fbpx
BJD SKY
BJD SKY

NPS ରେ ନିବେଶ କରିବା ଏବେ ଆହୁରି ହେବ ସୁରକ୍ଷିତ, PFRDA ଜାରି କଲା ନୂଆ ନିୟମ

BJD

ନୂଆଦିଲ୍ଲୀ: ଏନପିଏସର ପରିଚାଳନା କରୁଥିବା ସରକାରୀ ସଂସ୍ଥା ପେନସନ ଫଣ୍ଡ ରେଗୁଲେଟରୀ ଆଣ୍ଟ ଡେଭଲପମେଣ୍ଟ ଅଥୋରିଟୀ ପକ୍ଷରୁ ନେସନାଲ ପେନସନ ସିଷ୍ଟମକୁ ନେଇ ନୂଆ ନିୟମ ଜାରି କାରିଛି । ଏବେ ସିଆରଏ ସିଷ୍ଟମରେ ଟୁ ଫ୍ୟାକ୍ଟର ଅଥେଣ୍ଟିକେସନକୁ ଆରମ୍ଭ କରାଯାଇଛି ।

ଡିଏଫଆରଡିଏ ପକ୍ଷରୁ ଜାରି କରାଯାଇଥିବା ସର୍କୁଲାରରେ କୁହାଯାଇଛି ଯେ, ସିଆରଏ ସିଷ୍ଟମରେ ସମସ୍ତ ସବସ୍କ୍ରାଇବର୍ସ ଏବଂ ପକ୍ଷର ହିତକୁ ସୁରକ୍ଷା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ଏବେ ସିଆରଏ ସିଷ୍ଟମ ଆଧାର ବେସଡ ଅଥେଣ୍ଟିକେସନ ମାଧ୍ୟମରେ ହିଁ ଲଗ ଇନ କରାଯାଇ ପାରିବ ।

ପିଏଫଆରଡିଏ ପକ୍ଷରୁ ଜାରି କରାଯାଇଥିବା ସର୍କୁଲାରରେ କୁହାଯାଇଛି ଯେ, ନୂଆ ଲଗ ଇନ ପ୍ରୋସେସ ୧ ଏପ୍ରିଲ, ୨୦୨୪ରୁ ଆରମ୍ଭ ହୋଇପାରେ । ବର୍ତ୍ତମାନ ଆପଣଙ୍କୁ ନିଜର ଥିବା ୟୁଜର ଆଇଡି ଏବଂ ଲଗ ଇନ ପାସଓ୍ବାର୍ଡ ସହ ଅଥେଣ୍ଟିକେସନ ମାଧ୍ୟମରେ ଲଗ ଇନ କରିପାରିବେ ।

ପିଏଫଆପଡିଏ ଦ୍ୱାରା କୁହାଯାଇଛି ଯେ, କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମାଧ୍ୟମରେ ଏନପିଏସ କାରବାର ପାଇଁ କେନ୍ଦ୍ରୀୟ ରେକର୍ଡକିପିଂ ଏଜେନ୍ସିଙ୍କୁ ପ୍ରବେଶ କରିବାକୁ ପାସଓ୍ବାର୍ଡ ଆଧାରିତ ଲଗଇନ ବ୍ୟବହାର କରାଯାଇଛି । ବର୍ତ୍ତମାନ ଏଥିରେ ଆଧାର ଅଥେଣ୍ଟିକେସନର ଉପଯୋଗ ହେବାରେ ଲଗ ଇନର ସଂପୂର୍ଣ୍ଣ ପ୍ରକ୍ରିୟା ଆହୁରି ମଜବୁତ ଏବଂ ସୁରକ୍ଷିତ ହୋଇଯିବ ।

ଏନପିଏସର ପୂରା ନାମ ନେସନାଲ ପେନସନ ସିଷ୍ଟମ ଅଟେ । ଏହା ଏକ ଅବସରପ୍ରାପ୍ତ ପ୍ଲାନ ଅଟେ । ଯେଉଁଥିରେ ସରକାରୀ ଏବଂ ଘରୋଇ କର୍ମଚାରୀ ନିବେଶ କରିପାରିବେ । ଏନପିଏସର ଖାସ କଥା ହେଉଛି ଯେ, ଏଥିରେ ଲମ୍ବା ଅବଧି ପାଇଁ ନିବେଶ କରାଯାଇପାରିବ ଏବଂ ୬୦ ବର୍ଷ ପରେ ଆପଣଙ୍କୁ ପେନସନ ବିକଳ୍ପ ମିଳିଥାଏ । ୨୦୦୪ ମସିହା ପୂର୍ବରୁ ଏହି ସ୍କିମ କେବଳ ସରକାରୀ କର୍ମଚାରୀମାନଙ୍କ ପାଇଁ ଆରମ୍ଭ ହୋଇଥିଲା । ହେଲେ ୨୦୦୯ ମସିହାରେ ଏଥିରେ ଘରୋଇ କମ୍ପାନୀର କର୍ମଚାରୀମାନଙ୍କ ପାଇଁ ମଧ୍ୟ ଖୋଲା ଯାଇଛି ।

Get real time updates directly on you device, subscribe now.