fbpx

ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ୍ ମ୍ୟାଚରେ ସ୍ପଟ୍ ହେଲେ ଗୁଟଖା ଫ୍ୟାନ୍, ଭାଇରାଲ୍ ହେଉଛି ଫଟୋ; ଜାଣନ୍ତୁ କଣ କହିଲେ ୱସୀମ୍ ଜାଫର୍

ନୂଆଦିଲ୍ଲୀ: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ କାନପୁରରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳାଯାଉଥିଲା । କ୍ୟାପଟେନ୍ ଆଜିଙ୍କ୍ୟ ରାହାଣେ ଟସ୍ ଜିତି ବୋଲିଂ କରିବା ନେଇ ନିଷ୍ପତ୍ତି ନେଇଥିଲେ । ପ୍ରଥମ ଦିନ ଖେଳ ସେମିତି କିଛି ଖାସ୍ ନଥିଲା । ପ୍ରଥମ ଦିନ ମ୍ୟାଚ୍ ରେ ଭାରତୀୟ ଟିମ୍ ୮୪ ଓଭର୍ ରେ ୪ଟି ୱିକେଟ୍ ହରାଇ ୨୫୮ ରନ୍ କରିଥିଲେ । ଶ୍ରେୟସ୍ ଆୟର୍ ଓ ରବିନ୍ଦ୍ର ଜାଦେଜା, ଦୁହେଁ ଅର୍ଦ୍ଧଶତକ ବନାଇ କ୍ରିଜ୍ ରେ ବଜାୟ ରହିଥିଲେ ।

ତେବେ ଏହି ମ୍ୟାଚ୍ ରେ ଦର୍ଶକ ମାନେ ଖୁବ୍ ମଜା ନେଉଥିବା ବେଳେ ଜଣେ ଯୁବକ ଖୁବ୍ ଜାକଜମକ ସହିତ ମ୍ୟାଚ୍ ର ମଜା ଉଠାଉଥିବା ଦେଖିବାକୁ ମିଳିଛି । ଏହି କ୍ରିକେଟ୍ ଫ୍ୟାନ୍ ଜଣକ ଗୁଟଖା ଖାଇ ମ୍ୟାଚ୍ ର କୁ ଉପଭୋଗ କରୁଛନ୍ତି । କ୍ୟାମେରା ଉପରେ ଆସିବା ତାଙ୍କର ଏହି ଅନ୍ଦାଜ ସେସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ତେବେ ଏହି ଅନ୍ଦାଜକୁ ନେଇ ପୂର୍ବ ଭାରତୀୟ ଓପନର୍ ୱସୀମ୍ ଜାଫର୍ ନିଜର ମଜାଦାର୍ ପ୍ରତିକ୍ରିୟା ରଖିଛନ୍ତି । ସେ ଟୁଇଟ୍ ଜରିଆରେ ନିଜର ବୟାନ ରଖିଛନ୍ତି ।

Get real time updates directly on you device, subscribe now.