fbpx

ବଜେଟ୍‌ରେ ଆୟକର(Income Tax)କୁ ନେଇ ବଡ ଘୋଷଣା, କ’ଣ କହିଲେ ଅର୍ଥମନ୍ତ୍ରୀ ଜାଣନ୍ତୁ

ନୂଆଦିଲ୍ଲୀ:  ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ଅନ୍ତରୀଣ ବଜେଟ୍‌ରେ ଇନକମ୍ ଟ୍ୟାକ୍ସରେ କୌଣସି ପରିବର୍ତ୍ତନ କରିନାହାନ୍ତି । ସେ କହିଛନ୍ତି ବହୁ ପୁରୁଣା ଟ୍ୟାକ୍ସ ମାମଲାକୁ ସରକାର ହଟାଇ ନେବେ । ସେ କହିଛନ୍ତି ଗତ ୧୦ ବର୍ଷ ମଧ୍ୟରେ ଟିକସ ସଂଗ୍ରହ ହାର ୨ ଗୁଣ ବଢିଛି । ବଜେଟ୍ ଭାଷଣରେ ଅର୍ଥମନ୍ତ୍ରୀ କହିଛନ୍ତି ରାଜସ୍ୱ କ୍ଷତି ବଜେଟ୍ ଅନୁମାନର ୫.୯% ତୁଳନାରେ ୫.୮% ରଖାଯାଇଛି । ଅର୍ଥମନ୍ତ୍ରୀ କହିଛନ୍ତି ରପ୍ତାନୀ କର ସହିତ ପ୍ରତ୍ୟକ୍ଷ ଓ ପରୋକ୍ଷ ଟିକସ କ୍ଷେତ୍ରରେ ପୂର୍ବ ଟିକସ ହାର ହିଁ ଅପରିବର୍ତ୍ତିତ ରହିବ ।

ଅର୍ଥମନ୍ତ୍ରୀ କହିଛନ୍ତି ୨୦୧୪ ପୂର୍ବରୁ ଟିକସଦାତାଙ୍କ ଲାଗି ଟିକସ ଛାଡ ସୀମା ୨.୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଥିଲା । ଏବେ ତାହାକୁ ବୃଦ୍ଧି କରାଯାଇ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କରିଦିଆଯାଇଛି । ତେବେ ଅର୍ଥମନ୍ତ୍ରୀ ଯେଉଁ ଯେଉଁ ଟିକସ ରିହାତି କଥା କହୁଛନ୍ତି ତାହା ନୂଆ ଟିକସ ସ୍ଲାବରେ ମିଳିଥାଏ । କିନ୍ତୁ ପୁରୁଣା ଟ୍ୟାକ୍ସ ରିଜିମ୍‌ରେ ୨.୫ରୁ ୩ ଲକ୍ଷ ଆୟ ପର୍ଯ୍ୟନ୍ତ ୫% ପର୍ଯ୍ୟନ୍ତ ଟ୍ୟାକ୍ସ ଭରିବାକୁ ପଡୁଥିଲା ।

Get real time updates directly on you device, subscribe now.