fbpx

ତୃତୀୟ ବିଶ୍ୱ ଯୁଦ୍ଧ ଆଡ଼କୁ ମୁହାଁଉଛି ସମଗ୍ର ବିଶ୍ୱ, ଏଭଳି ସ୍ଥିତି କିଏ ରୁଷ ଆଉ କିଏ ୟୁକ୍ରେନକୁ କରିବ ସମର୍ଥନ

ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ବିଶ୍ୱ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟନ୍ତି ରୁଷ ଓ ୟୁକ୍ରେନ । ରୁଷର ମନୋମୁଖୀ କାର୍ଯ୍ୟକଳାପକୁ ବିରୋଧରେ ୟୁକ୍ରେନକୁ ସହଯୋଗ କରିବାକୁ ଆଗେଇ ଆସିଛି ଯୁକ୍ତରାଷ୍ଟ୍ର ଆମେରିକା । ଇତିମଧ୍ୟରେ ଆମେରିକା ସହ ଇଂଲଣ୍ଡ ପରି ଏକାଧିକ ରାଷ୍ଟ୍ର ରୁଷ ଉପରେ କଟକଣା ଲଗାଇ ସାରିଛନ୍ତି । ତେବେ ମୋଟାମୋଟି କହିବାକୁ ଗଲେ ସମଗ୍ର ବିଶ୍ୱ ଏକପ୍ରକାର ଦୁଇଭାଗରେ ବିଭକ୍ତ ହୋଇଯାଇଛି । ଯଦି ବାସ୍ତବରେ ପୂର୍ଣ୍ଣକାଳୀନ ଯୁଦ୍ଧ ହୁଏ, ତେବେ ବିଶ୍ୱର ସମସ୍ତ ରାଷ୍ଟ୍ର ଦୁଇ ଗୋଷ୍ଠୀରେ ବିଭକ୍ତ ହେବେ । ପ୍ରତ୍ୟେକ ଦେଶକୁ ଗୋଟିଏ ପକ୍ଷକୁ ବାଛିବାକୁ ପଡ଼ିବ ।

ତେବେ ଏପରି ଘଡ଼ିସନ୍ଧି ମୁହୂର୍ତ୍ତ ଭାରତ ପାଇଁ ଅଗ୍ନି ପରୀକ୍ଷା ସଦୃଶ ହୋଇଛି । ଚୀନ ଭାରତର ପୁରୁଣା ବନ୍ଧୁ ହୋଇଥିବା ବେଳେ ଆମେରିକା ସହ ମଧ୍ୟ ଆମର କିଛି ବର୍ଷ ହେଲା ଉତ୍ତମ ସମ୍ପର୍କ ଗଢ଼ି ଉଠିଛି । ଏପରି ସ୍ଥିତିରେ ଭାରତ ମିଳିତ ଜାତିସଂଘରେ ଦୁଇଦେଶକୁ ସଂଯମ ଆଚରଣ ରକ୍ଷା କରିବା ପାଇଁ ନିବେଦନ କରିଛି । ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ହେବା ଉଚିତ । ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ଆଲୋଚନା ହେଲେ କିଛି ନିଷ୍କର୍ସ ବାହାରିବ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।

ଏପରି ସ୍ଥିତିରେ ଆମେରିକା ରୁଷ ଉପରେ ବିଭିନ୍ନ ପ୍ରକାର କଟକଣା ଲାଗୁ କରିଦେଇଛି । ୟୁରୋପୀୟ ସଂଘ, ନାଟୋ, ବ୍ରିଟେନ, ଜାପାନ, ଫ୍ରାନ୍ସ, ଇଟାଲି, ଜର୍ମାନୀ ଆଦି ଦେଶମାନେ ୟୁକ୍ରେନକୁ ସମର୍ଥନ କରିବେ ବୋଲି ପୂର୍ବାଭାସ ମିଳିସାରିଛି । ସେହିପରି ବନ୍ଧୁତା ଦୃଷ୍ଟିରୁ ଚୀନ ଓ ବେଲାରୁଷ ନିଶ୍ଚିତ ଭାବେ ରୁଷକୁ ସମର୍ଥନ କରିବେ । ଏଥିସହ ଯୁଦ୍ଧ ହେଲେ କ୍ରୋଏସିଆ ରୁଷକୁ ସମର୍ଥନ କରିବ ବୋଲି ମତ ଦେଇଛି । ସେହିପରି ମଧ୍ୟ-ପୂର୍ବର ରାଷ୍ଟ୍ର, ସାଉଦୀ ଅରବ, ୟୁଏଇ ଆଦି ଦେଶ ସହ ଅନ୍ୟ କିଛି ରାଷ୍ଟ୍ର ମଧ୍ୟ ଏ କ୍ଷେତ୍ରରେ ନିରବତା ଅବଲମ୍ବନ ନୀତିକୁ ଆପଣାଇଛନ୍ତି ।

Get real time updates directly on you device, subscribe now.