fbpx

ସତରେ କ’ଣ ବିଲେଇ ରାସ୍ତା କାଟିବା ଅଶୁଭ ହୋଇଥାଏ ! କାହିଁକି ବିଶ୍ୱାସ କରାଯାଏ ଅଶୁଭ, ଜାଣନ୍ତୁ ଏହାର ଅସଲ କାରଣ

ନୂଆଦିଲ୍ଲୀ : ଭାରତରେ ସାଧାରଣତଃ ଏକ ଅନ୍ଧବିଶ୍ୱାସ ରହିଛି ଯେ ଯଦି ବିଲେଇ ତୁମ ରାସ୍ତା କାଟିକି ଯାଏ , ବା ରାସ୍ତାରେ ଯାଉଥିବା ସମୟରେ ତୁମ ସାମ୍ନାରେ ଅତିକ୍ରମ କରେ ତେବେ ଏହା ଏକ ଖରାପ ବା ଅଶୁଭ । କୁହାଯାଏ, ବିଲେଇ ରାସ୍ତା କାଟିବା ଦ୍ୱାରା ଅଶୁଭ ସଙ୍କେତ ମିଳିଥାଏ ବା ଆଗକୁ କିଛି ଖରାପ ହେବାର ଅଛି ବୋଲି ସୂଚାଇ ଥାଏ । ଯେଉଁଥିପାଇଁ ରାସ୍ତାରେ ଯାଉଥିବା ଲୋକଟି ସେଇଠି ଅଟକିଯାଏ ବା ଦି ପାଦେ ପଛକୁ ଫେରିଯାଏ । ନହେଲେ କିଛି ସମୟ ଅପେକ୍ଷା କରେ ।

କିନ୍ତୁ ବିଦେଶରେ ବିଲେଇମାନଙ୍କୁ ଘରେ ରଖିବାକୁ ବହୁତ ପସନ୍ଦ କରାଯାଏ । ସେମାନଙ୍କୁ ଘରର ସଦସ୍ୟ ଭାବରେ ରଖାଯାଏ । ଏହି ଧାରା ଆମ ଦେଶରେ ମଧ୍ୟ ଚାଲିଲାଣି । ଲୋକେ ଘରେ ଘରେ ବିଲେଇ ରଖିବାକୁ ପସନ୍ଦ କରୁଛନ୍ତି । ଖୁଆଇବା ଠାରୁ ଆରମ୍ଭ କରି ପାଖରେ ମଧ୍ୟ ଶୁଆଉଛନ୍ତି । ତେବେ ଏହା ସତରେ ଶୁଭ କି ଅଶୁଭ ଆସନ୍ତୁ ଜାଣିବା…

ଭୋପାଳର ଜଣେ ଜ୍ୟୋର୍ତିବିଦ୍ ତଥା ବାସ୍ତୁ ବିଶେଷଜ୍ଞ କହିଛନ୍ତି ଯେ ବିଲେଇ ରାସ୍ତା କାଟିବା ପ୍ରକୃତରେ ଏକ ଖରାପ ଘଟଣା ବା ଅଶୁଭ ।

ପ୍ରାଚୀନ ବିଶ୍ୱାସ ଅନୁଯାୟୀ ବିଲେଇମାନେ ଘରକୁ ନକାରାତ୍ମକ ଶକ୍ତି ଆଣିଥାନ୍ତି। ଏହାକୁ ଘରେ ରଖିବା ଶୁଭ ନୁହେଁ। ଏହିପରି ଏମିତି ଭ୍ରମ ଲୋକମାନଙ୍କ ମଧ୍ୟରେ ଥାଏ ଯେ , ଯଦି ବିଲେଇ ବାମରୁ ଡାହାଣକୁ ଯାଏ, ତେବେ ଏହା ଏକ ଖରାପ ସଙ୍କେତ ଦେଇଥାଏ । ଯଦି ବିଲେଇ ଡାହାଣରୁ ବାମକୁ ଯାଏ ତେବେ ତାହାକୁ ଶୁଭ ବୋଲି ବିବେଚନା କରାଯାଏ । ବିଲେଇର କାନ୍ଦିବା ମଧ୍ୟ ଅଶୁଭ ବୋଲି ବିଶ୍ୱାସ କରାଯାଏ । ଏହା ବ୍ୟତୀତ ଯଦି ବିଲେଇ ଘରେ ରଖାଯାଇଥିବା ଖାଦ୍ୟକୁ ନଷ୍ଟ କରେ, ତେବେ ଏହାକୁ ଫିଙ୍ଗି ଦିଆଯାଏ । ଏହାକୁ କିଛି ଲୋକ ଭ୍ରମ ବା ଅନ୍ଧବିଶ୍ୱାସ ବୋଲି ଭାବୁଥିବା ବେଳେ କିଛି ଲୋକ ଏହାକୁୁ ସତର୍କତା ଭାବରେ ବିଶ୍ୱାସ କରନ୍ତି ।

-ପୁରାତନ କାଳରେ ଯେତେବେଳେ ଲୋକମାନେ ଜଙ୍ଗଲ ଦେଇ ଯାଉଥିଲେ, ସେହି ସମୟରେ ଯଦି ବିଲେଇ ତା’ର ରାସ୍ତା କାଟେ, ତେବେ ସେଥିରୁ ଅନୁମାନ କରାଯାଏ ଯେ ଆଗକୁ ବିପଦ ରହିଛି । କେହି ହିଂସ୍ର ଜନ୍ତୁ ଜଗି ରହିଛି । ଏହି କାରଣରୁ ଲୋକମାନେ ସତର୍କ ହୋଇଯାଆନ୍ତି ଏବଂ ରାସ୍ତା ପରିବର୍ତ୍ତନ କରନ୍ତି ।

-ବିଲେଇ ରାତିରେ ଶିକାର କରିଥାଏ । ତେଣୁ ସେମାନଙ୍କ ଆଖି ରାତିରେ ଭୟଭୀତ ଦେଖାଯାଏ । ତେଣୁ ରାତିରେ ବିଲେଇର ଆଖି ଦେଖି ଲୋକେ ଭୟଭୀତ ହୋଇପଡନ୍ତି । ଭୟଭୀତ ଅବସ୍ଥାରେ ଲୋକ କିଛି ଭୁଲ କାର୍ଯ୍ୟ କରି ବସେ ବା ଭୁଲ ବାଟ ବାଛିଥାଏ । ତେଣୁ ସେହି ସମୟରେ ଲୋକମାନେ ନିଜକୁ ଶାନ୍ତ କରିବା ପାଇଁ ବା ନିଜ ସହ ଥିବା ପଶୁକୁ ଶାନ୍ତ କରିବା ପାଇଁ କିଛି ସମୟ ପାଇଁ ଅଟକି ଯାଆନ୍ତି । ପରେ ଏହାକୁ ଅନ୍ଧବିଶ୍ୱାସ ସହିତ ସଂଯୋଗ କରି ଅଶୁଭ ବୋଲି ବିବେଚନା କରାଗଲା ।

Get real time updates directly on you device, subscribe now.