fbpx

ଆଗକୁ ମାଡ଼ି ଆସୁଛି ବଡ ବିପଦ: ୨୦୭୦ ସୁଦ୍ଧା ପୃଥିବୀରେ ଦେଖାଦେବ ୧ ହଜାର ନୂଆ ଭାଇରସ୍‌, ଜଳବାୟୁ ପରିବର୍ତ୍ତନ ସାଜିବ ମୁଖ୍ୟ କାରଣ

AAKASH

ୱାଶିଂଟନ: ୨୦୭୦ ମସିହା ସୁଦ୍ଧା ପୃଥିବୀ ପୃଷ୍ଠରେ ଭାଇରସ୍‌ଙ୍କ ସଂଖ୍ୟା ଦ୍ରୁତ ବୃଦ୍ଧି ଘଟିବ । ହଜାର ସଂଖ୍ୟାରେ ନୂଆ ଭାଇରସ ଦେଖାଦେବ । ପଶୁଙ୍କ ଠାରୁ ଏହି ରୋଗ ସଂକ୍ରମଣ ଡେଇଁ ମଣିଷଙ୍କୁ ସଂକ୍ରମିତ କରିବ । ପାଣିପାଗରେ ଦୃତ ପରିବର୍ତ୍ତନ ତଥା ତାପମାତ୍ର ବୃଦ୍ଧି ଏହି ନୂଆ ସଂକ୍ରମଣକୁ ଜନ୍ମ ଦେବ । ଏନେଇ ଏକ ବିଶେଷଜ୍ଞ କମିଟି ଅଧ୍ୟୟନରୁ ଜଣାପଡ଼ିଛି । ଏହି ସଂକ୍ରମଣ ଦ୍ରୁତଗତିରେ ପଶୁମାନଙ୍କ ଦେହରୁ ମଣିଷକୁ ବ୍ୟାପିବ । ଆଫ୍ରିକା ଓ ଏସିଆ ମହାଦେଶରେ ଏଭଳି ସଂକ୍ରମଣ ଦ୍ରୁତଗତିରେ ମାଡ଼ିବ ।

ଏଚ୍‌ଆଇଭି, ଇବୋଲା, କରୋନା ଭାଇରସ ଭଳି ଏହା ଆସନ୍ତା ଦଶନ୍ଧିରେ ମାନବ ସମାଜ ନିମେନ୍ତ ବିଦ ଆଣିଦେବ । ଗୁରୁବାର ଏନେଇ ନେଚର ପତ୍ରିକାରେ ରିପୋର୍ଟ ପ୍ରକାଶ ପରେ ଆଲୋଚନା ଆରମ୍ଭ ହୋଇଥିଲା । ୩୦୦୦ ସ୍ତନ୍ୟପାୟୀ ପ୍ରାଣୀଙ୍କୁ ନେଇ ଏହି ଅଧ୍ୟୟନ କରାଯାଇଥିଲା । ଯଦି ପୃଥିବୀର ତାପମାତ୍ର ଆଉ ୨ ଡିଗ୍ରୀ ବଢ଼େ ତେବେ ଆସନ୍ତା ୫୦ ବର୍ଷ ଭିତରେ ପଶୁମାନଙ୍କ ଠାରୁ ଏହି ଭାଇରସ ବ୍ୟାପିବ । ପ୍ରାୟ ୪ ହଜାର ଗୁଣା ଅଧିକ ବେଗରେ ଏହି ସଂକ୍ରମଣ ସ୍ତନ୍ୟପାୟୀ ପ୍ରାଣୀଙ୍କ ଭିତରେ ବ୍ୟାପିବ । ତେବେ ଏହି ଅଧ୍ୟୟନରେ ସାମୁଦ୍ରିକ ପ୍ରାଣୀ ଓ ପକ୍ଷୀମାନଙ୍କୁ ନିଆଯାଇ ନ ଥିଲା । କରୋନା ଭଳି ଏ ସମସ୍ତ ଭାଇରସ ହଇଚଇ ସୃଷ୍ଟି ନକଲେ ମଧ୍ୟ ଏହା ମଣିଷକୁ ସଂକ୍ରମିତ କରିବାର ବି ଦ ବଢ଼ାଇବ । ଜଳବାୟୁ ପରିବର୍ତ୍ତନ ଓ ସଂକ୍ରମିତ ରୋଗ ବ୍ୟାପିବା ନେଇ ବିଶ୍ୱରେ ଅଲୋଚନା ଲାଗି ରହିଥିବା ବେଳେ ଏହି ଦୁଇଟି ଜିନିଷ ଉପରେ ଅଧ୍ୟୟନ ହୋଇଥିଲା । ଅଧ୍ୟୟନର ସହଧର ଜର୍ଜେଟାଉନ୍‌ ବିଶ୍ୱବିଦ୍ୟାଳୟର ଜୀବବିଜ୍ଞାନୀ ତଥା ସହରକାରୀ ପ୍ରଫେସର କଲିନ୍‌ କାର୍ଲସନ୍‌ କହିଛନ୍ତି, ଜଳବାୟୁ ଉପରେ ସେ ବିଶେଷ କିଛି ନ କହି ରିଲେ ମଧ୍ୟ ପଶୁମାନଙ୍କ ଠାରୁ ମଣିଷଙ୍କୁ ରୋଗ ବ୍ୟାପୀବା ଆଶଙ୍କା ରହିଛି । ନେବରାସ୍କା ରାଜ୍ୟ ସଂଗ୍ରହାଳୟର ଜୀବବିଜ୍ଞାନୀ ତଥା ଅଧ୍ୟୟନର ଅନ୍ୟତମ ସହଧର ଡାନିଏଲ୍‌ ଆର ବ୍ରୁକସ୍‌ କହିଛନ୍ତି, ଦ୍ରୁତ ଜଳବାୟୁ ପରିବର୍ତ୍ତନ ସଂକ୍ରାମକ ରୋଗ ବୃଦ୍ଧିର କାରଣ ହୋଇଛି । ଜଳବାୟୁ, ସ୍ୱାସ୍ଥ୍ୟ ଓ ପରିବେଶ ବିଶେଷଜ୍ଞ ତଥା ଶିଶୁରୋଗ ଡାକ୍ତର ଆରୋନ ବର୍ନଷ୍ଟାଇନ୍‌ କହିଛନ୍ତି, ଏହି ଅଧ୍ୟୟନରେ ତାପମାତ୍ର ବୃଦ୍ଧିଜନିତ ରୋଗ ସଂକ୍ରମଣ ବ୍ୟାପୀବାର କାରଣ ହେବ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.