fbpx
BJD SKY
BJD SKY

ସାବଧାନ ! ରାଜଧାନୀରେ କରୋନାର ଜଣେ ରୋଗୀ ଅନ୍ୟ ଦୁଇ ଜଣଙ୍କୁ କରୁଛି ସଂକ୍ରମିତ: IIT ରିପୋର୍ଟ

BJD

ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀରେ କରୋନାର ପ୍ରକୋପ ପୁଣି ଥରେ ଦେଖିବାକୁ ମିଳିଛି। ଏପରିକି ଚତୁର୍ଥ ଲହର ଆସିବା ନେଇ ମଧ୍ୟ ଆଶଙ୍କା ପ୍ରକାଶ ପାଇଛି। ଆଇଆଇଟି ମାଦ୍ରାସ ଦ୍ଵାରା କରାଯାଇଥିବା ଏକ ବିଶ୍ଳେଷଣ ଅନୁସାରେ ଦିଲ୍ଲୀର ଆର ମୂଲ୍ୟ, କୋଭିଡ୍-୧୯ର ପ୍ରସାରର ସଙ୍କେତ ଦେଇଛି। ଚଳିତ ସପ୍ତାହରେ ଏହା ୨.୧ ରେକର୍ଡ କରାଯାଇଛି। ଏହାର ଅର୍ଥ ରାଜଧାନୀରେ କରୋନା ଭାଇରସରେ ସଂକ୍ରମିତ ଜଣେ ବ୍ୟକ୍ତି ଅନ୍ୟ ଦୁଇ ଜଣଙ୍କୁ ସଂକ୍ରମିତ କରୁଛି। ଯଦି ଏହା ଗୋଟିଏରୁ ତଳକୁ ଖସିଯାଏ ତେବେ ଆମେ ମହାମାରୀ ସମାପ୍ତ ହେଉଥିବା ଧରିନେବା।

କମ୍ଫ୍ୟୁଟେସନଲ ମୋଡେଲିଂ ଦ୍ଵାରା ପ୍ରାରମ୍ଭିକ ବିଶ୍ଳେଷଣ ଆଇଆଇଟି-ମାଦ୍ରାସର ଗଣିତ ବିଭାଗ ଏବଂ ସେଣ୍ଟର ଅଫ ଏକ୍ସିଲେନ୍ସ ଫର କମ୍ପ୍ୟୁଟେସନାଲ ମ୍ୟାଥମେଟିକ୍ସ ଆଣ୍ଡ ଡାଟା ସାଇନ୍ସ ଦ୍ଵାରା କରାଯାଇଥିଲା। ଏହାର ନେତୃତ୍ଵ ନେଇଥିଲେ ପ୍ରଫେସର ନିଲେଶ ଏସ ଉପାଧ୍ୟାୟ ଏବଂ ପ୍ରଫେସର ଏସ ସୁନ୍ଦର।

ରିପୋର୍ଟ ଅନୁଯାୟୀ, ଚଳିତ ସପ୍ତାହରେ ଦିଲ୍ଲୀର ଆର-ମୂଲ୍ୟ ୨.୧ ରହିଛି। ବିଶ୍ଳେଷଣରେ ଏହା ଜାଣିବାକୁ ମିଳିଛି ଯେ, ବର୍ତ୍ତମାନ ଭାରତରେ ଆର ମୂଲ୍ୟ ୧.୩ ରହିଛି। ତେବେ କଣ ଏହା କୋଭିଡ୍-୧୯ର ସମ୍ଭାବିତ ଚତୁର୍ଥ ଲହର କୁହାଯିବ। ଏହା ଉପରେ ବିଶେଷଜ୍ଞ କହିଛନ୍ତି, ଆଉ ଏକ ଲହରର ଆରମ୍ଭ ଘୋଷଣା କରିବା ତରବରିଆ ହେବ।

ଆମେ କେବଳ ଏହା କହି ପାରିବୁ ଯେ, ପ୍ରତ୍ୟେକ ବ୍ୟକ୍ତି ଅନ୍ୟ ଦୁଇ ଜଣଙ୍କୁ ପ୍ରଭାବିତ କରୁଛନ୍ତି। କିନ୍ତୁ ଚତୁର୍ଥ ଲହର ଆରମ୍ଭ ହେଉଥିବା ଘୋଷଣା ପାଇଁ ଆମକୁ ଅପେକ୍ଷା କରିବାକୁ ପଡିବ। ସଂପ୍ରତି ଆମେ ଲୋକଙ୍କ ରୋଗ ପ୍ରତିଷେଧକ ଶକ୍ତିର ସ୍ଥିତି ବିଷୟରେ ଜାଣି ନାହୁଁ, ଯେଉଁମାନେ ଜାନୁଆରୀରେ ତୃତୀୟ ଲହର ସମୟରେ ପ୍ରଭାବିତ ହୋଇଥିଲେ। ସୂଚନାଯୋଗ୍ୟ, ଦିଲ୍ଲୀରେ କୋଭିଡ୍-୧୯ ମାମଲା ସଂଖ୍ୟାରେ ବୃଦ୍ଧି ଦେଖିବାକୁ ମିଳିଛି। ସହରରେ ଶୁକ୍ରବାର ୪.୬୪ ସଂକ୍ରମଣ ହାର ସହିତ ୧୦୪୨ ନୂତନ କୋଭିଡ୍ ମାମଲା ଚିହ୍ନଟ କରାଯାଇଛି।

 

Get real time updates directly on you device, subscribe now.