fbpx

ଷ୍ଟଣ୍ଟ୍ ଦେଖାଇବା ଚକରରେ କ୍ୟାମେରାମ୍ୟାନ୍ ମୁହଁରେ ପୂରାଇଦେଲେ ସ୍କୁଟି; ଦେଖନ୍ତୁ ଭିଡିଓ

ଓଡ଼ିଶା ଭାସ୍କର ବ୍ୟୁରୋ: ସୋସିଆଲ୍ ମିଡିଆରେ ଅନେକ ଯୁବପିଢି ରହିଛନ୍ତି ଯେଉଁ ମାନେ ମାତ୍ର କିଛି ଲାଇକ୍ ଓ କମେଣ୍ଟ ପାଇଁ ବିପଦଜନକ ଷ୍ଟଣ୍ଟ୍ କରି ଅପଲୋଡ୍ କରନ୍ତି । ଯାହାଫଳରେ ସେମାନେ ଭାଇରାଲ୍ ହୋଇପାରିବେ ଓ ଲୋକ ଲୋଚନକୁ ଆସିପାରିବେ । ଏହି କ୍ରମରେ ସୋସିଆଲ୍ ମିଡିଆରେ ଆପଣ ମାନେ ଅନେକ ସେହିପରି ଭିଡିଓ ଦେଖୁଥିବେ । ତେବେ ଏହିପରି ଏକ ଭିଡିଓ ଘୂରିବୁଲୁଛି । ଏଥିରେ ଜଣେ ଯୁବତୀ ସ୍କୁଟିରେ ଷ୍ଟଣ୍ଟ୍ ଦେଖାଉଥିବା ନଜର ଆସିଛନ୍ତି । ହେଲେ ତା ପରେ କଣ ହୋଇଛି ତାହା ଦେଖିଲେ ଆପଣ ମାନେ ତାଜୁବ୍ ହୋଇଯିବେ ।

ଭାଇରାଲ୍ ହେଉଥିବା ଭିଡିଓରେ ଯୁବତୀଙ୍କୁ ଆପଣ ମାନେ ତାଙ୍କ ସାହାସକୁ ନେଇ ବାଃ ବାଃ କହିବେ ନା ବିପଦଜନକ ଷ୍ଟଣ୍ଟ୍ କରୁଥିବା ନେଇ କ୍ରୋଧ ପ୍ରକାଶ କରିବେ ତା କହିବା ମୁସ୍କିଲ୍ । କାରଣ ଭିଡିଓରେ ଥିବା ଦୁଇ ଜଣ ଯୁବତୀ ଦୁଇଟି ସ୍କୁଟି ଧରିଛନ୍ତି । ଏହାପରେ ସେମାନେ ଷ୍ଟଣ୍ଟ୍ କରିବାକୁ ଯାଇ ଏଭଳି କିଛି କରିଛନ୍ତି ତାହା ଖୁବ୍ ଭୟାନକ ନଜର ଆସିଛି । ହଠାତ୍ ଜଣେ ଯୁବତୀ ଗାଡ଼ି ନିୟନ୍ତ୍ରଣ ବାହାରକୁ ଚାଲି ଯାଉଛି ଓ ଗାଡ଼ି ସିଧା ଯାଇ କ୍ୟାମେରାମ୍ୟାନ୍ ଙ୍କ ମୁହଁ ଉପରେ ମାଡ଼ ହେଉଛି । ଦେଖନ୍ତୁ ଭିଡିଓ …

Get real time updates directly on you device, subscribe now.