fbpx

ପୁଣିଥରେ ରାଜଧାନୀରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ!

ଭୁବନେଶ୍ୱର, ୭ା୧୨(ଓଡ଼ିଶା ଭାସ୍କର): ଦିନକୁ ଦିନ ରାଜ୍ୟ ଓ ସମଗ୍ର ଦେଶରେ ଦୁଷ୍କର୍ମ ଭଳି ଖରାପ କାର୍ଯ୍ୟ ବଢ଼ିବାରେ ଲାଗିଛି । ଏହିପରି ଗୋଟିଏ ଛାତିଥରା ଦୃଶ୍ୟ ଆଖିରୁ ନଲିଭିବା ବେଳେ ଆଉ ଗୋଟିଏ ଦୃଶ୍ୟ ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ ପୁଣିଥରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ଲଜ୍ଜାକର ଘଟଣା ଘଟିଛି । ଏହିପରି ଘଟଣା ଭୁବନେଶ୍ୱର ମଞ୍ଚେଶ୍ୱର ହୋଟେଲରେ ହୋଇଥିବା ଜାଣିବାକୁ ମିଳିଛି । ଏନେଇ ଅଭିଯୋଗ ମଧ୍ୟ ହୋଇଥିବା ଜଣାପଡ଼ିଛି ।
ଏହି ଘଟଣାର ତଦନ୍ତ ପାଇଁ ଭୁବନେଶ୍ୱର ଆସୁଛି ପୁରୀର ସତ୍ୟବାଦୀ ପୋଲିସ । ଉଲ୍ଲେଖଯୋଗ୍ୟ ଗତକାଲି ନାବାଳିକା ନିଖୋଜ ଥିବା ନେଇ ଅଭିଯୋଗ ହୋଇଥିଲା । ପୀଡ଼ିତା ଜଣକ ପୁରୀ ସତ୍ୟବାଦୀ ଥାନା ଅଞ୍ଚଳର ହୋଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.