ନୂଆଦିଲ୍ଲୀ: ଆପଣଙ୍କ ସେଭିଙ୍ଗସ ଆକାଉଣ୍ଟରେ ଅନେକ ସୀମାରୁ ଅଧିକ କ୍ୟାସ ଜମା ହେଉନାହିଁ ତ? ଯଦି ଏହା ଉପରେ ନଜର ନାହିଁ ତେବେ ଆପଣଙ୍କ ଉପରେ ବିପଦ ଆସିପାରେ । ବର୍ଷକ ମଧ୍ୟରେ ୧୦ ଲକ୍ଷରୁ ଅଧିକ କ୍ୟାସ ଯେଉଁ ଦିନ ଆପଣଙ୍କ ସଞ୍ଚୟ ଖାତାରେ ଜମା ହୋଇଯିବ, ସେହି ଦିନ ଆପଣଙ୍କ ପଛରେ ଆଇନ ପଡିଯିବ । ଆପଣଙ୍କୁ ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟର ନୋଟିସ ମିଳିଯିବ । ଏହାପରେ ଆପଣଙ୍କୁ ପ୍ରତି ପ୍ରଶ୍ନର ଉତ୍ତର ଦେବାକୁ ପଡିବ ।
ଯଦି ଆପଣ ଉତ୍ତର ଦେବାରେ କିମ୍ବା ପ୍ରମାଣ ଦାଖଲ କରିବାରେ ବିଫଳ ହୁଅନ୍ତି ତେବେ ଆପଣଙ୍କ ବିରୋଧରେ କଡାକଡି ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏନେଇ ଆପଣଙ୍କ ବ୍ୟାଙ୍କ ଖାତା ଫ୍ରିଜ ହୋଇପାରେ ଏବଂ ଆପଣଙ୍କୁ ଜେଲ ପଠାଯାଇପାରେ । ଏଥିପାଇଁ ଆପଣଙ୍କୁ ସତର୍କ ରହିବା ଆବଶ୍ୟକ । ଆପଣଙ୍କ ଆକାଉଣ୍ଟରେ କିଏ ଏବଂ କେତେବେଳେ ଟଙ୍କା ପଠାଇଛି, ତାହା ଆପଣ ଜାଣିବା ନିହାତି ଆବଶ୍ୟକ । ଏହି ସମସ୍ତ ପ୍ରଶ୍ନର ଉତ୍ତର ଦେବା ସହ ଆପଣଙ୍କୁ ସମସ୍ତ ପ୍ରମାଣ ପତ୍ର ଦାଖଲ କରିବାକୁ ମଧ୍ୟ ପଡିବ । ଏଥିସହ ଏହା ଦେଖାଇବାକୁ ପଡିବ ଯେ, ଏହି ସମସ୍ତ ପ୍ରମାଣପତ୍ର ଆପଣ ଇନକମ ଟ୍ୟାକ୍ସକୁ ଦେଖାଇଛନ୍ତି କିମ୍ବା ଦେଖାଇବେ । ଯଦି ଏପରି ହୋଇନାହିଁ ତେବେ ଆପଣଙ୍କୁ ଏହା ମଧ୍ୟ ପ୍ରମାଣ କରିବାକୁ ଯେ, ଆପଣଙ୍କ ଆକାଉଣ୍ଟରେ ଜମା ହୋଇଥିବା କ୍ୟାସ ଟ୍ୟାକ୍ସେବଲ ଇନକମ କି ନୁହେଁ ।