fbpx

୫ ବର୍ଷର ନିରୀହ ଭାଣେଜୀକୁ ବଳତ୍କାର: କୋର୍ଟ କହିଲେ- ‘ସମାଜରେ ରହିବାର ଯୋଗ୍ୟତା ନାହିଁ, ଫାଶୀରେ ଝୁଲା’

ଲଖନଉ: ଆଠ ବର୍ଷ ପୂର୍ବେ ସମ୍ପର୍କରେ ୫ ବର୍ଷର ଭାଣେଜୀଙ୍କୁ ବଳତ୍କାର ଓ ପରେ ନିର୍ମମ ହତ୍ୟା କରିବା ମାମଲାରେ ମଙ୍ଗଳବାର ଦିନ ପୋକ୍ସୋ କୋର୍ଟ ଜଣେ ବ୍ୟକ୍ତିଙ୍କୁ ଫାଶୀଦଣ୍ଡ ଦେଇଛନ୍ତି । ଶିଶୁ ଯୌନ ଅପରାଧ ସଂରକ୍ଷଣ ଆଇନ(ପୋକ୍ସୋ) ସମ୍ବନ୍ଧୀତ କୋର୍ଟର ସ୍ୱତନ୍ତ୍ର ଜଜ୍ ଅରବିନ୍ଦ ମିଶ୍ର ମଙ୍ଗଳବାର ଦିନ ମହମ୍ମଦ ଆସିଫ ଖାନଙ୍କୁ ଫାଶୀଦଣ୍ଡ ଶୁଣାଇଛନ୍ତି, ଯେ କି ନିଜର ୫ ବର୍ଷର ଭାଣେଜୀକୁ ବଳତ୍କାର କରିବା ପରେ ହତ୍ୟା କରିଥିଲା ।

ବିଚାରପତି କହିଛନ୍ତି ଯେ, ଅପରାଧୀକୁ ସେପର୍ଯ୍ୟନ୍ତ ଫାଶୀରେ ଝୁଲାଇ ଦିଆଯିବ ଉଚିତ୍, ଯେପର୍ଯ୍ୟନ୍ତ ତାର ମୃତ୍ୟୁ ନହୋଇଛି । ଅବଶ୍ୟ କୋର୍ଟ ଏହି ମୃତ୍ୟୁଦଣ୍ଡର ଆଦେଶକୁ ଉଚ୍ଚନ୍ୟାୟାଳୟ ଦ୍ୱାରା ନିଶ୍ଚିତ କରିବାକୁ ପଠାଇଛନ୍ତି । ଦଣ୍ଡ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବା ପୂର୍ବରୁ ଏହା ଏକ ଆଇନଗତ ହେବା ଆବଶ୍ୟକ । ଜଜ୍ ତାଙ୍କ ୮୩ ପୃଷ୍ଠାର ବିଚାରରେ କହିଛନ୍ତି ଯେ, ଯେଉଁ ପ୍ରକାର ଅପରାଧ କରାଯାଇଛି ତାହା ଦୁଲର୍ଭରୁ ବି ଅତି ଦୁଲର୍ଭ ଶ୍ରେଣୀରେ ଆସୁଛି ।

ସୂଚନା ଅନୁସାରେ, ୨୦୧୪ ମସିହା ଏପ୍ରିଲ ୪ରେ ପୀଡିତାଙ୍କ ଅଜା ଲଖନଉର ହସନଗଞ୍ଜ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ହୋଇଥିଲା କି, ଶିଶୁ ନିଖୋଜ ଅଛି ଓ ଏହାର ସୂଚନା ପୋଲିସକୁ ୧୦୦ ନମ୍ବରରେ ଦିଆଯାଇଥିଲା । ସାକ୍ଷୀଙ୍କ ପ୍ରମାଣରୁ କୋର୍ଟ ଜାଣିବାକୁ ପାଇଥିଲେ କି, ଅଭିଯୁକ୍ତ ଆସିଫ ଖାନଙ୍କ ସହ ଶେଷଥର ପାଇଁ ଝିଅ ଆଇସିକ୍ରିମ ଖାଉଥିବାର ଦେଖିବାକୁ ମିଳିଥିଲା । ଘଟଣା ଘଟିଥିବା ରାତିରେ ଅଭିଯୁକ୍ତ ଜଣକ ଝିଅର ଶବକୁ ହାତରେ ଧରି ପରିବାର ସାମ୍ନାକୁ ଆସିଥିଲା । ସେହି ସମୟରେ ଝିଅର ହାତ ବନ୍ଧା ହୋଇଥିବା ବେଳେ ହାତର ସ୍ନାୟୁ କଟାଯାଇଥିଲା । ପଚରାଉଚରା ପରେ ଅଭିଯୁକ୍ତ ଜଣକ ନିଜର ଅପରାଧ ସ୍ୱୀକାର କରିଥିଲା ଓ ତା ନିକଟରୁ ରକ୍ତ ଜୁଡୁବୁଡୁ ଛୁରୀ ଓ ନିଦ ବଟିକା ଜବତ ହୋଇଥିଲା । ଏଭଳି ଅଭିଯୁକ୍ତ ସମାଜରେ ରହିବା ଯୋଗ୍ୟ ନୁହେଁ ଓ ଏହାକୁ ଫାଶୀରେ ଝୁଲାଇବା ଉଚିତ୍ ବୋଲି କୋର୍ଟ କହିଛନ୍ତି ।

Get real time updates directly on you device, subscribe now.