fbpx

ପିଏମ କିଷାନର ଦ୍ୱାଦଶ କିସ୍ତି ପୂର୍ବରୁ ସରକାର ବଦଳାଇଲେ ଏହି ନିୟମ: ଫାଇଦାରେ ଚାଷୀ

ନୂଆଦିଲ୍ଲୀ: ପିଏମ କିଷାନ ସମ୍ମାନ ନିଧିର ଦ୍ୱାଦଶ କିସ୍ତିକୁ ଚାହିଁବସିଛନ୍ତି ଦେଶର ୧୦କୋଟିରୁ ଅଧିକ ଚାଷୀ । କିନ୍ତୁ ଦ୍ୱାଦଶ କିସ୍ତି ଆକାଉଣ୍ଟକୁ ଆସିବା ପୂର୍ବରୁ ସରକାର ଏକ ବଡ ପରିବର୍ତ୍ତନ କରିଛନ୍ତି । ଏହା ଅଧୀନରେ ହିତାଧିକାରୀମାନେ ସେମାନଙ୍କର ଆଧାର ନମ୍ବରରେ ଷ୍ଟାଟସ୍ ଦେଖିପାରିବେ ନାହିଁ । ହିତାଧିକାରୀଙ୍କ ପାଇଁ ସରକାର ଆଉ ଏକ ସୁବିଧା ମଧ୍ୟ ଦେଇଛନ୍ତି ।

ପୁଣି ଥରେ ପିଏମ କିଷାନ ନିଧିର ହିତାଧିକାରୀମାନେ ସେମାନଙ୍କ ମୋବାଇଲ୍ ନମ୍ବରରୁ ଷ୍ଟାଟସ୍ ଚେକ୍ କରିପାରିବେ । ଏହା ବ୍ୟତୀତ ଆପଣ ପଞ୍ଜୀକରଣ ନମ୍ବରରୁ ଷ୍ଟାଟସ୍ ମଧ୍ୟ ଚେକ୍ କରିପାରିବେ । ତେବେ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଆରମ୍ଭରୁ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ପରିବର୍ତ୍ତନ କରାଯାଇଛି । ଲକ୍ଷ ଲକ୍ଷ ଅଯୋଗ୍ୟ ବ୍ୟକ୍ତି ପ୍ରଧାନମନ୍ତ୍ରୀ କିଷାନ ନିଧିର ସୁବିଧା ଉଠାଉଛନ୍ତି ବୋଲି ସରକାର ସୂଚନା ପାଇଛନ୍ତି ।

ଏହାକୁ ଦୃଷ୍ଟିରେ ରଖି ଜୁଲାଇ ୩୧ ପର୍ଯ୍ୟନ୍ତ e-KYC ବାଧ୍ୟତାମୂଳକ କରାଯାଇଛି । ଏଥର ଇ-ଏଥର ସରକାରଙ୍କ ପକ୍ଷରୁ e-KYC କରିବାର ଶେଷ ସୁଯୋଗ ଦିଆଯାଇଛି । ଯଦି ଆପଣ ର-e-KYC କରିନାହାଁନ୍ତି, ତେବେ ଆପଣଙ୍କର ଦ୍ୱାଦଶ କିସ୍ତି ବନ୍ଦ ହୋଇପାରେ । ଯେଉଁ ଚାଷୀମାନଙ୍କ ଆକାଉଣ୍ଟକୁ ଏକାଦଶ କିସ୍ତି ଆସିନାହିଁ, e-KYC କରିବା ପରେ ସେମାନଙ୍କ ଟଙ୍କା ଆସିଯିବ ।

ତେବେ ପିଏମ କିଷାନ ପୋର୍ଟଲରେ କୁହାଯାଇଛି ଯେ, ଆଧାର ଅଧାରିତ ଓଟିପି ପ୍ରାମାଣିକରଣ ପାଇଁ ଚାଷୀମାନଙ୍କୁ Kisan Cornerରେ e-KYC ବିକଳ୍ପ ଉପରେ କ୍ଲିକ୍ କରିବାକୁ ପଡିବ । ବାୟୋମେଟ୍ରିକ ପ୍ରାମାଣିକରଣ ପାଇଁ ନିକଟତମ ସିଏସସି ସେଣ୍ଟର ଯିବାକୁ ପଡିବ । ଏହି କାମ ଘରେ ବସି ମୋବାଇଲ୍, କମ୍ପ୍ୟୁଟର କିମ୍ବା ଲାପଟପ୍ ରୁ ଆପଣ କରିପାରିବେ ।

– ଆଧାର ଆଧାରିତ OTP ପ୍ରାମାଣିକରଣ ପାଇଁ Kisan Cornerରେ ଥିବା ‘e-KYC’ ବିକଳ୍ପ ଉପରେ କ୍ଲିକ୍ କରନ୍ତୁ ।
– ବାୟୋମେଟ୍ରିକ୍ ପ୍ରାମାଣିକରଣ ପାଇଁ ନିକଟତମ ସିଏସସି ସେଣ୍ଟ ସହ ଯୋଗାଯୋଗ କରନ୍ତୁ ।
– ଆପଣ ମୋବାଇଲ୍, ଲାପଟପ୍ କିମ୍ବା କମ୍ପ୍ୟୁଟର ସାହାଯ୍ୟରେ ଏହାକୁ ଘରେ ବସି କରିପାରିବେ ।
– ଏଥିପାଇଁ, ସର୍ବପ୍ରଥମେ ଆପଣ https://pmkisan.gov.in/ପୋର୍ଟାଲକୁ ଯାଆନ୍ତୁ ।
– ଡାହାଣ ପାର୍ଶ୍ୱରେ ଆପଣ ଏହିପରି ଟ୍ୟାବ୍ ମିଳିବ । ସବୁଠାରୁ ଉପରେ e-KYC ଲେଖାଥିବା ମିଳିବ, ଏହା ଉପରେ କ୍ଲିକ କରନ୍ତୁ ।

 

ଲିଷ୍ଟରେ ନିଜ ନାଁ ଦେଖିବାକୁ ଚାଁହୁଥିଲେ ଏପରି କରନ୍ତୁ ଚେକ୍…

– ନାଁ ଚେକ୍ କରିବାକୁ ଆପଣଙ୍କୁ ପ୍ରଥମେ ପିଏମ କିଷାନ ଯୋଜନାର ୱେବସାଇଟ https://pmkisan.gov.inକୁ ଯିବାକୁ ପଡିବ ।

– ଏବେ ଏହାର ହୋମପେଜରେ ଆପଣଙ୍କୁ Farmers Cornerର ଅପସନ୍ ମିଳିବ ।

– Farmers Cornerର ସେକ୍ସନର ଭିତରେ Beneficiaries Listର ଅପସନ୍ ଉପରେ କ୍ଲିକ କରନ୍ତୁ ।

– ଏବେ ଆପଣ ଲିଷ୍ଟରେ ରାଜ୍ୟ, ଜିଲ୍ଲା, ବ୍ଲକ ଓ ଗାଁକୁ ସିଲେକ୍ଟ କରନ୍ତୁ ।

– ପରେ ଆପଣ Get Report ଉପରେ କ୍ଲିକ କରନ୍ତୁ ।

– ଏହା ପରେ ଆବେଦନ କରିଥିବା କୃଷକଙ୍କ ଲିଷ୍ଟ ସାମ୍ନାକୁ ଆସିବ, ଯେଉଁଥିରେ ଆପଣ ନିଜ ନାଁ ଚେକ୍ କରିପାରିବେ ।

Get real time updates directly on you device, subscribe now.