fbpx
BJD SKY
BJD SKY

କୃଷକ ଆନ୍ଦୋଳନ ବେଳେ ବଡ଼ ଅଘଟଣ: ହାର୍ଟ ଆଟାକରେ ଜଣେ କୃଷକ ଓ ଜଣେ DSPଙ୍କ ମୃତ୍ୟୁ

BJD

ନୂଆଦିଲ୍ଲୀ: ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ସହିତ ଅନ୍ୟ ଦାବିକୁ ନେଇ କୃଷକମାନେ ପଞ୍ଜାବ-ହରିୟାଣାର ଖନୌରୀ ସୀମାରେ ଗତ ୧୦ ଦିନ ହେଲା ବିକ୍ଷୋଭ ପ୍ରଦର୍ଶନ କରିଆସୁଛନ୍ତି । ଏହି ଆନ୍ଦୋଳନ ସମୟରେ ଜଣେ ୨୧ ବର୍ଷୀୟ କୃଷକ ଶୁଭକରଣ ସିଂହଙ୍କ ମୃତ୍ୟୁ ଘଟିଥିବା ନେଇ କୃଷକମାନେ ଦାବି କରିଥିଲେ । ଏହାପରେ ମୃତ କୃଷକଙ୍କ ପରିବାର ପାଇଁ ଆଜି ପଞ୍ଜାବ ସରକାର ୧ କୋଟି ଟଙ୍କାର ଆର୍ଥିକ ସହାୟତା ସହିତ କୃଷକଙ୍କ ଭଉଣୀଙ୍କୁ ସରକାରୀ ଚାକିରି ଯୋଗାଇ ଦେବାକୁ ଘୋଷଣା କରିଥିଲେ ।

ତେବେ ଏହା ମଧ୍ୟରେ ପୁଣି ଆସିଛି ଦୁଇଟି ବଡ଼ ଖବର । ହାର୍ଟ ଆଟାକରେ ଚାଲିଯାଇଛି ଦୁଇଜଣଙ୍କ ଜୀବନ । ମୃତକଙ୍କ ମଧ୍ୟରେ ରହିଛନ୍ତି ଜଣେ ଡିଏସପି ଓ ଜଣେ କୃଷକ । ଖନୌରୀ ବର୍ଡରରେ ଦିଲ୍ଲୀ ଚଲୋ’ ନାରା ଦେଇ ବିକ୍ଷୋଭ ପ୍ରଦର୍ଶନ କରୁଥିବା ସମୟରେ କୃଷକ ଦର୍ଶନ ସିଂହଙ୍କ ହାର୍ଟ ଆଟାର୍କରେ ମୃତ୍ୟୁ ଘଟିଛି । ଏହି ଅଘଟଣ ପରେ କୃଷକଙ୍କ ପରିବାରବର୍ଗଙ୍କୁ ସହାୟତା ରାଶି ଯୋଗାଇ ଦେବାକୁ ଦାବି ହୋଇଛି ।

ସେହିପରି ଜିମରେ ଏକ୍ସରସାଇଜ୍ କରୁଥିବା ସମୟରେ ପଞ୍ଜାବ ପୋଲିସରେ କାର୍ଯ୍ୟରତ ଜଣେ ଡିଏସପିଙ୍କର ମୃତ୍ୟୁ ଘଟିଛି । ତାଙ୍କର ନାମ ଦିଲପ୍ରୀତ ସିଂହ ହୋଇଥିବା ବେଳେ କୃଷକ ଆନ୍ଦୋଳନ ସମୟରେ ଖନୌରୀ ସୀମାରେ ତାଙ୍କର ନାଇଟ୍ ଡ୍ୟୁଟି ଚାଲିଥିଲା । ଛାତି ଯନ୍ତ୍ରଣା ହେବା ପରେ ତାଙ୍କର ମୃତ୍ୟୁ ଘଟିଥିବା ପଞ୍ଜାବ ପୋଲିସ ପକ୍ଷରୁ କୁହାଯାଇଛି । ଗତ ୧୭ ତାରିଖରେ ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଥିଲା । ଏହା ଫଳରେ ଆନ୍ଦୋଳନ ଅବସରରେ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଛି ।

Get real time updates directly on you device, subscribe now.