fbpx

ଦୁଷ୍କର୍ମ ମାମଲାରେ କଠୋର ହେଲା କେନ୍ଦ୍ର: ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି

ନୂଆଦିଲ୍ଲୀ,୭ ।୧୨: ଦେଶରେ ଯୌନ ନିର୍ଯ୍ୟାତନା ଦିନକୁ ଦିନ ବଢିବାରେ ଲାଗିଛି । ଏଥିରେ ଅଧିକାଂଶ ନାବାଳିକାମାନେ ଶିକାର ହେଉଛନ୍ତି । ଦେଶରେ ବର୍ଦ୍ଧିିତ ଦୁଷ୍କର୍ମ ମାମଲା ଦୃଷ୍ଟିରୁ କଠୋର ହୋଇଛି କେନ୍ଦ୍ର । ଏନେଇ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ପଠାଇଛନ୍ତି କେନ୍ଦ୍ର ଗୃହ ସଚିବ । ଚିଠିରେ ଉଲ୍ଲେଖ ଅଛି କି, ଯେକୌଣସି ଥାନାରେ ଯୌନ ନିର୍ଯ୍ୟାତନା ଅଭିଯୋଗ ହେଲେ ବି ଗ୍ରହଣ କରାଯିବ । ଏଥିରେ ଖିଲାପ କଲେ ଦଣ୍ଡନୀୟ ଅପରାଧ ଭାବେ ବିବେଚନା କରାଯିବ । ତେବେ ଦୁଷ୍କର୍ମ ବିରୋଧରେ କଠୋର ହେବାକୁ ସବୁ ରାଜ୍ୟକୁ କେନ୍ଦ୍ର ପରାମର୍ଶ ଦେଇଛି ।

ଉଲ୍ଲେଖଯୋଗ୍ୟ ଯେ, ଉନ୍ନାଓରେ ଜଣେ ମହିଳାଙ୍କ ସହ ଯୌନ ପିପାଶୁମାନେ ବଳାତ୍କାର କରିବା ପାଇଁ ଚେଷ୍ଟା କରିଥଲେ । କିନ୍ତୁ ପୀଡିତା କୌଣସି ପ୍ରକାରେ ସେମାନଙ୍କ କବଳରୁ ଖସି ପଳାଇବାରେ ସଫଳ ହୋଇଥିଲେ । ଏହି ଘଟଣାର ଅଭିଯୋଗ ପାଇଁ ଥାନାରେ ପହଞ୍ଚିବା ପରେ ସେଠାରେ ପୁଲିସକର୍ମୀ ତାଙ୍କ ସହ ଦୁର୍ବ୍ୟବହାର କରିଥିଲେ । ପୀଡିତା ଜଣଙ୍କ ଗଣମାଧ୍ୟମକୁ ନିଜର ଦୁଃଖ ଶୁଣାଇ କହିଛନ୍ତି ଯେ କେହି ପୋଲିସକର୍ମୀ ତାଙ୍କର ଅଭିଯୋଗ ଶୁଣିବା ପାଇଁ ପ୍ରସ୍ତୁତ ନଥିଲେ । ପୀଡିତାଙ୍କ କହିବା ଅନୁସାରେ ପୁଲିସକର୍ମୀ କହିଥିଲେ ଯେ ଏବେ ବଳାତ୍କାର ହୋଇନି, ଯେବେ ହେବ ସେବେ ଦେଖିବା ।

Get real time updates directly on you device, subscribe now.