fbpx
BJD SKY
BJD SKY

ଚପର କ୍ରାସ୍: ଆଜି ଆସୁଛି ଓଡ଼ିଆ ଯବାନଙ୍କ ମରଶରୀର

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ତାମିଲନାଡ଼ୁରେ ହେଲିକପ୍ଟର୍ ଦୁର୍ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ଘଟଣା ସାରା ଦେଶକୁ ସ୍ତବ୍ଧ କରି ରଖିଦେଇଛି । ଇତିମଧ୍ୟରେ ଆଉ ୪ ବାୟୁସେନା କର୍ମଚାରୀଙ୍କ ମୃତଦେହ ଠାବ କରାଯାଇଛି । ଏଥିରେ ଓଡ଼ିଶାର ଜଣେ କର୍ମଚାରୀ ରହିଛନ୍ତି । ସେ ହେଉଛି ରାଣାପ୍ରତାପ । ତାଙ୍କ ମର ଶରୀର ଆଜି ଭୁବନେଶ୍ୱରରେ ଅପରାହ୍ନ ୧ଟାରେ ପହଞ୍ଚିବ । ଏହାପୂର୍ବରୁ ଦିଲ୍ଲୀରେ ଏହି ଯବାନମାନଙ୍କୁ ସେନା ପକ୍ଷରୁ ଶେଷ ସମ୍ମାନ ଦିଆଯିବ ।

ସୂଚନାଯୋଗ୍ୟ ଯେ, ଚିହ୍ନଟ କରାଯାଇଥିବା ମୃତଦେହ ଗୁଡିକ ୱିଙ୍ଗ କମାଣ୍ଡର ପିଏସ୍ ଚୌହାନ, ହାବିଲଦାର ପ୍ରଦୀପ ଏ, ଲାଂସ ନାୟକ ବି ସାଇ ତେଜା ଓ ଲାଂସ ନାୟକ ବିବେକ କୁମାରଙ୍କ ମୃତଦେହ ବୋଲି ଭାରତୀୟ ବାୟୁସେନା ପକ୍ଷରୁ ସ୍ପଷ୍ଟ ହୋଇଛି ।

Get real time updates directly on you device, subscribe now.