fbpx

କରୀନାଙ୍କ ‘ବିକିନି’ ଯୋଗମୁଦ୍ରା ଚର୍ଚ୍ଚାରେ, କହିଲେ ‘ମନକୁ ଖୋଲାକର’

ଭୁବନେଶ୍ୱର(ଓଡ଼ିଶା ଭାସ୍କର ବ୍ୟୁରୋ): କରୀନାଙ୍କ ଯୋଗ ଯାତ୍ରା ଖୁବ୍ ପୁରୁଣା । ଦୀର୍ଘବର୍ଷ ଧରି ନିୟମିତ ଯୋଗ କରିବା ସହ ନିଜ ଫିଟନେସ୍ ପ୍ରତି ପୂରା ସଜାଗ ରୁହନ୍ତି କରୀନା । ତେବେ ଯୋଗଦିବସ ଅବସରରେ ସେ ଏମିତି ଏକ – ଥ୍ରୋ ବ୍ୟାକ୍ ଫଟୋ ସେଆର୍ କରିଛନ୍ତି, ଯାହା ତାଙ୍କ ଫ୍ୟାନ୍ସଙ୍କ ହୋସ୍ ଉଡ଼ାଇ ଦେଇଛି । ଇନଷ୍ଟାଗ୍ରାମରେ ସେଆର୍ କରିଥିବା ଉକ୍ତ ଫଟୋରେ କରୀନା ବିକିନି ପିନ୍ଧିଛନ୍ତି ଆଉ ସମୁଦ୍ରକୂଳରେ ଯୋଗ କରୁଛନ୍ତି । ଏଥିସହ ଫଟୋ ଉପରେ ସେ ଲେଖିଛନ୍ତି – ଓପନ୍ ୟୋର୍ ମାଇଣ୍ଡ୍ ଅର୍ଥାତ୍ ନିଜ ମନକୁ ଖୋଲାକର ବା ଖୋଲାରଖ । ସମ୍ପ୍ରତି ଏହି ଫଟୋଟି ଇଣ୍ଟରନେଟ୍  ରେ ଚର୍ଚ୍ଚାର ବିଷୟ ହୋଇଛି ।

କରୀନାଙ୍କ କହିବା ଅନୁସାରେ ୨୦୦୬ରୁ ତାଙ୍କର ଯୋଗଯାତ୍ରା ଆରମ୍ଭ ହେଲା । ତଶନ୍ ଓ ଜବ୍ ୱି ମିଟ୍ ଫିଲ୍ମ ପାଇଁ ସେତେବେଳେ ସେ ସାଇନ୍ କରିଥିଲେ । ତେବେ ନିୟମିତ ଯୋଗ କରିବା ଦ୍ୱାରା ସେ ଫିଟ୍ ଓ ଷ୍ଟ୍ରଙ୍ଗ ରହିପାରିଛନ୍ତି ବୋଲି ଉଲ୍ଲେଖ କରିଛନ୍ତି । ବର୍ତ୍ତମାନ ସେ ଦୁଇଟି ସନ୍ତାନର ଜନନୀ ଏବଂ ପ୍ରସବ ପରବର୍ତ୍ତୀ ୪ ମାସ ମାତ୍ର ବିତିଛି । ତେବେ ନିଜ ଶରୀର ପ୍ରତି ସର୍ବଦା ସେ ସଚେତନ । ଗର୍ଭାବସ୍ଥା ପୂର୍ବରୁ, ଗର୍ଭାବସ୍ଥା ସମୟରେ ଓ ପ୍ରସବ ପରବର୍ତ୍ତୀ ସେ କେବେ ବି ଯୋଗ କରିବାକୁ ଭୁଲି ନାହାନ୍ତି । ତେବେ ପ୍ରସବ ପରେ ଏବେ ଧୀରେ ଧୀରେ ସେ ସ୍ୱାଭାବିକ ହେଉଛନ୍ତି ଓ ତାଙ୍କ ପୁରୁଣା ଟ୍ରାକ୍ କୁ ଫେରୁଥିବା ଲେଖିଛନ୍ତି । ସେହିପରି ଯୋଗ ବାସ୍ତବରେ ସ୍ଥିରତା ଆଣିଥାଏ । ତେଣୁ ଲୋକେ ଯୋଗ କରନ୍ତୁ ବୋଲି ମଧ୍ୟ ସେ ପରାମର୍ଶ ଦେଇଛନ୍ତି ।

ଏଠାରେ ସୂଚନାଯୋଗ୍ୟ ଯେ ଇନଷ୍ଟାଗ୍ରାମ ଆକାଉଣ୍ଟ୍ରେ ଥ୍ରୋ-ବ୍ୟାକ୍ ଲୋଡ୍ ହୋଇଥିବା କରୀନାଙ୍କ ବିକିନି ପିନ୍ଧା ଫଟୋଟି ହୁଏତ ପୁରୁଣା ଏବଂ ଆଜି ଯୋଗଦିବସ ଅବସରରେ ସେ ଅପଲୋଡ୍ କରିଛନ୍ତି । କାରଣ ସେଥିରେ କ୍ରମାଗତ ଭାବେ ଆହୁରି ୩ଟି ଫଟୋ ରହିଛି । ଅନ୍ୟ ଏକ ଫଟୋଟି ବର୍ତ୍ତମାନର ଭଳି ଲାଗୁଛି । ଯେହେତୁ ପ୍ରସବ ପରବର୍ତ୍ତୀ ମାତ୍ର ୪ ମାସ, ତେଣୁ ବର୍ତ୍ତମାନ ବିକିନି ପିନ୍ଧି ହୁଏତ କରୀନା ଯୋଗ କରିନଥିବା ଭଳି ଲାଗୁଛି । ସେ ଯାହାହେଉ ଫଟୋଟି କିନ୍ତୁ ଅନ୍ୟମାନଙ୍କ ଯୋଗମୁଦ୍ରାଠାରୁ ଅଲଗା ଓ ଚର୍ଚ୍ଚାର କାରଣ ପାଲଟିଛି ।

Get real time updates directly on you device, subscribe now.