fbpx
BJD
BJD SKY
BJD SKY

ବୟସ ପୂର୍ବରୁ ବୃଦ୍ଧାବସ୍ଥା, ଶରୀରରେ ଦେଖାଦେଇଥାଏ ଏହିସବୁ ପରିବର୍ତ୍ତନ

BJD

ମଣିଷ ଜନ୍ମ ମାତ୍ରକେ ବୃଦ୍ଧାବସ୍ଥା ଆସିବା ଏକ ସାଧାରଣ କଥା । ମାତ୍ର କିଛି ଲୋକଙ୍କ ଠାରେ ବୃଦ୍ଧାବସ୍ଥା ପରିଣତ ବୟସ ପୂର୍ବରୁ ଆସିଥାଏ । ଏପରି ଲୋକମାନେ ନିଜର ସ୍ୱାସ୍ଥ୍ୟର ଯତ୍ନ ନେବା ନିହାତି ଦରକାର । ଏମାନଙ୍କ ଠାରେ ଏପରି କିଛି ଲକ୍ଷଣ ଦେଖାଦେଇଥାଏ । ସେଗୁଡ଼ିକ ହେଉଛି:-

– ଯଦି ଆପଣଙ୍କର ବୟସ ୪୦ ବର୍ଷ ଓ ଆପଣ ମନ୍ଥର ଗତିରେ ଚାଲୁଛନ୍ତି, ତେବେ ଜାଣିନିଅନ୍ତୁ ବହୁତ ଶୀଘ୍ର ଆପଣଙ୍କଠାରେ ବୃଦ୍ଧାବସ୍ଥା ଦେଖାଦେବ । ତେଣୁ ଆପଣ ନିୟମିତ ଅଧଘଣ୍ଟା ଲେଖାଏଁ ଚାଲିବା ଉଚିତ ।

– ୫୦ ବର୍ଷ ପରେ ଅନେକଙ୍କ ହାତ, ମୁହଁ, ବାହୁ ଆଦିରେ ବାଦାମୀ ରଙ୍ଗର ଚିହ୍ନ ଦେଖାଯାଏ, ତାହାକୁ ସନ୍ ସ୍ପଟ୍ କୁହାଯାଏ । ଏହି ସ୍ପଟ୍ ସାମାନ୍ୟ ଲାଗୁଥିଲେ ମଧ୍ୟ ଯଦି ତାହା କଳା ରଙ୍ଗର ହୋଇଥିବ, ତେବେ ଡାକ୍ତରଙ୍କ ସହିତ ତୁରନ୍ତ ସମ୍ପର୍କ କରିବା ଉଚିତ ।

– ବୟସ ବୃଦ୍ଧି ସହିତ ସ୍ମରଣଶକ୍ତି ହ୍ରାସ ପାଇବା ଏକ ସାଧାରଣ କଥା, ଯାହାକି ୪୦ ବର୍ଷରୁ ଆରମ୍ଭ ହୋଇଥାଏ । କୌଣସି ବ୍ୟକ୍ତି ବା ନିର୍ଦ୍ଦିଷ୍ଟ ଘଟଣାକୁ ମନେରଖିବା କାଠିକର ପାଠ ହୋଇଥାଏ । ତେଣୁ ବ୍ରେନକୁ କାର୍ଯ୍ୟକ୍ଷମ କରିବା ପାଇଁ ନିୟମିତ ବ୍ୟାୟାମ କରିବା ସହ ସୁଷମ ଖାଦ୍ୟ ସେବନ କରିବା ଉଚିତ ।

– ୪୦ ବର୍ଷ ପରେ ଶରୀରର ଚର୍ମରେ ପରିବର୍ତ୍ତନ ହୋଇଥାଏ । ଏହି ବୟସରେ ଚର୍ମ ଶୁଷ୍କ ହୋଇଯାଏ । ଏହାର ଅନ୍ୟ କାରଣ ମଧ୍ୟ ରହିଛି । ଏଥିରୁ ରକ୍ଷା ପାଇବା ପାଇଁ ଗରମ ପାଣିରେ ଜମା ମୁହଁ ଧୁଅନ୍ତୁ ନାହିଁ । ଅଧିକ ପରିମାଣରେ ତରଳ ଖାଦ୍ୟ ଗ୍ରହଣ କରନ୍ତୁ ।

– ବୟସ ବୃଦ୍ଧି ସହ ଶରୀରର ଚର୍ବି ଅଣ୍ଟାରେ ଜମି ରହେ । ମହିଳାଙ୍କ ଠାରେ ଋତୁସ୍ରାବ ପରେ ଏହି ଲକ୍ଷଣ ବେଶୀ ଦେଖାଦେଇଥାଏ । ଫଳରେ ଶରୀରର ଓଜନ ବୃଦ୍ଧି ଘଟିବା ସହ ହୃଦରୋଗ ଓ ମଧୁମେହର ଆଶଙ୍କା ବୃଦ୍ଧି ପାଇଥାଏ । ୩୫ ବର୍ଷରେ ମହିଳା ଓ  ୪୦ ବର୍ଷରେ ପୁରୁଷମାନେ ଅଣ୍ଟା ସମସ୍ୟାର ଶିକାର ହୋଇଥାନ୍ତି । ତେଣୁ ଏଥିରୁ ରକ୍ଷା ପାଇବା ପାଇଁ ନିୟମିତ ବ୍ୟାୟାମ କରିବା ଉଚିତ ।

– ୪୦ ବର୍ଷରେ ଆଖି ସମସ୍ୟା ବେଶୀ ଦେଖାଦେଇଥାଏ । ଆଖିର ମୋତିଆବିନ୍ଦୁ ଓ ଗ୍ଲୁକୋମାରେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ । ଏହି ଲକ୍ଷଣକୁ ଦୂରେଇବାକୁ ହେଲେ ବ୍ୟାୟାମ କରିବା, ସୁଷମ ଖାଦ୍ୟ ଖାଇବା ସହ ଧୂମପାନ ଛାଡ଼ିବା ଦରକାର ।

Get real time updates directly on you device, subscribe now.