fbpx

ବିସିସିଆଇ ଉପ ସଭାପତି ପଦରୁ ଇସ୍ତଫା ଦେବେ ରାଜୀବ ଶୁକ୍ଳା, ଖୁବ୍‌ଶୀଘ୍ର ବିଧିବଧ ଭାବେ ଘୋଷଣା କରିବେ

ନୂଆଦିଲ୍ଲୀ: ବିସିସିଆଇର ଉପ ସଭାପତି ରାଜୀବ ଶୁକ୍ଳା ରାଜ୍ୟ ସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇ ଥିବାରୁ ସେ ଖୁବ ଶୀଘ୍ର ଇସ୍ତଫା ଦେବେ ବୋଲି ବିସିସିଆଇ ସୂତ୍ରରୁ ଜଣାପଡିଛି । କାରଣ ସେ ରାଜ୍ୟସଭା ସାଂସଦ ଭାବେ ଶପଥ ଗ୍ରହଣ କରି ନିଜର କାର୍ଯ୍ୟ ଆରମ୍ଭ କରିଛନ୍ତି । ତେଣୁ ବିସିସିଆଇର ସମ୍ବିଧାନ ଅନୁଯାୟୀ କୌଣସି କର୍ମକର୍ତ୍ତା ଏକାକାଳୀନ ଦୁଇଟି ପଦରେ ରହି ପାରିବେ ନାହିଁ ।

ଗୁରୁବାର ଦିନ ଅନୁଷ୍ଠିତ ହେବାକୁ ଥିବ। ବିସିସିଆଇ ଅପେକ୍ସ କାଉନସିଲ ବୈଠକରେ ଶୁକ୍ଳାଙ୍କ ଇସ୍ତଫା ପ୍ରସଙ୍ଗ ନେଇ ଘୋଷଣା ହେବା ସମ୍ଭାବନା ରହିଛି । ସୂଚନା ଯୋଗ୍ୟ ଯେ ଶୁକ୍ଳା ନିଦ୍ୱନ୍ଦ୍ୱର୍ରେ ରାଜ୍ୟ ସଭାକୁ ନିର୍ବାଚିତ ହୋଇଛନ୍ତି । ତେଣୁ ତାଙ୍କ ସ୍ଥାନରେ ଅନ୍ୟ ଜଣେ ବିସିସିଆଇର ଉପ ସଭାପତି ନିଯୁକ୍ତ ହେବାକୁ ପଡିବ ।

Get real time updates directly on you device, subscribe now.