କଟକ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଦିନିକିଆ ମ୍ୟାଚରେ ଭାରତ ସାନଦାର ବିଜୟ ହାସଲ କରିଛି। 44.3 ଓଭରରେ।308 ରନ କରି ଜିତିଲା ଭାରତ।
ରୋହିତଙ୍କ ଶତକ ସିରିଜ ଜିତାଇବାରେ ସାହାଯ୍ୟ କରିଛି। ଇଂଲଣ୍ଡକୁ ୪ ୱିକେଟରେ ହରାଇଲା ଭାରତ। ଇଂଲଣ୍ଡ ୩୦୪ ରନରେ ଅଲଆଉଟ ହୋଇଥିଲା। ୨-୦ ଅଗ୍ରଣୀ ସହ ସିରିଜ୍ କବଜା କଲା ଭାରତ।
ଦୀର୍ଘ ୫ ବର୍ଷପରେ ବାରବାଟୀ ଷ୍ଟାଡିୟମରେ ଓଡିଆଇ ଖେଳ ଆୟୋଜିତ ହୋଇଥିଲା। ଖେଳ ଦେଖିବା ପାଇଁ ଲକ୍ଷାଧିକ ପ୍ରଶଂସକ ଷ୍ଟାଡିୟମକୁ ଆସିଥିଲେ। ତେବେ ରୋହିତ ଶର୍ମାଙ୍କ ବିସ୍ଫୋରକ ଶତକ ପାଇଁ ବାରବାଟୀ ଲକି ବୋଲି କୁହାଯାଉଛି।