fbpx

ବଜେଟରେ ହେବ ବଡ଼ ଘୋଷଣା! ସଞ୍ଚୟ ସୁଧ ଉପରେ ଆୟକର ଛାଡ଼ ସୀମା ୨୫ ହଜାରକୁ ବୃଦ୍ଧି ପାଇବ

ନୂଆଦିଲ୍ଲୀ: ଆସନ୍ତା ୨୩ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ପୂର୍ଣ୍ଣାଙ୍ଗ କେନ୍ଦ୍ର ବଜେଟ ଉପସ୍ଥାପନ କରିବେ । ତେବେ ଏଥର ବଜେଟରେ ଅର୍ଥମନ୍ତ୍ରୀ ଏକ ଘୋଷଣା କରିପାରନ୍ତି । ସରକାର ସଞ୍ଚୟ ଜମା ଖାତା ସୁଧ ଉପରେ ଆୟକର ଛାଡ଼ ସୀମାକୁ ୨୫ ହଜାର ପର୍ଯ୍ୟନ୍ତ ବୃଦ୍ଧି କରିବା ନେଇ ବିଚର କରୁଥିବା କୁହାଯାଉଛି । କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ସହିତ ବ୍ୟାଙ୍କମାନଙ୍କର ବୈଠକ ବସିଥିବା ସମୟରେ ଜମା ବୃଦ୍ଧି ପାଇବା ନେଇ ବ୍ୟାଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା । ଏବେ ଉକ୍ତ ପ୍ରସ୍ତାବ ସମୀକ୍ଷା ସ୍ତରରେ ରହିଛି । ତେଣୁ ଆଗାମୀ ବଜେଟ ପୂର୍ବରୁ ଉକ୍ତ ପ୍ରସ୍ତାବକୁ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଜଣେ ସରକାରୀ ଅଧିକାରୀ କହିଛନ୍ତି ।

ପୁରୁଣା ଟ୍ୟାକ୍ସ ସିଷ୍ଟମ ଅନୁସାରେ, ଆୟକର ଅଧିନିୟମ ୮୦ ଟିଟିଏ ଅନୁଯାୟୀ ସଞ୍ଚୟ ଆକାଉଣ୍ଟରେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ସୁଧ ଆସୁଥିଲେ ତାହା ଟିକସ ମୁକ୍ତ ଅଟେ । ବରିଷ୍ଠ ନାଗରିକଙ୍କ କ୍ଷେତ୍ରରେ ଆୟକର ଅଧିନିୟମ ୮୦ ଟିଟିବି ଅନୁଯାୟୀ, ସଞ୍ଚୟ ଖାତା ଓ ସ୍ଥାୟୀ ଜମାର ସୁଧ ଉପରେ ୫୦ ହଜାର ପର୍ଯ୍ୟନ୍ତ ଛାଡ଼ ରହିଥିଲା । ୨୦୨୦ ବଜେଟରେ ନୂଆ ଆୟକର ବ୍ୟବସ୍ଥା ଲାଗୁ ହେବା ସହ ଏହି ସୁବିଧାକୁ ଉଚ୍ଛେଦ କରିଦିଆଯାଇଥିଲା ।

ତେଣୁ ପୁରୁଣା ଟ୍ୟାକ୍ସ ସିଷ୍ଟମ ଓ ନୂଆ ବ୍ୟବସ୍ଥାରେ ରହିଥିବା ନିୟମ ଅନୁଯାୟୀ, ନିର୍ଦ୍ଧାରିତ ବାଣିଜ୍ୟିକ ବ୍ୟାଙ୍କରେ ସଞ୍ଚୟ ଖାତାରୁ ମିଳିଥିବା ସୁଧ ଆୟ ଉପରେ ରିହାତିକୁ ଅନୁମତି ଦେବା ଭଳି ଉଭୟ ପ୍ରସଙ୍ଗ ଉପରେ ବିଚାର କରାଯାଉଛି । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ଆର୍ଥିକ ସ୍ଥିରତା ରିପୋର୍ଟ ମୁତାବକ, ଭାରତୀୟ ପରିବାରମାନେ ସେମାନଙ୍କ ଆର୍ଥିକ ସଞ୍ଚୟକୁ ଅଣବ୍ୟାଙ୍କିଂ କ୍ଷେତ୍ର ଓ ପୁଞ୍ଜି ମାର୍କେଟରେ ନିବେଶ କରୁଛନ୍ତି । ଋଣ ଓ ଜମା ଅନୁପାତରେ ଦୂରତା ସୃଷ୍ଟି ହୋଇଛି । ଗତ ବର୍ଷ ମାଚ୍ଚରେ ଏହି ଦୂତରା ୭୬.୮ ପ୍ରତିଶତ ରହିଥିବା ବେଳେ ଡିମ୍ବେରରେ ତାହା ୭୮.୮ ପ୍ରତିଶତକୁ ବୃଦ୍ଧି ପାଇଥିଲା ।

Get real time updates directly on you device, subscribe now.