fbpx

ଧନ ଦେବୀ ମାଁ ପେଣ୍ଡ୍ରାଣୀ: ପ୍ରତିଶୋଧପରାୟଣ ଦେବୀଙ୍କଠାରୁ ଏକ ସୁଖୀ ଦେବୀ ରୂପେ ପରିଣତ ହେବାର ଇତିହାସ

ନବରଙ୍ଗପୁର: ମାଁ ପେଣ୍ଡ୍ରାଣୀ ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳର ପ୍ରତିଷ୍ଠିତ ଲୋକଦେବୀ। ସଂପ୍ରତ୍ତି ଉମରକୋଟ “ମା ପେଣ୍ଡ୍ରାଣୀ” ଙ୍କ ପୀଠ ପ୍ରସିଦ୍ଧ ଓ ବହୁଚର୍ଚ୍ଚିତ। ସଂପ୍ରତ୍ତି ଉମରକୋଟ “ମାଁ ପେଣ୍ଡ୍ରାଣୀ” ଙ୍କ ପ୍ରସିଦ୍ଧ ପୀଠ ଓ ବହୁଚର୍ଚ୍ଚିତ। ସହରର ପଶ୍ଚିମ ପ୍ରାନ୍ତରେ ମାଁ ଙ୍କ ମନ୍ଦିର ନିର୍ମାଣ କରାଯାଇଛି। ରବିବାର ହେଉଛି ଏକ ମାତ୍ର ଗୋଟିଏ ଦିନ ଯେଉଁ ଦିନ ମାଙ୍କ ମନ୍ଦିର ଖୋଲା ରହିଥାଏ। ତେଣୁ ସେହି ଦିନ ମନ୍ଦିର ଭିତରେ ଅଧିକ ଗହଳି ହେଉଥିବାବେଳେ ବହୁ ଦୂର ଦୂରାନ୍ତରୁ ଅନେକ ଲୋକ ମାଁ ଙ୍କ ଦର୍ଶନ ପାଇଁ ଆସିଥାନ୍ତି। ପ୍ରଥମେ ଦେବୀଙ୍କୁ ଏକ ଖୋଲା ସ୍ଥାନରେ ପୂଜା କରାଯାଉଥିଲା ଯାହା ପରେ ଧୀରେ ଧୀରେ ଏକ ସାଧାରଣ କାଠ କୋଠରୀରେ ତିଆରି ହୋଇଛି। ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ୨୦୧୦ ମସିହାରେ ଏକ ବିଶାଳ ଉଦ୍ଘାଟନୀ ଉତ୍ସବରେ ଦେବୀଙ୍କୁ ପୂଜା କରିବା ପାଇଁ ଏକ ନୂତନ ମନ୍ଦିର ନିର୍ମାଣ କରାଗଲା।

The deity of Umarkot, Goddess "Maa Pendrani"

ମାଁ ପେଣ୍ଡ୍ରାଣୀଙ୍କ ଉତ୍ପତ୍ତି ପୁରାଣ ଏବଂ କିମ୍ବଦନ୍ତୀରୁ ଜାଣିବାକୁ ମିଳେ। ଦକ୍ଷିଣ ଓଡିଶାର ଆଦିବାସୀ ତଥା ଛତିଶଗଡର ସୀମାନ୍ତବର୍ତ୍ତୀ ଜିଲ୍ଲାର ଲୋକମାନଙ୍କ ଦ୍ୱାରା ପୂଜା ପାଉଛନ୍ତି ମାଁ। ଏହାର ଇତିହାସ ପାଖାପଖି ୪୦୦ ବର୍ଷ ତଳ ପୁରୁଣା। ଦେବୀ ପେଣ୍ଡ୍ରାଣୀଙ୍କ ଉତ୍ପତ୍ତି ବିଷୟରେ ପୁରାଣରୁ ମିଳିବା ସହିତ, ତଥ୍ୟ ଅନୁଯାୟୀ ମାଁ ଙ୍କ ଜଟିଳ ରୀତିନୀତି ଯାହାକି ଏହି କ୍ଷେତ୍ରରେ ଦେଖିବାକୁ ମିଳିଥାଏ। ତାଙ୍କର ସୃଷ୍ଟି ପୁରାଣ ଏତେ ଲୋକପ୍ରିୟ ହେଲା ଯେ ସେ ଏକ ଲୋକପ୍ରିୟ ଦେବୀ ହୋଇଗଲେ ସେହି ଅଞ୍ଚଳ ପାଇଁ ଏବଂ ଏହିପରି ଏକ ନୂତନ ସଂସ୍କୃତି ପେଣ୍ଡ୍ରାଣୀ ଦେବୀ ଧର୍ମ ଭାବରେ ଉଭା ହେଲା। ଯଦିଓ ଏକ ଆଦିବାସୀ ଦେବୀ ଭାବରେ ଉତ୍ପନ୍ନ ହୋଇଥିଲେ ମଧ୍ୟ ସେ ଏହି ଅଞ୍ଚଳର ସାମାଜିକ ତଥା ଐତିହାସିକ ପ୍ରକ୍ରିୟାରେ ଉଭୟ ଆଦିବାସୀ ତଥା ଅଣ ଆଦିବାସୀ ସମ୍ପ୍ରଦାୟର ଦେବୀ ହୋଇ ରହିଗଲେ। ଆଦିବାସୀ ଅଞ୍ଚଳରେ ହଜାର ହଜାର ଗାଁରେ ତାଙ୍କ ସଂସ୍କୃତି ସ୍ଥାପନ କରିବା ସହିତ ଉମରକୋଟେ ସହରରେ ଏକ ବିଶାଳ ମନ୍ଦିର ନିର୍ମାଣ କରାଯାଇଛି ମାଁ ଙ୍କ ପାଇଁ।

The deity of Umarkot, Goddess "Maa Pendrani"

ପୁରାଣର କେନ୍ଦ୍ରବିନ୍ଦୁ ଅନୁଯାୟୀ ଜଣେ ଗୋଣ୍ଡ ଝିଅ ବା ବିବାହିତା ନାରୀ ବିଷୟରେ ଯାହାକୁ ମାଁ ପେଣ୍ଡ୍ରାଣୀ ବୋଲି ସମ୍ବର୍ଦ୍ଧିତ କରି ପୂଜା କରାଯାଉଛି। ପେଣ୍ଡ୍ରାଣୀ ଜଣେ ବିବାହିତା ନାରୀ ଥିଲେ ଯାହାର ୭ ଟି ଭାଇ ଥିଲେ। ସେତେବେଳେ ବିଶ୍ୱାସ ରହିଥିଲା ଯେ ଭଲ ଅମଳ କରିବାକୁ ହେଲେ ମଣିଷ ବଳି ଦେବାକୁ ପଡେ ପୃଥିବୀ ମାତା ଦେବୀଙ୍କୁ। ତାଙ୍କ ସାତ ଭାଇ ମିଶି ପେଣ୍ଡ୍ରାଣୀଙ୍କ ସ୍ଵାମୀଙ୍କୁ ଭଲ ଅମଳ ପାଇବା ପାଇଁ ପୃଥିବୀ ମାତା ଦେବୀଙ୍କୁ ମାନବ ବଳି ଦେଲେ। ଭଲ ଅମଳ ପାଇବା ପାଇଁ ତାଙ୍କ ସାତ ଭାଇଙ୍କ ଦ୍ୱାରା ହତ୍ୟା କରାଯାଇଥିଲା ତାଙ୍କ ସ୍ୱାମୀଙ୍କୁ। ପେଣ୍ଡ୍ରାଣି ତାଙ୍କ ସ୍ୱାମୀକୁ ବହୁତ ଖୋଜିଥିଲେ ଏବଂ ଶେଷରେ ଜାଣିବାକୁ ପାଇଥିଲେ ଯେ ତାଙ୍କ ନିଜ ଭାଇମାନେ ତାଙ୍କ ସ୍ୱାମୀଙ୍କୁ ଭଲ ଅମଳ ପାଇବା ପାଇଁ ବଳି ଦାନ ଦେଇଛନ୍ତି। ହଠାତ ଏ କଥା ଶୁଣି ଜଙ୍ଗଲରେ ଆଶ୍ଚର୍ଯ୍ୟ ହୋଇଥିଲେ। ଠିକ ସେତିକି ବେଳେ ବାଘର ଶିକାର ହୋଇ ମୃତ୍ୟୁ ହୋଇଥିଲା ତାଙ୍କର। ବାଘ ଦ୍ୱାରା ମରିବା ପରେ ତାଙ୍କ ଆତ୍ମା ଦେବୀଙ୍କ ରୂପ ନେଲା । ୪୦୦ବର୍ଷ ମଧ୍ୟରେ ସେ ଏକ ପ୍ରତିଶୋଧପରାୟଣ ଦେବୀଙ୍କଠାରୁ ଏକ ସୁଖୀ ଦେବୀ ରୂପେ ପରିଣତ ହୋଇଥିବା ଇତିହାସ ରହିଛି। ବର୍ତ୍ତମାନ ପଶ୍ଚିମ ଓଡିଶା ଏବଂ ପୂର୍ବ ଛତିଶଗଡରେ ଧନ ଦେବୀ ଭାବରେ ମାଁ ଙ୍କୁ ପୂଜା କରାଯାଉଛି।

The deity of Umarkot, Goddess "Maa Pendrani"

ପେଣ୍ଡ୍ରାଣୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ସ୍ଥାନୀୟ ଲୋକମାନେ ଆଷାଢ଼ ମାସରେ ପେଣ୍ଡ୍ରାଣୀ ଯାତ୍ରୀ ନାମରେ ଏକ ବିଶାଳ ପର୍ବ ପାଳନ କରନ୍ତି ଏଠାରେ। ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ଓଡିଶା ତଥା ଛତିଶଗଡର ବହୁ ସଂଖ୍ୟାରେ ଭକ୍ତ, ତୀର୍ଥଯାତ୍ରୀ ଏବଂ ପର୍ଯ୍ୟଟକ ଉମରକୋଟକୁ ଆସିଥାନ୍ତି। ସେଠାରେ ଥିବା ସ୍ଥାନୀୟ ଡିଗ୍ରୀ କଲେଜ ତାଙ୍କ ନାମରେ ନାମିତ ହୋଇଛି, ତାହା ହେଉଛି ତାଙ୍କର ସର୍ବୋଚ୍ଚ ବଳିଦାନର ଶ୍ରଦ୍ଧାଞ୍ଜଳି।

Get real time updates directly on you device, subscribe now.