fbpx

କାହିଁକି ତପସ୍ୱିନୀଙ୍କୁ ଏପରି ଝଟକା ଦେଉଛନ୍ତି ସୁମିତ, ତାଙ୍କର ଆଉ କିଛି ଉଦ୍ଦେଶ୍ୟ ରହିଛି କି?

AAKASH

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ତପସ୍ୱିନୀ ଦାଶ ଓ ସୁମିତ ସାହୁଙ୍କୁ ନେଇ ପୁଣି ଉଠିଛି ଝଡ଼ । ଗତକାଲି ସୁମିତ ଅଚାନକ କୁଆଡ଼େ ଗାଏବ୍ ହୋଇଯାଇଥିଲେ । ଏହାପରେ ତାଙ୍କ ପତ୍ନୀ ତପସ୍ୱିନୀ କାନ୍ଦିକାନ୍ଦି ସୋସିଆଲ ମିଡ଼ିଆରେ ନିଜର ଦୁଃଖ ବ୍ୟକ୍ତ କରିଥିଲେ । ତପସ୍ୱିନୀ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଫୋନ କରିବା ପରେ ସତ୍ୟ ସାମନାକୁ ଆସିଥିଲା । ଡାକ୍ତର ସୁମିତ ୮ ଦିନ ପାଇଁ ଛୁଟି ନେଇଥିବା ହସ୍ପିଟାଲ କର୍ତ୍ତୃପକ୍ଷ ତପସ୍ୱିନୀଙ୍କୁ କହିଥିଲେ । ଏନେଇ ତପସ୍ୱିନୀ ତାଙ୍କ ସ୍ୱାମୀଙ୍କ ନିଖୋଜ ନେଇ ଏକ ମାମଲା ଦାୟର କରିଥିଲେ ।

ତେବେ ଏନେଇ ସୁମିତଙ୍କ ଓକିଲ ସୁରେନ୍ଦ୍ର ବେହେରାଙ୍କ ବୟାନ କିଛି ଅଲଗା ମୋଡ଼କୁ ଇସାରା କରୁଛି । ସେ କହିଛନ୍ତି ଯେ, ତପସ୍ୱିନୀଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ । ସୁମିତ ଏବେ ଅସୁସ୍ଥ ଥିବା ସହ ବାଲିସିରାରେ ଭଡ଼ାଘର ଖୋଜୁଥିବା ସେ କହିଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି, ସୁମିତ କାହିଁକି ଏପରି କରୁଛନ୍ତି? ଦମ୍ପତିଙ୍କ ସମ୍ପର୍କରେ ଉନ୍ନତି ଘଟୁଥିବା ନେଇ ପୂର୍ବରୁ ତପସ୍ୱିନୀଙ୍କ ଓକିଲ କହିଥିଲେ । ଏପରିକି ସମ୍ପର୍କ ଧୀରେଧୀରେ ସୁଧୁରି ଆସୁଥିବାରୁ ସେମାନଙ୍କ ପାଇଁ ଆଉ ସୁରକ୍ଷା ଯୋଗାଇ ଦିଆଯାଇନଥିଲା । ଭଡ଼ାଘର ଖୋଜିବା ଓ ତପସ୍ୱିନୀଙ୍କ ସମସ୍ତ ଦାୟିତ୍ୱ ବୁଝିବା ସୁମିତଙ୍କ ଉପରେ ନ୍ୟସ୍ତ କରାଯାଇଥିଲା । ଯଦି ଦୁହିଁଙ୍କ ସମ୍ପର୍କରେ ଉନ୍ନତି ଘଟୁଛି, ଯଦି ଦୁହେଁ ପରସ୍ପରକୁ ଭଲ ପାଉଛନ୍ତି ତେବେ ଏହା ତାହାର ଲକ୍ଷଣ ଆଦୌ ନୁହେଁ । ତେବେ ସୁମିତଙ୍କର ହୁଏତ ଆଉ କିଛି ଅଲଗା ଉଦ୍ଦେଶ୍ୟ ଥାଇପାରେ ବା ସେ ତପସ୍ୱିନୀଙ୍କ ସହିତ ରହିବାକୁ ଚାହୁଁ ନଥିବେ, ଏକଥାକୁ ମଧ୍ୟ ଏଡ଼ାଇ ଦେଇ ହେବ ନାହିଁ । ମାତ୍ର ୭ ଦିନ ପାଇଁ ଏକାଠି ରହିବା ପରେ ପୁଣି ଆଉ ୭ ଦିନ କୋର୍ଟଙ୍କୁ ମାଗିବା, ପତ୍ନୀଙ୍କୁ କିଛି ନ ଜଣାଇ କୁଆଡ଼େ ଫେରାର୍ ହେବା ଏକ ପଜିଟିଭ୍ ଲକ୍ଷଣ ହୋଇନପାରେ ।

Get real time updates directly on you device, subscribe now.