fbpx
BSKY
BJD SHG SKY
BJD YOUTH SKY

ଗମ୍ଭୀର ହେଉଛି କାଶୀପୁର ସ୍ଥିତି: କାଶୀପୁରରେ ୧୦୪ ପାର୍ କଲା ଆକ୍ରାନ୍ତଙ୍କ ସଂଖ୍ୟା, ୮ରେ ପହଞ୍ଚିଲା ମୃତକ ସଂଖ୍ୟା

ରାୟଗଡା : ରାୟଗଡା ଜିଲ୍ଲା କାଶୀପୁର ବ୍ଲକରେ ଗତ ୧୦ ଦିନ ହେବ ବ୍ୟାପିଥିବା ଝାଡାବାନ୍ତି ହଇଜା ବୋଲି ଗତକାଲି ସ୍ପଷ୍ଟ ହେବାପରେ ପ୍ରଭାବିତ ଅଞ୍ଚଳରେ ଏକ ପ୍ରକାର ଭୟାର ବାତାବରଣ ଦେଖାଦେଇଛି।  ଏ ପଟେ ହଇଜା ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। ଆଜି ପୁଣି  ଜଣେ ହଇଜା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ମୃତ୍ୟୁ ସଂଖ୍ୟା ୮ ରେ ପହଞ୍ଚିଛି । ମୃତକ ଜଣକ ହେଲେ ନକଟିଗୁଡା ପଞ୍ଚାୟତ ଅନ୍ତର୍ଗତ ସାନମାଟିକଣା ଗ୍ରାମର ସନୁ ମାଝିଙ୍କ ସ୍ତ୍ରୀ ଡାଲମେ ମାଝୀ (୬୫)। ଗତକାଲି ରାତି ଠାରୁ ସେ ଝାଡାବାନ୍ତିରେ ଆକ୍ରାନ୍ତ ରହିଥିଲେ ଓ ଆଉ ଆଜି ଭୋରରୁ ତାଙ୍କର ମୃତ୍ୟୁ ଘଟିଛି । ୫ ରୁ ୮ ଥର ଝାଡା ହେବାର ମାତ୍ରକିଛି ଘଣ୍ଟା ମଧ୍ୟରେ ଡାଲମେଙ୍କ ମୃତ୍ୟୁ ହୋଇଥିବା ତାଙ୍କ ସ୍ୱାମୀ ସନୁ ମାଝି କହିଛନ୍ତି ଏପରିକି ସେ ଡାକ୍ତର ଖାନା ନେବାକୁ ମଧ୍ୟ ସମୟ ପାଇନଥିବା କହିଛନ୍ତି। ଡାଲମେଙ୍କ ମୃତ୍ୟୁ ପରେ ସାନମାଟିକଣା ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ଏଣେ ହଇଜାରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ପ୍ରାୟ ୯୦ ଜଣ ବିଭିନ୍ନ ଗ୍ରାମରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ଫଳରେ ଏହା ମହାମାରୀ ଆଡକୁ ମୁଁହାଉଥିବା ଅନୁମାନ କରାଯାଉଛି। ଭୁବନେଶ୍ୱର ସ୍ଥିତ ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର(ଆରଏମଆରସି) ର ଟିମ ମଧ୍ୟ ହଇଜା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବାପରେ ଅତ୍ୟନ୍ତ ଗମ୍ଭୀର ରହିଥିବା କହିଛନ୍ତି । ଲୋକେ ଏହାର ମାରାତ୍ମକତା ବୁଝି ପାରିନଥିବା ଏବେ ମଧ୍ୟ ଝରଣା , ନଦୀ , କୂଅ ଏବଂ ପୋଖରୀ ପାଣିରେ ସଂକ୍ରମିତ ଲୁଗାପଟା ସଫା କରିବା ସହ ସେହି ଜଳକୁ ମଧ୍ୟ ବ୍ୟବହାର କରୁଛନ୍ତି ।

ଆରଏମଆରସି ଟିମ୍ ଆଜି ପୁଣି ସେହି ଅଞ୍ଚଳରେ ବୁଲିବା ସାମୟରେ ଏଭଳି ଦୃଶ୍ୟ ନଜରକୁ ଆଶିବା ଦ୍ଵାରା  ହଇଜା ମହାମାରୀ ରୂପ ନେବାର ସମ୍ଭାବନା ରହିଥିବା ସୂଚନା ଦେଇଛନ୍ତି। ଏହି ଟିମ୍‌ ଗତ କାଲି କାଶୀପୁର ବ୍ଲକର ଶଙ୍କରଡା, ପଞ୍ଚାଳି, ଟିକିରି, ଦୁଡୁକାବାହାଲ, ମାଇକଞ୍ଚ ଓ କାଶୀପୁର ଯାଇ ମଳ ଓ ଜଳ ନମୁନା ସଂଗ୍ରହ କରି ଲଗାତାର ପରୀକ୍ଷା ଜାରିଛନ୍ତି । ବିଭିନ୍ନ ଜଳ ଉତ୍ସରୁ ନମୁନା ସଂଗ୍ରହ କରି ପରୀକ୍ଷଣ ପରେ ତାହା ଭିବ୍ରିଓ କଲେରା (ହଇଜା) ବୋଲି ସ୍ଵଷ୍ଟ ହୋଇଛି । ସୂଚନା ଅନୁସାରେ ଏହି ହଇଜା ରୋଗ କାଶୀପୁର ଅଞ୍ଚଳରେ ପ୍ରଥମେ ୨୦୦୭ରେ ଦେଖାଦେଇଥିଲା । ଏହାପରେ ୨୦୧୦,୨୦୧୨ ଓ ଶେଷଥର ପାଇଁ ୨୦୧୭ରେ ଏହି ରୋଗ ଚିହ୍ନଟ ହୋଇଥିଲା । ତେବେ ଦିର୍ଘ ୫ ବର୍ଷ ପରେ ଏହା ପୁଣି ବ୍ୟାପିବା ସହ ଏହି ଝାଡାବାନ୍ତିରେ ୭ଜଣଙ୍କ ଜୀବନ ଗଲାଣି ।

Get real time updates directly on you device, subscribe now.