fbpx

ରାଜ୍ୟରେ ଆଜି ପୁଣି ୧୯୭୭ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ ଆପଣଙ୍କ ଜିଲ୍ଲାରୁ କେତେ?

ଭୁବନେଶ୍ୱର, ୧୪ା୮(ଓଡ଼ିଶା ଭାସ୍କର): ରାଜ୍ୟରେ ୩୦ ଜିଲ୍ଲାରୁ ଆଜି ପୁଣି ୧୯୭୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୨୪୧ ଓ ସ୍ଥାନୀୟ ଅଞ୍ଚଳରୁ ୭୩୬ ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୪୬୩୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ତେବେ ଖୋର୍ଦ୍ଧାରୁ ସର୍ବାଧିକ ୩୩୨, ଗଞ୍ଜାମରୁ ୨୮୦, ମୟୁରଭଞ୍ଜରୁ ୧୨୦, ଭଦ୍ରକରୁ ୧୧୮, କଟକରୁ ୧୦୧, ଗଜପତିରୁ ୯୩, କୋରାପୁଟରୁ ୯୦, ସୁନ୍ଦରଗଡ଼ରୁ ୮୮, ପୁରୀରୁ ୮୩, ନୟାଗଡ଼ରୁ ୭୫, ରାୟଗଡ଼ାରୁ ୭୦, ଯାଜପୁରରୁ ୬୯, କନ୍ଧମାଳରୁ ୬୦, ସମ୍ବଲପୁରରୁ ୫୯, ବାଲେଶ୍ୱରରୁ ୫୬, ମାଲକାନଗିରିରୁ ୫୨,କଳାହାଣ୍ଡିରୁ ୪୮, ଢ଼େଙ୍କାନାଳରୁ ୪୦, ଜଗତସିଂହୁପରରୁ ୩୪, ବରଗଡ଼ରୁ ୨୨, ନୂଆପଡ଼ାରୁ ୨୦, ନବରଙ୍ଗପୁରରୁ ୧୭, ଝାରସୁଗୁଡ଼ାରୁ ୧୧, କେନ୍ଦୁଝରରୁ ୧୦, ବଲାଙ୍ଗୀରରୁ ୭, ସୋନପୁରରୁ ୭, କେନ୍ଦ୍ରାପଡ଼ାରୁ ୬, ବୌଦ୍ଧରୁ ୫, ଅନୁଗୁଳରୁ ୨, ଦେଓଗଡ଼ରୁ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.