fbpx

(Video) ରାମନବମୀରେ ରାମଲଲାଙ୍କର ହେବ ‘ସୂର୍ଯ୍ୟ ତିଳକ’: କିପରି ହେବ ପ୍ରଭୁଙ୍କର ଏହି ଅଲୌକିକ ନୀତି?

ଓଡ଼ିଶା ଭାସ୍କର: ଅଯୋଧ୍ୟାରେ ପ୍ରତିଷ୍ଠିତ ଶ୍ରୀରାମ ମନ୍ଦିରରେ ଶୋଭା ପାଉଛନ୍ତି ‘ବାଲକ ରାମ’ ପ୍ରଭୁ ରାମଲଲା । ପ୍ରଭୁ ଶ୍ରୀରାମଙ୍କ ଏହି ସରଳ ଚେହେରା ଏବଂ ମନୋରମ ହସ ଶ୍ରଦ୍ଧାଳୁଙ୍କୁ ମନ୍ତ୍ରମୁଗ୍ଧ କରି ଦେଉଛି । ତେବେ ରାମଲଲାଙ୍କ ମନ୍ଦିରରେ ପ୍ରଭୁଙ୍କ ନୀତିକାନ୍ତି ମଧ୍ୟ ସମ୍ପୂର୍ଣ୍ଣ ଭିନ୍ନ । ଗତ ଜାନୁୟାରୀ ୨୨ ତାରିଖରେ ଭବ୍ୟ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପରେ ରାମଲଲାଙ୍କ ରୂପରେ ପୂଜା ପାଉଛନ୍ତି ପ୍ରଭୁ ଶ୍ରୀରାମ । ତେବେ ଆସନ୍ତା ରାମ ମନ୍ଦିରରେ ବାଲକ ରାମଙ୍କର ‘ସୂର୍ଯ୍ୟ ତିଳକ’ ଅନୁଷ୍ଠିତ ହେବ । ଗ୍ରହରାଜ ସୂର୍ଯ୍ୟ ଦେବ ପ୍ରଭୁ ରାମଲଲାଙ୍କ ଅଭିଷେକ କରିବେ । ତେବେ ଆସନ୍ତୁ ଜାଣିବା କିପରି ଅନୁଷ୍ଠିତ ହେବ ପ୍ରଭୁଙ୍କ ଏହି ଅଲୌକିକ ନୀତିିକାନ୍ତି ।

ତିଳକର ଅର୍ଥ ହେଉଛି ମଥାରେ ଚନ୍ଦନ କିମ୍ବା ସିନ୍ଦୂର ଲଗାଇବାକୁ କୁହାଯାଏ । ରାମ ନବମୀ ଅବସରରେ ଅଯୋଧ୍ୟାରେ ହେବାକୁ ଯାଉଛି ‘ସୂର୍ଯ୍ୟ ତିଳକ’ । ଏହି ପବିତ୍ର ଦିନରେ ରାମଲଲାଙ୍କ ମଥାରେ ଝଲସିବ ସୂର୍ଯ୍ୟଙ୍କ କିରଣ । ମନ୍ଦିର ବାହରୁ ସିଧା ଗର୍ଭ ଗୃହ ଦେଇ ଶ୍ରୀରାମଙ୍କ ଲଲାଟରେ ସୂର୍ଯ୍ୟଙ୍କର ଟୀକା ବିରାଜମାନ କରିବେ । ଦୀର୍ଘ ୫ ମିନିଟ ପର୍ଯ୍ୟନ୍ତ ପ୍ରଭୁ ରାମଙ୍କ ମଥାରେ ଏହି ସୂର୍ଯର୍୍ୟ ତିଲକ ଧାରଣ ହେବ । ଶ୍ରୀ ରାମଚନ୍ଦ୍ର ହେଉଛନ୍ତି ସୂର୍ଯ୍ୟବଂଶୀ । ତେଣୁ ପ୍ରଭୁଙ୍କ ଜନ୍ମ ତିଥିରେ ତାଙ୍କୁ ସ୍ୱୟଂ ସୂର୍ଯ୍ୟ ଦେବ ଅଭିଷେକ କରାଇବେ । ରାମନବମୀ ଅବସରରେ ରାମଲଲାଙ୍କ ମଥାରେ ସୂର୍ଯ୍ୟ ତିଳକ ଶୋଭା ପାଉଥିବ । ଏଥର ସାରା ବିଶ୍ୱ ଦେଖିବ ଏଭଳି ଏକ ଅଲୌକିକ ଦୃଶ୍ୟ ।

ରାମଙ୍କ ମଥାରେ ସୂର୍ଯ୍ୟ ତିଳକ କେମିତି ସମ୍ଭବ ହେବ? ମନ୍ଦିର ବାହାରୁ ସିଧା ମନ୍ଦିର ଭିତରକୁ ସୂର୍ଯ୍ୟଙ୍କର ରଶ୍ମି କେମିତି ଆସିବ? କାରଣ ମନ୍ଦିର ଭିତରେ ସୂର୍ଯ୍ୟଙ୍କ କିରଣ ପଡ଼ିବାକୁ ଟିକେ ବି ରାସ୍ତା ନାହିିଁ । ଏଭଳି ଅସମ୍ଭବକୁ ସମ୍ଭବ କେମିତି କରାଯିବ? ତେବେ ଏହି ସୂର୍ଯ୍ୟ ତିଳକ ପାଇଁ ଏକ ବର୍ଷ ହେବ କାର୍ଯ୍ୟ ଜାରି ରହିଥିଲା । ଯାହା ସମାପ୍ତ ହୋଇଛି । ପୁରା ମନ୍ଦିର ନିର୍ମାଣ ଟିମ ଏବଂ ବୈଜ୍ଞାନିକ ମାନେ ଏହି ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି । ରାମ ନବମୀ ଦିନ ପୁରା ବିଶ୍ୱ ଦେଖିବ ରାମଲଲାଙ୍କ ‘ସୂର୍ଯ୍ୟ ତିଳକ’ ।

ରାମ ଲଲାଙ୍କ ମନ୍ଦିର ହେଉଛି ୩ ମହଲା ବିଶିଷ୍ଟ । ପୁରା ୩ ମହଲାରୁ ତଳକୁ ଅଣାଯିବ ସୂର୍ଯ୍ୟ କିରଣ । ଟିକେ ଏହି ଗ୍ରାଫିକ ଡିଜାଇନକୁ ଭୁଝିବାକୁ ଚେଷ୍ଟା କରନ୍ତୁ । ତୃତୀୟ ମହଲାରେ ମହଲାରେ ଉଚ୍ଚ କୋଟିର ଦର୍ପଣ ଲଗାଯାଇଛି । ଯାହା ଉପରେ ସୂର୍ଯ୍ୟ କିରଣ ପଡ଼ିବା ଦ୍ୱାରା କିରଣ ପ୍ରତିଫଳିତ ହୋଇ ପାଇପ ଭିତରେ ପଡ଼ିବ । ଏହି ପାଇ ଭିତରେ ମଧ୍ୟ ଲେନ୍ସ ମାନ ଲଗା ଯାଇଛି । ଯାହା ଦ୍ୱାରା ସୂର୍ଯ୍ୟ କିରଣ ଦୁର୍ବଳ ନହୋଇ ଶକ୍ତ ଭାବରେ ପୁଳା ତଳ ମହଲାରେ ଥିବା ନାଟ ମଣ୍ଡପରେ ଆଇନା ଉପରେ ପଡ଼ିବ । ଏବଂ ସେହି ଠାରୁ ଗର୍ଭ ଗୃହ ଦେଇ ଯାଇ ସିଧା ରାମ ଲଲ୍ଲାଙ୍କ ମଥାରେ ୭୦ ମିଲିମିଟିର ଆକୃତିର ସୂର୍ଯ୍ୟ ତିଳକ ରାମ ଲଲାଙ୍କ ମଥାରେ ପଡ଼ିବ । ଯାହା ୫ ମିନିଟ ପର୍ଯ୍ୟନ୍ତ ରହିବ ।

ଏଭଳି ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି ଜଣେ ଓଡ଼ିଆ । କେମିତି ମନ୍ଦିର ଭିତରକୁ ସୂର୍ଯ୍ୟ କିରଣ ଆସିବ । କେମିତି ନାଟମଣ୍ଡପରେ ଥିବା ଆଇନା ଉପରେ ପଡ଼ି ଗର୍ଭଗୃହ ଦେଇ ରାମ ଲଲାଙ୍କ ମଥରେ ଥିଲା ତିଳକରେ ପଡ଼ିବ । ସେ ସବୁ ଉପାୟ ବାହାର କରିଛନ୍ତି ଜଣେ ଓଡ଼ିଆ ବୈଜ୍ଞାନିକ । ସେ ହେଉଛନ୍ତି ଗଜପତି ଜିଲ୍ଲା ପାରଲାଖେମୁଣ୍ଡି ବକ୍ସି ସାହିର ଡାକ୍ତର ସରୋଜ କୁମାର ପାଣିଗ୍ରାହୀ ।

ଏଥିପାଇଁ ବହୁତ ଭାବିବାକୁ ପଡ଼ିଛି । କାରଣ ମନ୍ଦିର ଭିତରେ ସିଧା ସୂର୍ଯ୍ୟକିରଣ ପଡ଼ିବା ବହୁତ କଷ୍ଟ । ମନ୍ଦିର ତିଆରି ହେବା ସମୟରେ ଏମିତି କିଛି ପ୍ଲାନ ନଥିଲା । ଯଦି ମନ୍ଦିର ନିର୍ମାଣ ପୂର୍ବରୁ ହୋଇଥନ୍ତା ତେବେ ସମ୍ଭବ ଥିଲା । ହେଲେ ମନ୍ଦିର ନିର୍ମାଣ ହେବା ପରେ ସାଧା ରୂଷି ମାନେ କହିଥିଲେ ରାମ ଲଲ୍ଲାଙ୍କ ଦେହରେ ଜନ୍ମ ସମୟରେ ସୂର୍ଯଙ୍କ କିରଣ ପଡ଼ିବା ଦରକାର । ଯାହା ପରେ ଏହି ଉପାୟ ପାଇଁ ଆରମ୍ଭ ହୋଇଥିଲା କାର୍ଯ୍ୟ । ସ୍ୱତନ୍ତ୍ର ଟିମ ଏଥିରେ କାମ କରିଛନ୍ତି । ତେବେ ସବୁ ପ୍ରକାରର ଫାଇନାଲ ପରୀକ୍ଷା ସରି ଯାଇଛି । ଏବେ ଖାଲି ରାମ ନବମୀକୁ ସମସ୍ତଙ୍କର ଅପେକ୍ଷା ରହିଛି ରାମ ଲଲାଙ୍କ ମଥାରେ ସୂର୍ଯ୍ୟ ତିଳକ ଦେଖିବା ପାଇଁ ।

Get real time updates directly on you device, subscribe now.