fbpx
BJD SKY
BJD SKY

ପୁଣିହେବ ଭାରତ-ପାକିସ୍ତାନ ମହାମୁକାବିଲା, ଜାଣନ୍ତୁ ମହିଳା ବିଶ୍ୱକପ୍ ର କଣ ରହିଛି ସିଡ୍ୟୁଲ୍

BJD

ନୂଆଦିଲ୍ଲୀ: ଆଇସିସି ପକ୍ଷରୁ ଆସନ୍ତା ବର୍ଷ ହେବାକୁ ଥିବା ମହିଳା କ୍ରିକେଟ୍ ବିଶ୍ୱକପ୍ ର ସିଡ଼୍ୟୁଲ ଜାରି କରିଛି । ଏହି ଟୁର୍ଣ୍ଣାମେଣ୍ଟ ନ୍ୟୁଜିଲାଣ୍ଡର ମେଜବାନୀ ଠାରେ ହେବ । ସିଡ୍ୟୁଲ୍ ମୁତାବକ, ପୁଣିଥରେ ଫ୍ୟାନ୍ସଙ୍କୁ ଭାରତ ଓ ପାକିସ୍ତାନ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିବ । ତେବେ ଏହି ଟୁର୍ଣ୍ଣାମେଣ୍ଟ ମାର୍ଚ୍ଚ ୪ ତାରିଖରେ ଆରମ୍ଭ ହେବାକୁ ଥିବା ବେଳେ ଏପ୍ରିଲ୍ ୩ ତାରିଖରେ ଫାଇନାଲ୍ ଖେଳାଯିବ ।

ସମୟସାରଣୀ ମୁତାବକ, ଭାରତ ଓ ପାକିସ୍ତାନ, ଉଭୟ ନିଜ ନିଜର ମ୍ୟାଚ୍ ଜଣେ ଅନ୍ୟଜଣଙ୍କ ବିରୋଧରେ ଖେଳିବେ । ଏହି ମ୍ୟାଚ୍ ମାର୍ଚ୍ଚ ୬ ତାରିଖରେ ଓଭଲ୍ ତୌରଙ୍ଗାରେ ଖେଳାଯିବ । ନିକଟରେ ପୁରୁଷ ବିଶ୍ୱକପ୍ ରେ ଭାରତ-ପାକିସ୍ତାନ ମଧ୍ୟରେ ଟକ୍କର ଦେଖିବାକୁ ମିଳିଥିଲା । ଏଥିରେ ପାକିସ୍ତାନ ବିଜୟ ହାସଲ କରିଥିଲା ଓ ଟୁର୍ଣ୍ଣାମେଣ୍ଟରେ ଅଷ୍ଟ୍ରେଲିୟା ଚାମ୍ପିୟନ୍ ହୋଇଥିଲା ।

ତେବେ ମହିଳା ବିଶ୍ୱକପ୍ ୨୦୨୨ରେ ମୋଟ ୮ଟି ଟିମ୍ ସାମିଲ ହେବେ । ଏଥିରେ ମୋଟ ୩୧ଟି ମ୍ୟାଚ୍ ଖେଳାଯିବ । ସେହିପରି ଟୁର୍ଣ୍ଣାମେଣ୍ଟ ମଧ୍ୟ ୩୧ ଦିନ ପର୍ଯ୍ୟନ୍ତ ଚାଲିବ । ଏହି ମ୍ୟାଚ୍ ୬ଟି ଭେନ୍ୟୁରେ ଖେଳାଯିବ । ଏହି ୬ଟି ଭେନ୍ୟୁ ହେଲା ଅକଲ୍ୟାଣ୍ଡ, କ୍ରାଇଷ୍ଟଚର୍ଚ, ଡୁନୋଡିନ୍, ମେହିଲ୍ଟନ୍, ତୌରଙ୍ଗା ଓ ୱେଲିଂଟନ୍ । ଏହା ରାଉଣ୍ଡ ରୋବିନ୍ ଫର୍ମାଟ୍ ରେ ଖେଳାଯିବ । ଫାଇନାଲ୍ କ୍ରାଇଷ୍ଟଚର୍ଚରେ ଖେଳାଯିବ ।

Get real time updates directly on you device, subscribe now.