IND vs PAK: ମ୍ୟାଚ୍ ପୂର୍ବରୁ ପାକିସ୍ତାନ ଦଳକୁ ମୋହସିନ ନକଭିଙ୍କ କଡ଼ା ନିର୍ଦ୍ଦେଶ, କହିଲେ ଯେକୌଣସି ପରିସ୍ଥିତିରେ ବିଜୟ ଦରକାର
ଚାମ୍ପିୟନ୍ସ ଟ୍ରଫି ୨୦୨୫ ଆରମ୍ଭ ହୋଇଯାଇଛି । ଏହା ପୂର୍ବରୁ ପାକିସ୍ତାନ ଟିମକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ପିସିବି ମୁଖ୍ୟ ।
ନୂଆଦିଲ୍ଲୀ: ବର୍ତ୍ତମାନ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ଆରମ୍ଭ ହୋଇଯାଇଛି । ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ମ୍ୟାଚ ଆରମ୍ଭ ହୋଇଥିବା ବେଳେ ପ୍ରଥମ ବ୍ୟାଟିଂ କରୁଛି ପାକିସ୍ତାନ । ବଡ଼ ମ୍ୟାଚ୍ ପୂର୍ବରୁ, ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ମୁଖ୍ୟ ମୋହସିନ୍ ନକଭି ଭାରତକୁ ପରାସ୍ତ କରିବା ପାଇଁ ପାକିସ୍ତାନ ଦଳକୁ କଡ଼ା ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।
ମହମ୍ମଦ ରିଜୱାନଙ୍କ ନେତୃତ୍ୱାଧୀନ ଦଳ ଶନିବାର ଅଭ୍ୟାସ କରିଥିଲାନ । ଏହି ସମୟରେ ଷ୍ଟାର ବ୍ୟାଟସମ୍ୟାନ୍ ବାବର ଆଜମଙ୍କୁ ଦେଖିବାକୁ ମିଳିନଥିଲା । ସେ ପାକିସ୍ତାନ ଦଳର ଏକମାତ୍ର ଖେଳାଳି ଯିଏ ଅଭ୍ୟାସ କରି ନଥିଲେ। ତେବେ ବର୍ତ୍ତମାନ ବାବରଙ୍କୁ ଆଉଟ କରି ପ୍ରଥମ ସଫଳତା ଆଣିଛନ୍ତି ପାଣ୍ଡ୍ୟା ।
ଅଭ୍ୟାସ ପରେ, ପିସିବି ମୁଖ୍ୟ ପାକିସ୍ତାନ କ୍ରିକେଟ୍ ଦଳକୁ ଭେଟିଥିଲେ ଏବଂ ରବିବାର ଦିନ ଭାରତ ବିପକ୍ଷରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ‘ଯେକୌଣସି ମୂଲ୍ୟରେ’ ଜିତିବାକୁ ଅନୁରୋଧ କରିଥିଲେ । ଯାହା ଦ୍ଵାରା ସମାଲୋଚକମାନେ ଚୁପ୍ ହୋଇଯାଆନ୍ତି । ଯଦି ପାକିସ୍ତାନ ଏହି ମ୍ୟାଚ୍ ହାରିଯାଏ, ତେବେ ସେ ଟୁର୍ଣ୍ଣାମେଣ୍ଟରୁ ବାହାର ହୋଇଯିବ ।
ସର୍ବତ୍ତୋମ ପ୍ରଦର୍ଶନ କରି ସମାଲୋଚକମାନଙ୍କୁ ଉପଯୁକ୍ତ ଜବାବ ଦେବା ପାଇଁ ସେ ଅନୁରୋଧ କରିଥିଲେ । ଇଣ୍ଡିଆକୁ ହରାଇ ମ୍ୟାଚ ଜିତିବା ପାଇଁ କହିଥିଲେ ।