fbpx
BJD
BJD SKY
BJD SKY

IND vs PAK ମ୍ୟାଚ୍ ପାଇଁ ବଢିଲା ସୁରକ୍ଷା ବ୍ୟବସ୍ଥା: ଗୁଜରାଟ ପୋଲିସ ପକ୍ଷରୁ ବଡ଼ ପଦକ୍ଷେପ

BJD

ନୂଆଦିଲ୍ଲୀ: ଜୋରସୋରରେ ଚାଲିଛି ଦିନିକିଆ ବିଶ୍ୱକପ୍ କ୍ରିକେଟ୍ । ପ୍ରତିଦିନ ବଡ଼ ବଡ଼ ଦଳ ମଦ୍ୟରେ ସଂଘର୍ଷପୂର୍ଣ୍ଣ ମ୍ୟାଚ ଦେଖିବାକୁ ମିଳୁଛି । କିନ୍ତୁ ପ୍ରକୃତ କ୍ରୀଡ଼ାପ୍ରେମୀ ଅକ୍ଟୋବର ୧୪ ତାରିଖକୁ ଅପେକ୍ଷା କରି ରହିଛନ୍ତି । କାରଣ ୧୪ ତାରିଖରେ ହେବାକୁ ଯାଉଛି ଭାରତ-ପାକିସ୍ତାନ ହାଇ ଭୋଲ୍ଟେଜ ମ୍ୟାଚ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଓ ଚିର ପ୍ରତିଦ୍ୱନ୍ଦୀ ପାକିସ୍ତାନ ମଧ୍ୟରେ ଦେଖିବାକୁ ମିଳିବ କଡ଼ା ଟକ୍କର । ତେବେ ଏହି ମ୍ୟାଚ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ନେଇ ବଡ଼ ପଦକ୍ଷେପ ନିଆଯାଇଛି ।

ଅକ୍ଟୋବର ୧୪ ତାରିଖରେ ଖେଳାଯିବ ବିଶ୍ୱକପର ବହୁ ପ୍ରତିକ୍ଷୀତ ମ୍ୟାଚ ଭାରତ ବନାମ ପାକିସ୍ତାନ । ଏହାକୁ ନେଇ ଗୁଜରାଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ମ୍ୟାଚକୁ ନେଇ ମିଳୁଥିବା ଧମକକୁ ନଜରରେ ରଖି ପୋଲିସ ପକ୍ଷରୁ ଅତିରିକ୍ତ ସତର୍କତା ଉପରେ ଗୁରୁତ୍ୱ ଦିଆଯାଇଛି । ପୋଲିସ ପ୍ରଶାସନ ପକ୍ଷରୁ ୭ ହଜାର ପୋଲିସ କର୍ମୀଙ୍କୁ ମୁତୟନ କରାଯାଇଛି । ଉଭୟ ଦେଶର ଖେଳାଳି, ଭିଭିଆଇପି ଏବଂ ଦର୍ଶକଙ୍କ ସୁରକ୍ଷା ପାଇଁ ଏସ୍ଆରପିଏଫ୍, ଆରପିଏଫ୍ ଓ ବିଭିନ୍ନ ସୁରକ୍ଷା କର୍ମଚାରୀଙ୍କୁ ମୁତୟନ କରାଯାଇଛି । ଅକ୍ଟୋବର ୧୪ରେ ଏହି ହାଇଭୋଲଟେଜ ମ୍ୟାଚ ଖେଳାଯିବ । ମ୍ୟାଚକୁ ନେଇ ଟିକେଟ ବିକ୍ରି ସରିଛି । ଷ୍ଟାଡିୟମର ସୁରକ୍ଷା ବ୍ୟବସ୍ଥା ଉପରେ ବିଶେଷ ଧ୍ୟାନ ଦିଆଯାଇଛି । ଏହାସହିତ ସହରର ଅନ୍ୟ ସମ୍ବେଦନଶୀଳ ସ୍ଥାନଗୁଡିକରେ ପୋଲିସ ମୁତୟନ କରାଯିବ ।

ଅହମଦାବାଦ ପୋଲିସ କମିଶନର ଜିଏସ ମଲିକ କହିଛନ୍ତି ଯେ, ଗତ ୨୦ ବର୍ଷ ମଧ୍ୟରେ ଅହମଦାବାଦରେ କ୍ରିକେଟ୍ ମ୍ୟାଚ୍ ସମୟରେ କୌଣସି ସାମ୍ପ୍ରଦାୟିକ ହିଂସା ଦେଖାଯାଇ ନ ଥିଲେ ମଧ୍ୟ ସତର୍କତା ଦୃଷ୍ଟିରୁ ଅନେକ ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷା ବାହିନୀ ନିୟୋଜିତ କରାଯିବ । ରାଜ୍ୟ ପୁଲିସ ବ୍ୟତୀତ ତିନୋଟି ଏନଏସଜି ଦଳ ଏବଂ ଆନ୍ଟି ଡ୍ରୋନ୍ ଟିମ ମଧ୍ୟ ନିୟୋଜିତ ହେବେ । ବୋମା ଚିହ୍ନଟ ପାଇଁ ୯ଟି ଟିମ୍ ମଧ୍ୟ ନିୟୋଜିତ ହେବ ବୋଲି ପୋଲିସ କମିଶନର ଜିଏସ ମଲିକ କହିଛନ୍ତି ।

Get real time updates directly on you device, subscribe now.