fbpx

ଏହି ସହରରେ ପୁରୁଷଙ୍କର ରହିଛନ୍ତି ୩ ଗାର୍ଲଫ୍ରେଣ୍ଡ! ବଏଫ୍ରେଣ୍ଡଙ୍କ ଖର୍ଚ୍ଚ ଉଠାଇବାକୁ ପ୍ରସ୍ତୁତ ଗାର୍ଲଫ୍ରେଣ୍ଡ

Advertisement

ନୂଆଦିଲ୍ଲୀ: ଆମ ସମାଜ ପାଇଁ ବଏଫ୍ରେଣ୍ଡ-ଗର୍ଲଫ୍ରେଣ୍ଡ ଶବ୍ଦ ନୂଆ ନୁହେଁ । ପ୍ରେମ ଆମ ସମାଜର ବାସ୍ତବିକତା ଏବଂ ଏକ ଲମ୍ବା ସମୟରୁ ପ୍ରେମ ସମ୍ପର୍କ ଗଢ଼ିଆସିଛିି । ଏବେ ବଏଫ୍ରେଣ୍ଡ-ଗର୍ଲଫ୍ରେଣ୍ଡ କରିବା ପ୍ରେମ କରିବା କମ୍ କିନ୍ତୁ ପିୟର ପ୍ରେସର ଅଧିକ ହୋଇଛି । ଅର୍ଥାତ୍ ଜଣେ ବନ୍ଧୁ ଯଦି କାହା ସହ ସମ୍ପର୍କରେ ରହିଛନ୍ତି ତ ଅନ୍ୟ ବନ୍ଧୁ ମଧ୍ୟ ସମ୍ପର୍କରେ ରହିବାକୁ ଚାହୁଛନ୍ତି । ଅବଶ୍ୟ ଆଜିର ସମୟରେ ଲୋକଙ୍କ ପ୍ରାଥମିକତା ଏବଂ ମହତ୍ୱାକାଂକ୍ଷା ଅଲଗା ହୋଇଯାଇଛି । ଏଥିପାଇଁ ସମ୍ପର୍କକୁ ନେଇ ଆଦର୍ଶ ବ୍ୟକ୍ତିଙ୍କୁ ଖୋଜିବା କଷ୍ଟକର ହୋଇପଡ଼ିଛି । ଏହି କାରଣରୁ ଅନେକ ଲୋକ ଏକା ହୋଇଯାଇଥାନ୍ତି । କିନ୍ତୁ ଚୀନର ଏକ ଏମିତି ସହର ରହିଛି ଯେଉଁଠାରେ ଜଣେ ବି ପୁରୁଷ ଏକାକୀ ରହନ୍ତି ନାହିଁ । ଏଠାରେ ପୁରୁଷଙ୍କର ଜଣେ ନୁହେଁ ବରଂ ରହିଛନ୍ତି ତିନି ଗାର୍ଲଫ୍ରେଣ୍ଡ ।

ଚୀନର ଡଙ୍ଗୁଆନ ସହରରେ ରହୁଥିବା ପ୍ରାୟ ପୁରୁଷଙ୍କର ଏକରୁ ଅଧିକ ଗାର୍ଲଫ୍ରେଣ୍ଡ ଅଛନ୍ତି । ଅନେକ ଲୋକଙ୍କର ତିନିରୁ ଅଧିକ ଗାର୍ଲଫ୍ରେଣ୍ଡ ମଧ୍ୟ ଅଛନ୍ତି । ଏକ ରିପୋର୍ଟ ଅନୁଯାୟୀ ଏଠାରେ ଯେଉଁମାନଙ୍କର ଗୋଟିଏ ଗାର୍ଲଫ୍ରେଣ୍ଡ ରହିଛି ସେମାନେ ନିଜକୁ ଛୋଟ ଭାବିଥାନ୍ତି । ତେବେ ଏହାର ସବୁଠୁ ବଡ଼ କାରଣ ହେଉଛି ଏହାର ଲିଙ୍ଗ ଅନୁପାତ । ଏକ ରିପୋର୍ଟ ଅନୁଯାୟୀ ଏହି ସହରରେ ୧୦୦ ମହିଳାଙ୍କ ମଧ୍ୟରେ ୮୯ ପୁରୁଷ ରହିଛନ୍ତି । ଏହି ଜନସଂଖ୍ୟା ଅସମାନତା କାରଣରୁ ପୁରୁଷଙ୍କୁ ସହଜରେ ଗାର୍ଲଫ୍ରେଣ୍ଡ ମିଳିଯାଇଥାନ୍ତି । କିନ୍ତୁ ମହିଳାଙ୍କୁ ବଏଫ୍ରେଣ୍ଡ କରିବା ପାଇଁ କମ ମିଳିଥାନ୍ତିି । ସହର ବାସୀ କହିଥାନ୍ତି ଏହି ସହରରେ ଚାକିରି ମିଳିବା କଷ୍ଟ ହୋଇପାରେ କିନ୍ତୁ ଗାର୍ଲଫ୍ରେଣ୍ଡ ମିଳିବା ସହଜ ।

ଏହି ସହରରେ ମ୍ୟାନୁଫାକଚରିଙ୍ଗ କମ୍ପାନୀ ରହିଛି ଯେଉଁଠାରେ ଅନେକ ମହିଳା କାମ କରିଥାନ୍ତି । ଲୋକଙ୍କ କହିବା ଅନୁଯାୟୀ ମହିଳାଙ୍କ ସହ ଖୁବ ସହଜରେ ବନ୍ଧୁତା ସ୍ଥାପନ ହୋଇଯାଏ କାରଣ ସେମାନେ ବଏଫ୍ରେଣ୍ଡଙ୍କ ସନ୍ଧାନ ରହିଥାନ୍ତି । ଅନେକ ସମୟରେ ତ ମହିଳାମାନେ ବଏଫେଣ୍ଡଙ୍କ ଖର୍ଚ୍ଚ ମଧ୍ୟ ଉଠାଇବାକୁ ପ୍ରସ୍ତୁତ ଥା’ନ୍ତି ।

Get real time updates directly on you device, subscribe now.