fbpx
BJD SKY
BJD SKY

ଇଂରାଜୀ ଭାଷା ବ୍ୟବହାରକୁ ନା, ଏହି ଦେଶରେ ଲାଗୁ ହେବ ନୂଆ ନିୟମ

BJD

ନୂଆଦିଲ୍ଲୀ: ଭାରତ ହେଉ କି ଯେ କୌଣସି ଦେଶ, ଅଧିକାଂଶ ସ୍ଥାନରେ ସମସ୍ତେ ବୁଝିପାରୁଥିବା ଭାଷା ହୋଉଛି ଇଂରାଜୀ । ତେବେ ବର୍ତ୍ତମାନ ଗୋଟିଏ ଦେଶରେ ଏହି ଇଂରାଜୀ ଭାଷାର ବ୍ୟବହାର ଉପରେ ରୋକ୍ ଲାଗିବାକୁ ଯାଉଛି । କେବଳ ଇଂରାଜୀ ଅନ୍ୟାନ୍ୟ ବିଦେଶୀ ଭାଷା ଉପରେ ମଧ୍ୟ କଟକଣା ଲଗାଯିବ ବୋଲି ସୂଚନା ମିଳିଛି ।

ତେବେ ଏମିତି ଏକ ନିଷ୍ପତ୍ତି ନେବାକୁ ଯାଉଛି ଇଟାଲୀ । ଏଣିକି ଇଟାଲୀରେ ଇଂଲିଶର ବ୍ୟବହାର ସହିତ ଅନ୍ୟ ବିଦେଶୀ ଭାଷାର ବ୍ୟବହାର ନ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ତେଣୁ ଏଥିପାଇଁ ଏକ ସ୍ୱତନ୍ତ୍ର ଆଇନ ପ୍ରଣୟନ କରିବା ପାଇଁ ଇଟାଲୀ ସରକାର ସୂଚନା ଦେଇଛନ୍ତି । ଇଂଲିଶ ଭାଷା କିମ୍ବା ଅନ୍ୟ ବିଦେଶୀ ଭାଷା ବ୍ୟବହାର କଲେ ବ୍ୟକ୍ତିଙ୍କ ଉପରେ ଜରିମାନା ଲାଗୁ କରାଯାଇପାରେ । ଏହି ଭୁଲରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ୧ ଲକ୍ଷ ୟୁରୋ ପର୍ଯ୍ୟନ୍ତ ଜରିମାନା ଆଦାୟ କରିବା ପାଇଁ ଆଇନ କରିବାକୁ ପ୍ରସ୍ତାବ ଦିଆଯାଇଛି । ତେବେ ବ୍ରିଟେନ ଆଉ ୟୁରୋପୀୟ ସଂଘରେ ନଥିବାରୁ ଏପରି ପଦକ୍ଷେପ ନିଆଯିବ ବୋଲି ଜଣାଯାଇଛି । ଇଂଲିଶ ପାଇଁ କ୍ଷତି ସହୁଛି ଇଟାଲୀର ପ୍ରକୃତ ମୂଳ ଭାଷା, ତେଣୁ ଏହି ଭାଷାର ପ୍ରଚଳନକୁ ବୃଦ୍ଧି କରାଇବା ପାଇଁ ଆଇନ ଆଣିବାକୁ ସରକାର ଏହି ଆଇନ ଆଣି ପାରନ୍ତି ।

Get real time updates directly on you device, subscribe now.