fbpx
BJD SKY
BJD SKY

INDIA vs England : ଟେଷ୍ଟ ଡେବ୍ୟୁ କରିଥିବା ଆକାଶଦୀପ ଦେଖାଉଛନ୍ତି କମାଲ, ୧୧୨ରେ ଇଂଲଣ୍ଡର ଗଲାଣି ୫ ୱିକେଟ୍

BJD

ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ଟେଷ୍ଟ ମ୍ୟାଚ୍ ସିରିଜର ଆଜି ଆଜି ୪ର୍ଥ ମୁକାବିଲା ରାଞ୍ଚିରେ ଚାଲିଛି । ୪ର୍ଥ ମୁକାବିଲାର ଆଜି ରହିଛି ପ୍ରଥମ ଦିନ । ଇଂଲଣ୍ଡର ସ୍କୋର ୧୧୨ରନ୍ ପାର୍ କରିଛି । ତେବେ ସେମାନଙ୍‌କର ଏ ପର୍ଯ୍ୟନ୍ତ ୫ ୱିକେଟ୍ ପଡି ସାରିଛି । ଏହି ମୁକାବିଲାରେ ଇଂଲଣ୍ଡର କ୍ୟାପଟେନ୍ ବେନ୍ ଷ୍ଟୋକସ୍ ଟସ୍ ଜିତିଥିଲେ ଓ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ।

ଇଂଲଣ୍ଡ ପକ୍ଷରୁ ପ୍ରଥମ ପାରି ଜେକ୍ କ୍ରାଉଲି ଓ ବେନ୍ ଡକେଟ୍ ଆରମ୍ଭ କରିଥିଲେ । କିନ୍ତୁ ବେନ୍ ମାତ୍ର ୧୧ ରନ୍‌ରେ ଏହି ଟେଷ୍ଟ ମ୍ୟାଚ୍‌ରେ ଡେବ୍ୟୁ କରିଥିବା ଆକାଶ ଦୀପଙ୍କ ବୋଲିଂ ଓ ଧ୍ରୁବ ଜୁରେଲଙ୍କ କ୍ୟାଚ୍‌ରେ ରେ ଆଉଟ୍ ହୋଇଥିଲେ । ଏହି ସମୟରେ ଇଂଲଣ୍ଡର ସ୍କୋର ୪୭ ରନ୍ ହୋଇଥିଲା । ଏହାପରେ ଓଲି ପୋପ୍ ଶୂନରେ ଆଉଟ୍ ହୋଇଥିଲେ । ପରେ ପରେ କ୍ରାଉଲିଙ୍କୁ ମଧ୍ୟ ଆକାଶ ଦୀପ କ୍ଲିନ୍ ବୋଲ୍ଡ କରିଦେଇଥିଲେ ।

ଏହି ମୁକାବିଲାରେ ଆକାଶଦୀପଙ୍କ ଟେଷ୍ଟ ଡେବ୍ୟୁ ହୋଇଛି । ଭାରତ ପକ୍ଷରୁ ଟେଷ୍ଟ କ୍ରିକେଟ୍ ଖେଳିବା ଦିଗରେ ସେ ୩୧୩ ତମ ଖେଳାଳୀ ଅଟନ୍ତି । ଆକାଶଦୀପଙ୍କୁ ଟେଷ୍ଟ କ୍ୟାପ୍ ହେଡକୋଚ୍ ରାହୁଲ ଦ୍ରାବିଡ ପିନ୍ଧାଇଛନ୍ତି । ୨୭ ବର୍ଷାୟ ଆକାଶଦୀପ ମୂଳତଃ ବିହାର ଡେହେରୀର ବାସିନ୍ଦା । କିନ୍ତୁ ସେ ଜାତୀୟ କ୍ରିକେଟରେ ପଶ୍ଚିମବଙ୍ଗ ପାଇଁ ଖେଳିଥାନ୍ତି ।
ଏହି ଟେଷ୍ଟ ମ୍ୟାଚରେ ସ୍କାଡରେ ଦ୍ରୁତ ବୋଲର ଜସପ୍ରୀତ ବୁମରାହ ନ ଥିବାରୁ ଆକାଶଦୀପ ପ୍ଲେ୍ଲଇଂ ୧୧ରେ ଡେବ୍ୟୁ କରିଛନ୍ତି ।

 

Get real time updates directly on you device, subscribe now.