fbpx

ମହିଳାଙ୍କୁ ଦୁଷ୍କର୍ମ ସହ ଅଶ୍ଳୀଳ ଭିଡିଓ ଦେଖାଇ ବ୍ଲାକମେଲିଂ କରୁଥିଲା ରଙ୍ଗମଞ୍ଚର ଖଳନାୟକ, ଅଭିଯୋଗ ପରେ ଗିରଫ କଲା ପୋଲିସ

ସାଲେପୁର (ଭାସ୍କର ନ୍ୟୁଜ୍‌) : ଯାତ୍ରା ମଞ୍ଚରେ ଖଳନାୟକ ଭାବେ ଅଭିନୟ କରୁଥିବା ଜଣେ ଯୁବକ ଜନୈକା ମହିଳାଙ୍କ ଘର ଭଡ଼ା ନେଇ ରହୁଥିବାବେଳେ ତାଙ୍କ ସରଳତାର ସୁଯୋଗ ନେଇ ତାଙ୍କୁ ରାତିରେ ନିଶାଦେଇ ବାରମ୍ବାର ଦୁଷ୍କର୍ମ କରିବା ସହ ଏହି ଘଟଣା କାହା ଆଗରେ ପ୍ରକାଶ କଲେ  ଅଶ୍ଳିଳ ଭିଡ଼ିଓକୁ ସୋସିଆଲ୍‌ ମିଡ଼ିଆରେ ଭାଇରାଲ କରିବାକୁ ଧମକ ଦେବା ଦେଇଥିଲେ। ଏଥିସହିିିିତ  ୫ଲକ୍ଷ ଟଙ୍କା ଦେଲେ ଉତ୍ତୋଳନ କରିଥିବା ଭିଡ଼ିଓକୁ ଡିଲିଟ୍‌ କରିଦେବାକୁ ଧମକ ଦେଇଆସୁଥିବା ଅଭିଯୋଗ ହୋଇଛି। ଯୁବକଙ୍କ କଥାରେ ମହିଳା ଜଣକ ରାଜି ହୋଇନଥିଲାେ। ସଂପୃକ୍ତ ଖଳନାୟକ ମହିଳାଙ୍କ ଘରେ ପହଞ୍ଚି ପରେ ଘରେ ଥିବା ବହୁ ଆସବାବପତ୍ର ନଷ୍ଟ କରିଥିବା ଅଭିଯୋଗ କରିଥିଲେ ମହିଳା। ଏହି ମାମଲାରେ ସାଲେପୁର ପୁଲିସ ଖଳନାୟକକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି ।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଏକ ଯାତ୍ରା ପାର୍ଟିରେ ଖଳନାୟକ ଭୂମିକାରେ ଅଭିନୟ କରୁଥିବା ପଟ୍ଟାମୁଣ୍ଡାଇ ଅଞ୍ଚଳର ଯୁବକ ଅରୁଣ କୁମାର ନାୟକ ସାଲେପୁର ଥାନା ଅନ୍ତର୍ଗତ ବାହାବଳପୁର ଗ୍ରାମର ଜଣେ ମହିଳାଙ୍କ ଘରେ ୨୦୧୯ମସିହାରୁ ଘର ଭଡ଼ା ନେଇ ରହୁଥିଲେ । ଚତୁରତାର ସହ ମହିଳା ଜଣକର ଅତି ପ୍ରିୟ ଭାଜନ ହେବାପରେ ଅରୁଣ ମହିଳାଙ୍କୁ ରାତିରେ ନିଶା ଦେଇ ଦୁଷ୍କର୍ମ କରୁଥିଲେ ଓ ମହିଳା ବାଥରୁମ୍‌ରେ ଗାଧୋଇଲାବେଳେ ତାଙ୍କର ଅଶ୍ଳୀଳ ଫଟୋ ଉତ୍ତୋଳନ କରି ରଖିଥିଲେ । ମହିଳା ଏହି ଘଟଣା ସଂପର୍କରେ ଜାଣିଲାପରେ ଅରୁଣକୁ ଘରୁ ବାହାର କରିଦେଇଥିଲେ । ପରେ ଅରୁଣ ମହିଳା ଜଣକୁ ୫ଲକ୍ଷ ଟଙ୍କା ନଦେଲେ ତାଙ୍କର ଅଶ୍ଳୀଳ ଭିଡ଼ିଓକୁ ଭାଇରାଲ୍‌ କରିବାକୁ ଧମକ ଦେଇଆସୁଥିଲେ । ମହିଳା ଜଣକ ଏଥିରେ ରାଜି ନହେବାରୁ ହଠାତ୍‌ ୨ଦିନ ତଳେ ଅରୁଣ ମହିଳା ଜଣକ ଘରେ ପହଞ୍ଚି ତାଙ୍କୁ ଧମକ ଚମକ କରିବା ସହ ତାଙ୍କ ଘରେ ପଶି ଭଙ୍ଗାରୁଜା କରିବା ସହ ଏକ ଗାଡ଼ି ମଧ୍ୟ ଭାଙ୍ଗିଦେଇଥିବା ମହିଳା ଜଣକ ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ସାଲେପୁର ପୁଲିସ ଅଭିଯୋଗକୁ ଗ୍ରହଣ କରି ଥାନା କେସ୍ ନଂ-୩୨୬/୨୦୨୧ରେ ମାମଲା ରୁଜୁ କରି ଅରୁଣକୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି ।

Get real time updates directly on you device, subscribe now.