fbpx

(Video) ଆପଣ ଘର, ଅଫିସ, ଏଟିଏମ ଆଗରେ ଗାଡ଼ି ରଖୁଛନ୍ତି କି? ସାବଧାନ ହୋଇଯାଆନ୍ତୁ ଗୋଟିଏ ମିନିଟରେ ଗାଡ଼ି ହୋଇଯାଉଛି ଲୁଟ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆପଣ ଘର ବାହାରେ, ଅଫିସ ଆଗରେ, ସର୍ବସାଧାରଣ ସ୍ଥାନରେ ନିଜର ଗାଡ଼ି ରଖୁଛନ୍ତି କି? ତେବେ ଏଥିପାଇଁ ସାବଧାନ ହୋଇଯାଆନ୍ତୁ । ମାତ୍ର ୩୦ ସେକେଣ୍ଡ ମଧ୍ୟରେ ଚୋର ଲକ ଭାଙ୍ଗି ଆପଣଙ୍କର ବାଇକ୍ ଲୁଟିନେବ । ଏନେଇ ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି । ବୁଲେଟ ପରି ଓଜନିଆ ଗାଡ଼ିର ହ୍ୟାଣ୍ଡେଲକୁ ଚୋର ଗୋଟିଏ ଗୋଇଠାରେ ଭାଙ୍ଗି ଦେଉଛି ।

ଥରେ ଭାବନ୍ତୁ, ଚୋର ଯଦି ୩୦ ସେକେଣ୍ଡରେ ଆପଣଙ୍କର ଚାବି ଭାଙ୍ଗି ପାରିବ, ତେବେ ଗାଡ଼ିକୁ ଲୁଟ କରିବାକୁ କେତେ ସମୟ ଲାଗିବ । ଗୋଟିଏ ମିନିଟ ପାଇଁ ଆପଣ ଏଟିଏମକୁ ବା କୌଣସି ଅଫିସକୁ ଯାଇ ଆସିବା ବେଳକୁ ଗାଡ଼ି ଆଉ ନଥିବ । ଚୋରମାନେ ବାଇକର ହ୍ୟାଣ୍ଡେଲ ଭାଙ୍ଗିବା ପରେ ଏକ ତାରକୁ ଦାନ୍ତରେ କାମୁଡ଼ି ଛିଣ୍ଡାଇ ଦେଉଛନ୍ତି । ତେବେ ଏପରି ବୁଦ୍ଧିମାନ ଚୋର ଏବେ ପୋଲିସ ହାବୁଡ଼ରେ ପଡ଼ିଛି । ଗାଡ଼ି ଚୋରିର ସମସ୍ତ ତଥ୍ୟ ଚୋରଟି ଏବେ ପୋଲିସକୁ ପ୍ରଦାନ କରିଛି । ତେଣୁ ଆପଣ ସର୍ବଦା ନିଜର ଗାଡ଼ିକୁ ନେଇ ସତର୍କ ରୁହନ୍ତୁ, ନଚେତ କଷ୍ଟୋପାର୍ଜିତ ଧନ ଚୋର ନେଇଯିବ ।

Get real time updates directly on you device, subscribe now.