fbpx

ଲୋକସଭା ନିର୍ବାଚନକୁ ନେଇ ଆସିଲା ବଡ ଖବର, ମାର୍ଚ୍ଚ ପ୍ରଥମ ସପ୍ତାହରେ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଜାରି କରିବ ବିଜେପି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪କୁ ନେଇ ବଡ ଖବର ସାମ୍ନାକୁ ଆସିଛି । ବିଜେପି ମାର୍ଚ୍ଚ ପ୍ରଥମ ସପ୍ତାହରେ ଏହାର ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଜାରି କରିବ । ଏଥିରେ ୧୦୦ରୁ ଅଧିକ ପ୍ରାର୍ଥୀଙ୍କ ନାମ ସାମିଲ ରହିବ ବୋଲି ଆଶା କରାଯାଉଛି । ପ୍ରଥମ ତାଲିକାରେ ଅଧିକାଂଶ ସେହି ସିଟ୍ ରହିବ ଯେଉଁଠୁ ବିଜେପି ୨୦୧୪ ଓ ୨୦୧୯ରେ ଲୋକସଭା ନିର୍ବାଚନ ହାରି ଯାଇଥିଲା । ଏଥିରେ ଉତ୍ତରପ୍ରଦେଶର ୧୪ ଲୋକସଭା ସିଟ୍ ମଧ୍ୟ ସାମିଲ ରହିଛି । ଏଠାରେ ସୂଚାଇ ଦିଆଯାଇପାରେ କି ଗତ ଲୋକସଭା ନିର୍ବାଚନରେ ବିଜେପିର ବହୁ ପ୍ରାର୍ଥୀ ବହୁତ କମ୍ ଭୋଟ୍‌ରେ ହାରି ଯାଇଥିଲେ ଓ ବହୁ ପ୍ରାର୍ଥୀ ଦ୍ୱିତୀୟ ସ୍ଥାନରେ ରହିଥିଲେ । ତେଣୁ ଏହି ସମସ୍ତ ଆସନକୁ ବିଜେପି ପ୍ରାଥମିକତା ଦେବ । ବିଜେପି ଏହି ସମସ୍ତ ସିଟ୍‌ରେ ପ୍ରଥମେ ପ୍ରାର୍ଥୀଙ୍କ ନାମ ଘୋଷଣା କରି ସେମାନଙ୍କୁ ଲୋକଙ୍କ ପାଖରେ ପହଞ୍ଚିବାକୁ ପର୍ଯ୍ୟାପ୍ତ ସୁଯୋଗ ଦେବ ।

ବିଜେପିର ପ୍ରଥମ ସୂଚୀରେ ପ୍ରାୟ ୧୦୦ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ । ଉତ୍ତରପ୍ରଦେଶ ବିଜେପି ଲାଗି ଫୋକସରେ ରହିବ । ଏହା ବ୍ୟତିତ ତାମିଲନାଡୁ, କେରଳ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, ପଶ୍ଚିମବଙ୍ଗ, ପଞ୍ଜାବ, ଜାମ୍ମୁ କାଶ୍ମୀର, ଓଡ଼ିଶା, ମହାରାଷ୍ଟ୍ରରେ ଗତ ନିର୍ବାଚନରେ ହାରିଥିବା ସିଟ୍ ମଧ୍ୟ ସାମିଲ ରହିଛି ।

 

Get real time updates directly on you device, subscribe now.