fbpx

ଜେଲ ଗଲେ ସ୍ୱତନ୍ତ୍ର ସଚିବ ଅଜୟ ଦାସ

ଭୁବନେଶ୍ୱର, ୧୪ା୮(ଓଡ଼ିଶା ଭାସ୍କର): ଆୟ ବହିର୍ଭୂତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ସ୍ୱତନ୍ତ୍ର ସଚିବ ଅଜୟ ଦାସ ଗିରଫ ହୋଇଥିଲେ । ଆଜି ତାଙ୍କର ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ଝାରପଡ଼ା ଜେଲ ପଠାଯାଇଛି । ଅଜୟଙ୍କ ଘରୁ ୩କୋଟି ୭୯ହଜାର ଟଙ୍କାର ସମ୍ପତ୍ତି ଠାବ ହୋଇଛି । ଏହାସହ ତାଙ୍କ ପତ୍ନୀ ସଂଘମିତ୍ରା ଦାସଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି । ଅଜୟ ଦାସ ବର୍ତ୍ତମାନ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନାର ସ୍ୱତନ୍ତ୍ର ସଚିବ ଅଛନ୍ତି । ସେ ସେପ୍ଟେମ୍ବର ୩୦ରେ ଚାକିରିରୁ ଅବସର ନେଇଥାନ୍ତେ ।

ଉଲ୍ଲେଖଯୋଗ୍ୟ ଯେ ଗତ ୧୨ ତାରିଖ ଦିନ ଆୟ ବହିର୍ଭୂତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ସ୍ୱତନ୍ତ୍ର ସଚିବ ଅଜୟ କୁମାର ଦାସଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହୋଇଥିଲା । ଏହାପରେ ସେ ଜବତ ହୋଇଥିବା ସମ୍ପତ୍ତିର ସଠିକ ସୂଚନା ଦେଇପାରିନଥିଲେ । ତେଣୁ ତାଙ୍କୁ ଗିରଫ କରିଥିଲା ଭିଜିଲାନ୍ସ ।
ଏକକାଳୀନ ୫ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହୋଇଥିଲା । ଭୁବନେଶ୍ୱର ସ୍ଥିତ ଟଙ୍କପାଣି ରୋଡ଼, ପଟିଆ, ନୂଆଗାଁ , ବାଲେଶ୍ୱର ସ୍ଥିତ ଘରେ ଭିଡଜିଲାନ୍ସ ରେଡ଼ ପକେଇଥିଲା । ଖାଲି ଏତିକି ନୁହେଁ ଭୁବନେଶ୍ୱରରୁ ୨ଟି ଓ ପୁରୀରୁ ଗୋଟିଏ ଫ୍ଲାଟ ମଧ୍ୟ ଠାବ କରିିଥିଲା ଭିଜିଲାନ୍ସ ।

Get real time updates directly on you device, subscribe now.