ଦଳ ବେଲ୍ଟଙ୍ଗାଡି ଏବଂ ନିକଟସ୍ଥ ଇନ୍ଦବେଟ୍ଟୁ ଗ୍ରାମରେ ଅବସ୍ଥିତ ଏହି ଦୁଇ ନେତାଙ୍କ ଘରେ ଖୋଜାଖୋଜି କରୁଛନ୍ତି। ଏହା ସହିତ ପ୍ରସନ୍ନ ଏଡୁକେନ୍ ଟ୍ରଷ୍ଟର ପରିସର ମଧ୍ୟ ଖୋଜାଖୋଜି କରାଯାଉଛି। ଗଙ୍ଗାଧର ଗୌଡା ଏବଂ ରଂଜନ ଗୌଡା ବେଲ୍ଟଙ୍ଗାଡିରେ ଅନେକ ଶିକ୍ଷାନୁଷ୍ଠାନ ଚଳାଉଛନ୍ତି। ଦଳ ତାଙ୍କୁ କୋଟି କୋଟି ଟଙ୍କା ଜମିର ହିସାବ ମଧ୍ୟ ମାଗିଛି।

Get real time updates directly on you device, subscribe now.