fbpx
BSKY
BJD MC SKY
BJD YOUTH SKY

ଭାରତ ଆଫଗାନିସ୍ତାନକୁ ୧୦୧ ରନ୍‌ରେ ପରାସ୍ତ କଲା ଭାରତ, ଭୁବନେଶ୍ୱର କୁମାରଙ୍କୁ ୫ ୱିକେଟ୍

ଦୁବାଇ: ଏସିଆ କପ୍ କ୍ରିକେଟ୍‌ର ଗୁରୁବାର ଅନୁଷ୍ଠିତ ସୁପର-୪ ମ୍ୟାଚ୍‌ରେ ଆଫଗାନିସ୍ତାନକୁ ୧୦୧ ରନ୍‌ରେ ପରାସ୍ତ କରି ଭାରତ ସାନ୍ତ୍ୱନାମୂଳକ ବିଜୟ ହାସଲ କରିଛି । ତେବେ ଉଭୟ ଦଳ ଫାଇନାଲ୍‌ ଦୌଡ଼ରୁ ବାଦ୍ ପଡ଼ିଥିବା ଦୃଷ୍ଟିରୁ ଏହି ମ୍ୟାଚ୍‌ର କୌଣସି ଗୁରୁତ୍ୱ ନାହିଁ । ୩ ବର୍ଷ ପରେ କୋହଲିଙ୍କ ପ୍ରଥମ ଶତକ କାରଣ ପାକିସ୍ତାନ ଓ ଶ୍ରୀଲଙ୍କା ଫାଇନାଲ ଖେଳିବା ପାଇଁ ଯୋଗ୍ୟତା ହାସଲ କରିସାରିଛନ୍ତି । ଆଜିର ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଭାରତ ୨ ୱିକେଟ୍ ହରାଇ ୨୧୨ ରନ୍‌ କରିଥିଲା । କେ.ଏଲ୍‌.ରାହୁଲ ୬୨ ରନ୍ କରିଥିବା ବେଳେ ବିରାଟ କୋହଲି ୧୨ ଚୌକା ଓ ୬ ଛକା ବଳରେ ୬୧ ବଲ୍‌ରୁ ଅପରାଜିତ ୧୨୨ ରନ୍ କରିଥିଲେ । କୋହଲି ୨୦୧୯ରେ ବାଂଲାଦେଶ ବିପକ୍ଷ ଦିବାରାତ୍ର ଟେଷ୍ଟରେ ଶେଷ ଶତକ ଅର୍ଜନ କରିଥିବା ବେଳେ ୩ ବର୍ଷ ପରେ ଗୁରୁବାର ମ୍ୟାଚ୍ ପ୍ରଥମ ଶତକ ଅର୍ଜନ କରିଛନ୍ତି । ପଛରେ ବ୍ୟାଟିଂ କରି ଆଫଗାନିସ୍ତାନ ଇବ୍ରାହିମ୍‌ ଜାଦରାନଙ୍କ ୬୪ ରନ୍ ବଳରେ ୮ ୱିକେଟ୍ ହରାଇ ୧୧୧ ରନ୍‌ କରିପାରିଥିଲା ।

Get real time updates directly on you device, subscribe now.