fbpx

ସ୍ୱିଡେନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ପଦ ପାଇବାର କିଛି ଘଣ୍ଟା ମଧ୍ୟରେ ଇସ୍ତଫା ଦେଲେ ଆଣ୍ଡରସନ୍‌, ଜାଣନ୍ତୁ କ’ଣ ରହିଛି କାରଣ…

ଷ୍ଟକହୋମ : ମେଗଡାଲେନା ଆଣ୍ଡରସନ୍‌ ସ୍ୱିଡେନର ପ୍ରଧାନମନ୍ତ୍ରୀ ହେବାର କିଛି ଘଣ୍ଟା ପରେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ସଂସଦରେ ବଜେଟ୍‌ ପ୍ରସ୍ତାବ ଖାରଜ ହେବାରୁ ଆଣ୍ଡରସନଙ୍କୁ ଇସ୍ତଫା ଦେବାକୁ ପଡିଛି । ଏହାସହ ସହଯୋଗୀ ଦଳ ଦି ଗ୍ରୀନ୍ସ ମଧ୍ୟ ସରକାରଠାରୁ ସମର୍ଥନ ପ୍ରତ୍ୟାହାର କରିନେଇଛି । ମେଗଡାଲେନା ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଥିଲେ ।

ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ ଆଣ୍ଡରସନ କହିଛନ୍ତି ଯେ ମୋ ପାଇଁ ଏହା ସମ୍ମାନର ପ୍ରଶ୍ନ । କିନ୍ତୁ ମୁଁ ଏକ ସରକାରର ନେତୃତ୍ୱ ନେବାକୁ ଚାହୁଁ ନାହିଁ ।ଯାହାର ବୈଧାନିକତା ଉପରେ ପ୍ରଶ୍ନ ଉଠୁଛି । ଆଣ୍ଡରସନ ଏହା ପୂର୍ବରୁ ଦେଶର ଅର୍ଥମନ୍ତ୍ରୀ ମଧ୍ୟ ରହିଛନ୍ତି ।

Get real time updates directly on you device, subscribe now.