ଛାତ୍ର କଂଗ୍ରେସର ପ୍ରତିଷ୍ଠା ଦିବସ ଓ ବୈଶାଖୀ ମିଲନ

News across the Earth, news close to your heart, Read Odisha Bhaskar English

କଟକ, ତା ୯/୪- ଆଜି କଟକ ଜିଲାକଂଗ୍ରେସ ଅଫିସରେ ଛାତ୍ର କଂଗ୍ରେସର ୫୧ତମ ପ୍ରତିଷ୍ଠା ଦିବସ ଅବସରରେ ଏକ ବୈଶାଖୀ ମିଳନ ଅନୁଷ୍ଠିତ ହୋଇଥିଲା I ୧୯୭୧ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ତତ୍ବାବଧାନରେ ଭାରତବର୍ଷର ଛାତ୍ରସମାଜକୁ ଏକଜୁଟକରି ଜାତୀୟ ଐକ୍ୟ ଓ ସଂହତି ସହିତ ଛାତ୍ରମାନଙ୍କୁ ଭବିଷ୍ୟତ ରାଜନୈତିକ ନେତୃତ୍ଵପାଇଁ ଛାତ୍ର କଂଗ୍ରେସ ଗଠିତ ହୋଇଥିଲା I ଏହି ବନ୍ଧୁମିଳନରେ କଟକ ଜିଲା କଂଗ୍ରେସ କମିଟିର ସଭାପତି ଶ୍ରୀ ମାନସ ଚୌଧୁରୀ, କଗ୍ରେସ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ସଂଗ୍ରାମ ଜେନା, ରାଜ୍ୟ ଛାତ୍ରକଂଗ୍ରେସ ସଭାପତି ୟାସିର ନୱାଜ, ରାଜ୍ୟ ଯୁବକଂଗ୍ରେସ ସାଧାରଣ ସମ୍ପାଦକ ଡକ୍ଟର ବିପ୍ଲବ ଶିଳIଦିତ୍ୟ ଅତିଥିଭାବେ ଉଦ୍ବୋଧନ କରିଥିଲେ I ଛାତ୍ରନେତା ଦୀପକ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଯୁବନେତା ପ୍ରିୟାଜିତ ମହାନ୍ତି, ମନୋଜ ବିଶ୍ଵାଳ, ସପନ ପାଲ, ସଦାଶିବ ବାରିକ, ଆଶୁତୋଷ ରାଉତ, ଅରିଜିତ ରାଉତରାଯ, ସତୀଶ ଶେଖର, ସେଖ ଅନିଶ କ୍ୟୁରେଶୀ, କାର୍ତ୍ତିକ ସେନାପତି, ନରେଶ ବେହେରା, କମଳେନ୍ଦୁ ଆଚାର୍ୟ, ସତ୍ୟଜିତ ସେଠି, ମହମଦ ସାହିଲ, ପ୍ରଦୀପ୍ତ ନାୟକ, ପ୍ରଦୀପ ସାହୁ, ସତ୍ୟ ସ୍ୱରୂପ ସ୍ଵାଇଁ, ମୃତୁଞ୍ଜୟ ମହାନ୍ତି, ଆକାଶ ରାଉତ, ସସ୍ମିତା ଜେନା, ହର୍ଷିତା ପ୍ରିୟଦର୍ଶିନୀ, ସନାତନ ସାମଲ ପ୍ରମୁଖ ସଫଳ କରିବାକୁ ସହଯୋଗ କରିଥିଲେ I କଟକ ସହରର ପ୍ରାୟ ଦୁଇଶହ ଛାତ୍ରନେତା ଏଥିରେ ସାମିଲ ହୋଇଥିଲେ I

Get real time updates directly on you device, subscribe now.