fbpx

ପେଟ୍ରୋଲ-ଡିଜେଲ ଦରବୃଦ୍ଧିରେ ଲାଗିବ ବ୍ରେକ: ଋଷ ନିକଟରୁ ଅଶୋଧିତ ତୈଳ ଉପରେ ଭାରତର ରିହାତି ଦାବି

Advertisement

ନୂଆଦିଲ୍ଲୀ: ଋଷଠାରୁ ବଡ ରିହାତିରେ ଅଶୋଧିତ ତୈଳ ପାଇବା ପାଇଁ ଚେଷ୍ଟା କରୁଛି ଭାରତ । ଏଥିପାଇଁ ବ୍ୟାରେଲ ପିଛା ୭୦ ଡଲାର କମ ଦେବା ପାଇଁ ଇଚ୍ଛା କରୁଛି ଦିଲ୍ଲୀ । ତେବେ ଏ ନେଇ ଉଭୟ ଦେଶ ମଧ୍ୟରେ ବାର୍ତ୍ତାଳାପ ଜାରି ରହିଛି । ତେଣୁ ଏ ମାମଲା ସମ୍ପର୍କରେ କୌଣସି ସୂଚନା ଦେବାକୁ ମନା କରିଛନ୍ତି ଭାରତ ସରକାର ।

ଅନ୍ତରାଷ୍ଟ୍ରୀୟ ବଜାରରେ ଏବେ ଅଶୋଧିତ ତୈଳର ଦାମ ବ୍ୟାରେଲ ପିଛା ୧୩୦ଡଲାର ରହିଛି । କିନ୍ତୁ ଋଷ-ୟୁକ୍ରେନ ଯୁଦ୍ଧ ଫଳରେ ଏହା ୧୩୮ ଡଲାର ପର୍ଯ୍ୟନ୍ତ ପହଞ୍ଚିଥିଲା । ତେବେ ଯୁଦ୍ଧ ପରେ ଭାରତର ବିଭିନ୍ନ ସଂସ୍ଥା ଋଷ ନିକଟରୁ ୪୦ ମିଲିୟନ ବ୍ୟାରେଲ ତୈଳ ଆମଦାନୀ କରିଛନ୍ତି । ଏହା ଗତବର୍ଷ ଅପେକ୍ଷା ୨୦ ପ୍ରତିଶତ ଅଧିକ ବୋଲି ଜଣାପଡିଛି । ଉଭୟ ଦେଶ ମଧ୍ୟରେ ଆଲୋଚନା ପରେ ଏହି ପ୍ରସ୍ତାବ ଉପରେ ଯଦି ମୋହର ଲାଗେ, ତେବେ ପେଟ୍ରୋଲ-ଡିଜଲ ଦରରେ ମଧ୍ୟ ହ୍ରାସ ଘଟିବ ବୋଲି ଆଶା କରାଯାଉଛି ।

ଆବଶ୍ୟକ ତୈଳର ୮୫ ପ୍ରତିଶତ ଆମଦାନୀ କରିଥାଏ ଭାରତ । ଏଥିରୁ କିଛି ପରିମାଣ ତେଲ ଋଷରୁ ମଧ୍ୟ ଆମଦାନୀ ହୋଇଥାଏ । ତେବେ ଅଶୋଧିତ ତୈଳ ଋଷର ରାଜସ୍ୱ ପାଇଁ ଏକ ପ୍ରମୁଖ ଅସ୍ତ୍ର । କିନ୍ତୁ ୟୁକ୍ରେନ ଯୁଦ୍ଧ ପରେ ୟୁରୋପୀୟ ଦେଶକୁ ରପ୍ତାନୀ କମ ହୋଇଯିବାରୁ ଋଷ ଉପରେ ଏହାର ପ୍ରଭାବ ପଡିଛି ।

Get real time updates directly on you device, subscribe now.