fbpx

IND vs NZ: ବର୍ଷା ମାଡ଼ରେ ଧୋଇଗଲା ତୃତୀୟ ଦିନିକିଆ, ୧-୦ରେ ଦିନିକିଆ ସିରିଜ ଜିତିଲା ନ୍ୟୁଜିଲ୍ୟାଣ୍ଡ

ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଶେଷ ମ୍ୟାଚ୍ ବର୍ଷା କାରଣରୁ ଧୋଇଯିବା ପରେ ନ୍ୟୁଜିଲ୍ୟାଣ୍ଡ ଏହି ସିରିଜକୁ ୧-୦ରେ ଜିତି ନେଇଛି। ଆଜିର ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲ୍ୟାଣ୍ଡକୁ ୨୨୦ ରନ୍‌ର ଟାର୍ଗେଟ ଦେଇଥିଲା। ତେବେ ଏହାର ଜବାବରେ ନ୍ୟୁଜିଲ୍ୟାଣ୍ଡ ଭଲ ଆରମ୍ଭ କରି ୧୮ ଓଭରରେ ଗୋଟିଏ ୱିକେଟ୍ ହରାଇ ୧୦୪ ରନ୍ ସ୍କୋର କରିଥିଲା, ଏହା ପରେ ବର୍ଷା ହେବାରୁ ମ୍ୟାଚକୁ ବାତିଲ କରିଦିଆ ଯାଇଥିଲା।

ତେବେ ଆଇସିସିର ନିୟମ ଅନୁଯାୟୀ ଫଳାଫଳ ପାଇଁ ଡାକୱର୍ଥ-ଲୁଇସ୍ ନିୟମ ବ୍ୟବହାର ପାଇଁ ଅତିକମରେ ୨୦ ଓଭର ବୋଲିଂ ହୋଇଥିବା କଥା, କିନ୍ତୁ ବର୍ଷା ଲମ୍ବା ସମୟ ଧରି ହେବା ପରେ ଅମ୍ପାୟାରମାନେ ମ୍ୟାଚ୍ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ। ନ୍ୟୁଜିଲ୍ୟାଣ୍ଡ ପାଇଁ ଓପନର୍ ଫିନ୍ ଆଲେନ୍ ୫୪ ବଲରୁ ଆଠଟି ଚୌକା ଏବଂ ଗୋଟିଏ ଛକା ସହ ୫୭ ରନ୍ ସଂଗ୍ରହ କରିଥିବାବେଳେ ଡିଭନ୍ କନୱେ ୫୧ ଟି ବଲରୁ ଅପରାଜିତ ୩୮ ଟି ସଂଗ୍ରହ କରିଥିଲେ।

ଏହାପୂର୍ବରୁ ନ୍ୟୁଜିଲ୍ୟାଣ୍ଡର ବୋଲରଙ୍କ ଆକରତ୍ମକ ବୋଲିଂରେ ଭାରତ ୪୭.୩ ଓଭରରେ ୨୧୯ ରନ ଭିତରେ ଅଲଆଉଟ ହୋଇଯାଇଥିଲା। ଭାରତ ପାଇଁ ୱାଶିଂଟନ୍ ସୁନ୍ଦର ୬୪ ଟି ବଲରେ ପାଞ୍ଚ ଚୌକା ଓ ଗୋଟିଏ ଛକା ସହ ୫୧ ରନ୍ ସଂଗ୍ରହ କରିଥିବାବେଳେ ଶ୍ରେୟର୍ ଆୟର ୫୯ ଟି ବଲରେ ୪୯ ରନ୍ ଯୋଗଦାନ କରି କରି ଭାରତକୁ ଏହି ସମ୍ମାନଜନକ ସ୍କୋରକୁ ନେଇଥିଲେ। ଏହି ତିନି ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ ନ୍ୟୁଜିଲ୍ୟାଣ୍ଡ ପ୍ରଥମ ସାତ ୱିକେଟ୍ ଜିତିଥିବା ବେଳେ ଦ୍ୱିତୀୟ ମ୍ୟାଚ୍ ବର୍ଷା ହେତୁ ଧୋଇ ହୋଇଯାଇଥିଲା। ତେବେ ଆଜି ମ୍ୟାଚର କୌଣସି ଫଳାଫଳ ନବାହାରିବା ପରେ ନ୍ୟୁଜିଲ୍ୟାଣ୍ଡ ଏହି ସିରିଜକୁ ୧-୦ରେ ଜିତି ନେଇଛି।

Get real time updates directly on you device, subscribe now.