fbpx

IND Vs NZ WTC Final: ବାତିଲ ହେଲା ଚତୁର୍ଥ ଦିନର ମ୍ୟାଚ

ନୂଆଦିଲ୍ଲୀ: ସାଉଥମ୍ପଟନରେ ଖୋଳଯାଉଥିବା ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଉଥିବା ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନସିପ୍ ର ଫାଇନାଲ ମ୍ୟାଚ୍ ଖେଳାଯାଉଛି । ତେବେ ଆଜି ପୁଣି ବର୍ଷା ହେତୁ ଚତୁର୍ଥ ଦିନର ମ୍ୟାଚ ବାତିଲ ହୋଇଛି । ଲଗାତାର ବର୍ଷା ପରେ ଚତୁର୍ଥ ଦିନର ଖେଳକୁ ବନ୍ଦ କରିବାକୁ ପଡିଛି ।

ଏହି ଐତିହାସିକ ଟେଷ୍ଟ ମ୍ୟାଚ୍ ୧୮ ଜୁନ୍ ରୁ ଆରମ୍ଭ ହୋଇଥିଲା । ଜୁନ୍ ୧୮ ରେ ମଧ୍ୟ ବର୍ଷା ହେତୁ ଟସ୍ ହୋଇପାରିଲା ନାହିଁ, ଏହା ପରେ ମ୍ୟାଚର ଦ୍ୱିତୀୟ ଏବଂ ତୃତୀୟ ଦିନରେ କେବଳ ୧୪୧.୧ ଓଭର ଖେଳାଯାଇପାରିଛି । ଆଇସିସି ଏହି ମ୍ୟାଚ୍ ପାଇଁ ଜୁନ୍ ୨୩କୁ ରିଜର୍ଭ ଡେ ଭାବେ ରଖିଛି । ସାମ୍ପ୍ରତିକ ପରିସ୍ଥିତିକୁ ଦେଖିଲେ ଜଣାପଡ଼ୁଛି ଏହି ଟେଷ୍ଟ ଡ୍ର ହୋଇପାରେ । ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡକୁ ମିଳିତ ବିଜେତା ଘୋଷିତ କରାଯିବ।

Get real time updates directly on you device, subscribe now.