fbpx
BJD SKY
BJD SKY

ବିରଳ ଘଟଣା: ମଦ୍ୟପାନ ସମୟରେ ଭାଏଗ୍ରା ଟାବଲେଟ ସେବନ କରିବାରୁ ହଠାତ୍ ଚାଲିଗଲା ଯୁବକଙ୍କ ଜୀବନ- AIIMS ଗବେଷକଙ୍କ ରିପୋର୍ଟ

BJD

ନୂଆଦିଲ୍ଲୀ: ଆଜିକାଲିର ଲୋକଙ୍କର ପରିବର୍ତ୍ତିତ ଲାଇଫଷ୍ଟାଇଲ ଅନେକ ସମୟରେ ସେମାନଙ୍କର ମୃତ୍ୟୁର କାରଣ ସାଜିଥାଏ । ତେବେ ନିକଟରେ ମହାରାଷ୍ଟ୍ରର ନାଗପୁରରୁ ଏକ ବିରଳ ଘଟଣା ସାମ୍ନାକୁ ଆସିଛି । ଜଣେ ୪୧ ବର୍ଷୀୟ ବ୍ୟକ୍ତି ମଦ୍ୟପାନ କରୁଥିବା ସମୟରେ ୨ଟି ଭାଏଗ୍ରା ଟାବଟେଲ ସେବନ କରିବା ପରେ ତାଙ୍କର ବ୍ରେନରେ ଭୟଙ୍କର ବ୍ଲିଡିଂ ହେବା ସହ ମୃତ୍ୟୁ ଘଟିଥିଲା । ଅଖିଳ ଭାରତୀୟ ଚିକିତ୍ସା ବିଜ୍ଞାନ ପ୍ରତିଷ୍ଠାନ (ଏମ୍ସ)ର ୬ ଣିଆ ରିସର୍ଚ୍ଚ ଟିମ୍ ଦ୍ୱାରା ପ୍ରଦତ୍ତ ଏକ ରିପୋର୍ଟ ଫରେନସିକ ଓ ଲେଗାଲ ମେଡିସନ ପତ୍ରିକାରେ ପ୍ରକାଶ ପାଇଛି ।

ଭାରତୀୟ ରିସର୍ଚ୍ଚରଙ୍କ ମୁତାବକ, ଉକ୍ତ ବ୍ୟକ୍ତି ଜଣଙ୍କ ଇରେକ୍ଟାଇଲ ଡିସଫଙ୍କସନର ଟ୍ରିଟମେଣ୍ଟ କରିବା ପାଇଁ ମଦ ସହିତ ଦୁଇଟି ଭାଏଗ୍ରା ଟାବଲେଟ ସେବନ କରିଥିଲେ । ତେବେ ଏହାପରେ ତାଙ୍କର ବ୍ରେନ ମଧ୍ୟରେ ଅତ୍ୟଧିକ ରକ୍ତସ୍ରାବ ବିକଶିତ ହୋଇ ପରଦିନ ତାଙ୍କର ମୃତ୍ୟୁ ଘଟିଥିଲା । ଗତବର୍ଷ ସେପ୍ଟେମ୍ବର ମାସରେ ଗବେଷକଙ୍କ ଟିମ ଏହି ତଥ୍ୟ ସବମିଟ୍ କରିଥିବା ବେଳେ ଚଳିତ ସପ୍ତାହରେ ତାହା ଅନଲାଇନରେ ଉପଲବ୍ଧ ହୋଇଛି ।

ତେବେ ଉକ୍ତ ବ୍ୟକ୍ତିଙ୍କର କୌଣସି ବଡ଼ ଧରଣର ମେଡିକାଲ କି ସର୍ଜିକାଲ ହିଷ୍ଟ୍ରି ନଥିଲା । ସେ ଜଣେ ମହିଳା ବାନ୍ଧବୀଙ୍କ ସହିତ ଏକ ହୋଟେଲରେ ୫୦ ମିଲିଗ୍ରାମର ଦୁଇଟି ପିଲ ସେବନ କରିଥିଲେ । ସ୍ଲାଇଡନାଫିଲ ନାମକ ଏକ ଇରେକ୍ଟାଇଲ ଡିସଫଙ୍କସନାଲ ଔଷଧ ଭାଏଗ୍ରା ବ୍ରାଣ୍ଡ ନାମରେ ବିକ୍ରି କରାଯାଉଥିଲା । ଏହି ପିଲକୁ ମଦ ସହିତ ସେବନ କରିବା ପରଦିନ ସକାଳେ ଯୁବକ ଅସୁସ୍ଥ ଅନୁଭବ କରିଥିଲେ । ତାଙ୍କର ବାନ୍ତି ହେବାରୁ ସେ ମେଡିକାଲ ସହାୟତା ପାଇଁ ମହିଳା ବାନ୍ଧବୀଙ୍କୁ କହିଥିଲେ । ମାତ୍ର ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା, ମାତ୍ର ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ମସ୍ତିଷ୍କରେ ରକ୍ତସ୍ରାବ ହେବାରୁ ବ୍ରେନକୁ ଅମ୍ଲଜାନ ଯୋଗାଣ ହ୍ରାସ ପାଇଥିଲା । ତେଣୁ ଯୁବକ ମୃତ୍ୟୁବରଣ କରିଥିବା ରିପୋର୍ଟରେ କୁହାଯାଇଛି ।

Get real time updates directly on you device, subscribe now.