fbpx

୫ ଲକ୍ଷ କୃଷକଙ୍କ ଋଣର ସୁଧ ଓ ପେନାଲ୍ଟୀ ଛାଡ଼ କଲେ ସରକାର: କୃଷକ ଆନ୍ଦୋଳନ ମଧ୍ୟରେ ବଡ଼ ଘୋଷଣା

ନୂଆଦିଲ୍ଲୀ: ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ସହିତ ଅନ୍ୟ ଦାବିକୁ ନେଇ କୃଷକମାନେ ପଞ୍ଜାବ-ହରିୟାଣାର ସୀମାରେ ଗତ ୧୦ ଦିନ ହେଲା ବିକ୍ଷୋଭ ପ୍ରଦର୍ଶନ କରିଆସୁଛନ୍ତି । ଏହି ଆନ୍ଦୋଳନ ସମୟରେ ଜଣେ ୨୧ ବର୍ଷୀୟ କୃଷକ ଶୁଭକରଣଙ୍କ ମୃତ୍ୟୁ ଘଟିଥିବା ନେଇ କୃଷକମାନେ ଦାବି କରିଥିଲେ । ଏହାପରେ ମୃତ କୃଷକଙ୍କ ପରିବାର ପାଇଁ ଆଜି ପଞ୍ଜାବ ସରକାର ୧ କୋଟି ଟଙ୍କାର ଆର୍ଥିକ ସହାୟତା ସହିତ କୃଷକଙ୍କ ଭଉଣୀଙ୍କୁ ସରକାରୀ ଚାକିରି ଯୋଗାଇ ଦେବାକୁ ଘୋଷଣା କରିଥିଲେ ।

ତେବେ ଏହା ମଧ୍ୟରେ କୃଷକଙ୍କ ସରକାରଙ୍କ ତରଫରୁ ଆସିଛି ପୁଣି ଏକ ବଡ଼ ଉପହାର । ୫ ଲକ୍ଷ ୪୭ ହଜାର ଡିଫଲ୍ଟର କୃଷକଙ୍କ ଋଣର ସୁଧ ଓ ପେନାଲ୍ଟୀ ଛାଡ଼ ଘୋଷଣା କରିଛନ୍ତି ହରିୟାଣା ସରକାର । ଯେଉଁ କୃଷକମାନେ ୨୦୨୩ ମସିହା ସେପ୍ଟେମ୍ବର ୩୦ ରୁ ୨୦୨୪ ମସିହା ମେ ୩୧ ପର୍ଯ୍ୟନ୍ତ ଜମା କରିବାର ଥିଲା ସେମାନଙ୍କର ସୁଧ ଓ ପେନାଲ୍ଟୀ ଛାଡ଼ କରାଯିବ । ଜଣେ କୃଷକଙ୍କ ପୁତ୍ର ଭାବେ ସେ କୃଷକଙ୍କ ଦୁଃଖକୁ ଭଲ ଭାବେ ହୃଦୟଙ୍ଗମ କରିପାରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କହିଛନ୍ତି । ଆଜି ବିଧାନସଭାରେ ଆଗତ ହୋଇଥିବା ବଜେଟରେ ରାଜ୍ୟ ସରକାର କୃଷକଙ୍କ ପାଇଁ ଏହି ବଡ଼ ଘୋଷଣା କରିଛନ୍ତି ।

Get real time updates directly on you device, subscribe now.