fbpx

ମହିଳା ବିଶ୍ୱକପରେ ଟିମ୍ ଇଣ୍ଡିଆର ଦୟନୀୟ ପ୍ରଦର୍ଶନ: ଇଂଲଣ୍ଡ ବିପକ୍ଷରେ ୧୩୪ ରନରେ ଅଲଆଉଟ୍ ହେଲା ଭାରତ

ନୂଆଦିଲ୍ଲୀ: ଚଳିତ ମହିଳା ବିଶ୍ୱକପ କ୍ରିକେଟରେ ଭାରତ ଆଜି ଦୁର୍ବଳ ପ୍ରଦର୍ଶନ କରିଛି । ଇଂଲଣ୍ଡ ବିପକ୍ଷରେ ଦଳ ୩୬.୨ ଓଭର ଖେଳି ମାତ୍ର ୧୩୪ ରନରେ ଅଲଆଉଟ ହୋଇଯାଇଛି । ଦଳ ପକ୍ଷରୁ ସ୍ମୃତି ମନ୍ଧାନା ୩୫, ହରମନପ୍ରୀତ କୌର ୧୪, ରିଚା ଘୋଷ ୩୩ ଓ ଝୁଲଣ ଗୋସ୍ୱାମୀ ୨୦ ରନ କରିଥିଲେ । ଅନ୍ୟ କୌଣସି ଭାରତୀୟ ଖେଳାଳି ଦୁଇ ଅଙ୍କ ଟପି ପାରିନଥିଲେ ।

ପ୍ରତିପକ୍ଷ ଇଂଲଣ୍ଡ ଟସ୍ ଜିତି ଫିଲ୍ଡି ନିଷ୍ପତ୍ତି ନେଇଥିଲା । ଦଳ ପକ୍ଷରୁ ଚାରଲୋଟେ ଡିଆନ ସର୍ବାଧିକ ୨ଟି, ମନ୍ୟା ଶ୍ରୁବସୋଲେ ୨ଟି, ସୋଫି ଏକଲେଷ୍ଟୋନ ଓ କେଟ କ୍ରସ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ଦିପ୍ତୀ ଶର୍ମା କେଟ କ୍ରସଙ୍କ ଦ୍ୱାରା ଓ ରିଚା ଘୋଷ ଏନ. ସ୍କାଇଭରଙ୍କ ଦ୍ୱାରା ରନ୍ ଆଉଟ ହୋଇଯାଇଥିଲେ ।

ଆଜି ପ୍ରାରମ୍ଭିକ ବ୍ୟାଟିଂରେ ଟିମ୍ ଇଣ୍ଡିଆର ବିପର୍ଯ୍ୟୟ ଘଟିଥିଲା । ୨୮ ରନରେ ଦଳ ୟାଷ୍ଟିକା ଭାଟିଆ, ଅଧିନାୟିକା ମିଥାଲି ରାଜ ଓ ଦିପ୍ତି ଶର୍ମାଙ୍କ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା । ଏହାପରେ ଇଂଲଣ୍ଡର ବୋଲରମାନେ ଭାରତୀୟ ବ୍ୟାଟ୍ସମ୍ୟାନମାନଙ୍କୁ ନିଜ ନିୟନ୍ତ୍ରଣକୁ ନେଇଯାଇଥିଲେ । ଦଳର ଗୋଟିକ ପରେ ଗୋଟିଏ ୱିକେଟ ଝଡ଼ିବାରେ ଲାଗିଥିଲା ।

Get real time updates directly on you device, subscribe now.