fbpx

ବନ୍ଦ ହୋଇଯିବ ଆପଣଙ୍କର PAN Card: ଇନକମ୍ ଟ୍ୟାକ୍ସ ବିଭାଗ ପକ୍ଷରୁ ଜାରି ହେଲା ଚେତାବନୀ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଆର୍ଥିକ କାରବାର ପାଇଁ ପ୍ୟାନ କାର୍ଡ ବହୁତ ଜରୁରୀ । ପାନ କାର୍ଡ ନଥିଲେ ଅନେକ ସମୟରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ପାନ୍ ନମ୍ବର ମାଧ୍ୟମରେ ଇନକମ୍ ଟ୍ୟାକ୍ସ ବିଭାଗ ନିକଟରେ ସମସ୍ତ ଡାଟା ଉପଲବ୍ଧ ହୋଇଥାଏ । ତେବେ ପ୍ୟାନ-ଆଧାର ଲିଙ୍କ କରିବା ପାଇଁ ଆୟକର ବିଭାଗ ପକ୍ଷରୁ କାର୍ଡଧାରୀଙ୍କୁ ଆଲର୍ଟ କରାଯାଉଛି ।

ତେବେ ଯଦି ଆପଣମାନେ ପାନ କାର୍ଡକୁ ନେଇ ଭବିଷ୍ୟରେ କୌଣସି ଅସୁବିଧାର ସମ୍ମୁଖୀନ ନ ହେବାକୁ ଚାହାନ୍ତି ତେବେ ଆୟକର ବିଭାଗର ନିୟମ ମାନିବା ନିହାତି ଜରୁରୀ । ନିୟମ ନ ମାନିଲେ ଆପଣ ପାନ କାର୍ଡ ଡିଆକ୍ଟିଭେଟ୍ ହୋଇପାରେ । ବିଭାଗ ପକ୍ଷରୁ ଟ୍ୱିଟ୍ କରି ଏ ବାବଦରେ କାର୍ଡଧାରୀଙ୍କୁ ଆଲର୍ଟ କରାଯାଇଛି । ଆସନ୍ତା ମାର୍ଚ୍ଚ ମାସ ୩୧ ତାରିଖ ସୁଦ୍ଧା ପାନ-ଆଧାର ଲିଙ୍କ କରିବାକୁ ଟ୍ୱିଟ୍ କରି ଅନୁରୋଧ କରାଯାଇଛି । ଯେଉଁମାନେ ଏହା ନ କରିବେ ସେମାନଙ୍କର କାର୍ଡ ଆସନ୍ତା ଏପ୍ରିଲ ମାସ ପହିଲାରୁ ବନ୍ଦ କରିଦିଆଯିବ ବୋଲି କୁହାଯାଇଛି ।

ଗତ ୧୭ ତାରିଖରେ ଇନକମ୍ ଟ୍ୟାକ୍ସ ବିଭାଗର ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ ସମସ୍ତ କାର୍ଡଧାରୀଙ୍କୁ ଏ ବାବଦରେ ସୂଚନା ଦିଆଯାଇଛି । ଆୟକର ଅଧିନିୟମ ୧୯୬୧ ଅନୁସାରେ, ପାନ କାର୍ଡ ଧାରୀ (ଯେଉଁମାନେ ରିହାତି ଶ୍ରେଣୀରେ ନାହାନ୍ତି) ଆସନ୍ତା ମାର୍ଚ୍ଚ ୩୧ ସୁଦ୍ଧା ପାନ-ଆଧାର ସଂଯୋଗ କରାଇ ନିଅନ୍ତୁ । ଯେଉଁମାନେ ଲିଙ୍କ କରାଇ ନଥିବେ ସେମାନଙ୍କର କାର୍ଡକୁ ନିଷ୍କ୍ରିୟ କରି ଦିଆଯିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.