fbpx

ପୌରାଣିକ ରହସ୍ୟ: ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କର ପ୍ରଥମେ ୫ଟି ମୁଣ୍ଡ ଥିଲା, ପୁରାଣରେ ଲେଖାଅଛି ୪ଟି, ଫଟୋରେ ଦୃଶ୍ୟମାନ ହେଉଛି ୪ଟି, କ’ଣ ପାଇଁ?

ସାଧାରଣ ଭାବେ ହିନ୍ଦୁ ଧର୍ମରେ ସମସ୍ତ ଦେବାଦେବୀଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ । ମାତ୍ର ସାରା ସୃଷ୍ଟିର ରଚୟିତା ବ୍ରହ୍ମାଙ୍କ ପୂଜା କରାଯାଏ ନାହିଁ । ଏପରିକି କୌଣସି ସ୍ଥାନରେ ବି ତାଙ୍କର ମନ୍ଦିରଟିଏ ନାହିଁ । ଏହାଛଡ଼ା କୌଣସି ସ୍ଥାନରେ ତାଙ୍କର ମୂର୍ତ୍ତି ରଖି ପୂଜା ବି କରାଯାଏ ନାହିଁ । ତେବେ ଏକଥା ଅନେକ ହୁଏତ ଜାଣି ନଥିବେ ରାଜସ୍ଥାନର ପୁଷ୍କରରେ ଥିବା ବିଖ୍ୟାତ ମନ୍ଦିରରେ ବ୍ରହ୍ମାଙ୍କର ପୂଜା କରାଯାଇଥାଏ ।

ପୌରାଣିକ ତଥ୍ୟ କୁହେ, ପ୍ରଥମେ ବ୍ରହ୍ମାଙ୍କର ଚାରିଟି ନୁହେଁ ପାଞ୍ଚଟି ମୁଣ୍ଡ ଥିଲା । ସେଥିମଧ୍ୟରୁ ଗୋଟିଏ ମୁଣ୍ଡକୁ ଦେବଦେବ ମହାଦେବ ଶିବ କାଟି ଦେଇଥିଲେ । ଶାସ୍ତ୍ର ଅନୁସାରେ, ବ୍ରହ୍ମା ଯେତେେବେଳେ ସଂସାରର ରଚନା କରୁଥିଲେ ସେତେବେଳେ ସେ ଏକ ସୁନ୍ଦର ସ୍ତ୍ରୀଙ୍କୁ ସୃଷ୍ଟି କରିଥିଲେ, ଯେ କି ସତରୂପା ଥିଲେ । ସେ ଏତେ ସୁନ୍ଦର ଥିଲେ ଯେ ସ୍ୱୟଂ ବ୍ରହ୍ମା ମଧ୍ୟ ତାଙ୍କ ରୂପରେ ମୁଗ୍ଧ ହୋଇଯାଇଥିଲେ ।

ତେବେ ସତରୂପା ବ୍ରହ୍ମାଙ୍କ ହରକତରୁ ବର୍ତ୍ତିବା ପାଇଁ ଶତ ଚେଷ୍ଟା କରିଥିଲେ, ମାତ୍ର ସଫଳ ହୋଇନଥିଲେ । ସତରୂପା ନିଜକୁ ବଞ୍ଚାଇବା ପାଇଁ ଉପରକୁ ଚାହିଁବାରୁ ବ୍ରହ୍ମା ନିଜର ଏକ ମୁଣ୍ଡ ଉପର ଆଡ଼େ ବିକଶିତ କରିଦେଇଥିଲେ । ବ୍ରହ୍ମାଙ୍କର ଏହିସବୁ ହରକତ ଶିବ ଦେଖୁଥିଲେ । ଶିବଙ୍କ ଦୃଷ୍ଟିରେ ସତରୂପା ବ୍ରହ୍ମାଙ୍କର ଝିଅ ପରି । ତେଣୁ ଏହା ତାଙ୍କୁ ଘୋର ପାପ ଲାଗିଲା ଓ ସେ ବ୍ରହ୍ମାଙ୍କର ପଞ୍ଚମ ମୁଣ୍ଡକୁ କାଟିଦେଇଥିଲେ ।

ପୁରାଣ ଅନୁସାରେ, ଥରେ ବ୍ରହ୍ମା ଧରିତ୍ରୀକୁ ଏକ ପଦ୍ମ ଫୁଲ ପଠାଇଥିଲେ । ଫୁଲଟି ରାଜସ୍ଥାନର ପୁଷ୍କର ନାମକ ସ୍ଥାନରେ ପଡ଼ିଥିଲା । ପଦ୍ମର ଅଂଶ ପଡ଼ିବା କାରଣରୁ ସେ ସ୍ଥାନରେ ଏକ ପୋଖରୀ ସୃଷ୍ଟି ହୋଇଥିଲା । ସେଠାରେ ଏକ ଯଜ୍ଞ କରିବା ପାଇଁ ସମସ୍ତ ଦେବାଦେବୀ ପହଞ୍ଚିଥିଲେ । ତେବେ ପରେ ବ୍ରହ୍ମା ଓ ତାଙ୍କ ମାତା ଗାୟତ୍ରୀ ପୃଥିବୀ ପୃଷ୍ଠରେ ଯଜ୍ଞସ୍ଥଳରେ ଏକତ୍ର ବସିଥିଲେ । ପୃଥିବୀ ଲୋକ ଯାଇଥିବା ଜାଣି ତାଙ୍କ ପତ୍ନୀ ସାବିତ୍ରୀ ଅଭିଶାପ ଦେଇଥିଲେ ଯେ ବ୍ରହ୍ମାଙ୍କର ପୂଜା ଧରିତ୍ରୀ ବକ୍ଷରେ କରାଯାଇ ପାରିବ ନାହିଁ । ମାତ୍ର ଅଭିଶାପ ଫେରସ୍ତ କରି ନେବାକୁ ସମସ୍ତ ଦେବାଦେବେୀ ତାଙ୍କୁ ଅନୁରୋଧ କରିଥିଲେ । ଏହା ପରେ ସାବିତ୍ରୀ ଅଭିଶାପ ପ୍ରତ୍ୟାହାର କରିନେଇଥିଲେ ଓ ସାରା ଦୁନିଆରେ କେବଳ ପୁଷ୍କରରେ ହିଁ ବ୍ରହ୍ମାଙ୍କର ପୂଜା କରାଯାଇଥିଲା ।

Get real time updates directly on you device, subscribe now.